ଭାଲୁ ଆକ୍ରମଣରେ ଯୁବକ ଗୁରୁତର, ଜଙ୍ଘରେ ଲାଗିଛି ଗଭୀର ଆଘାତ
29/12/2020 at 8:57 PM

ତେଲକୋଇ୨୯/୧୨: ଭାଲୁ ଆକ୍ରମଣରେ ଜଣେ ଗୁରୁତର। ତେଲକୋଇ ବନାଞ୍ଚଳ ଅଧିନସ୍ଥ କଳାପାଟ ସଂରକ୍ଷିତ ଜଙ୍ଗଲ ନିକଟରେ ଭାଲୁ ଅତର୍କିତ ଆକ୍ରମଣ କରିଥିଲା।ଗୁରୁତର ବ୍ୟକ୍ତି ହେଲେ କାଳିଆହତା ପଞ୍ଚାୟତ ବାଲି ଗାଁର ପିନୁ ମୁଣ୍ଡା। ମଙ୍ଗଳବାର ଦିନ ପ୍ରାୟ ୧୨ ଟା ବେଳେ ପିନୁ ଘରପାଖ ନାଳକୁ ଶୌଚ ହେବା ପାଇଁ ଯାଇଥିଲେ। ସେଠାରେ ତାଙ୍କୁ ଭାଲୁ ଆକ୍ରମଣ କରିଥିଲା। ଭାଲୁ ଆକ୍ରମଣରେ ପିନୁ ମୁଣ୍ଡାଙ୍କ ଜଙ୍ଘରେ ଗଭୀର କ୍ଷତ ହୋଇଛି। ଭାଲୁ ଆକ୍ରମଣ ପରେ ପିନୁର ଚିତ୍କାର ଶୁଣି ଗାଁ ଲୋକେ ଘଟଣାସ୍ଥଳରୁ ତାଙ୍କୁ ଉଦ୍ଧାର କରି ତେଲକୋଇ ମେଡିକାଲରେ ଭର୍ତ୍ତି କରିଛନ୍ତି ।