ବିଲକୁ ଯାଇଥିବା ବେଳେ ଆକ୍ରମଣ କଲେ ୪ ଭାଲୁ, ଯୁବକ ଗୁରୁତର

Published By : Prameya-News7 Bureau | September 25, 2020 IST

ନୂଆପଡା, ୨୫।୦୯:  ନୂଆପଡାରେ ପୁଣି ଭାଲୁ ଆତଙ୍କ  । ଜିଲ୍ଲାର ଦର୍ଲିମୁଣ୍ଡା ଗ୍ରାମର ଜଣେ ଯୁବକ ଭାଲୁ ଆକ୍ରମଣରେ ଗୁରୁତର ହୋଇଛନ୍ତି । ତାଙ୍କୁ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ସୂଚନାନୁସାରେ, ଦର୍ଲିମୁଣ୍ଡା ଗ୍ରାମର କିଶୋର ପ୍ରଧାନ ନାମକ ଜଣେ ବ୍ୟକ୍ତି ଆଜି ସକାଳୁ ପାଖ ବିଲକୁ ଯାଇଥିଲେ । ସେହି ସମୟରେ ତାଙ୍କୁ ୪ ଟି ଭାଲୁ ଆକ୍ରମଣ କରିଥିଲେ । ତେବେ ସେ ଚିତ୍କାର କରିବାରୁ ଭାଲୁମାନେ ପଳାଇଥିଲେ । ଚିତ୍କାର ଶୁଣି କିଛି ସ୍ଥାନୀୟ ଲୋକ ବିଲରେ ପହଁଚି କିଶୋରଙ୍କୁ ଉଦ୍ଧାର କରିଥିଲେ  । ଏହାପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.