ପାଟଣା: ଭାଲୁ ଆକ୍ରମଣରେ ଯୁବକ ଗୁରୁତର

Published By : Prameya-News7 Bureau | February 01, 2021 IST

ପାଟଣା୧/୨: ଭାଲୁ ଆକ୍ରମଣରେ ଗୁରୁତର ଯୁବକଙ୍କୁ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଗୁରୁତର ଯୁବକ ହେଲେ କେତାଙ୍ଗ ଗ୍ରାମର ଭକ୍ତବନ୍ଧୁ ନାଏକ। ଗାଧୋଇବାକୁ ଯାଇଥିବା ବେଳେ ବୁଦା ତଳେ ଶୋଇଥିବା ଭାଲୁ ତାଙ୍କୁ ଆକ୍ରମଣ କରିଥିଲା। ଭକ୍ତବନ୍ଧୁ ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ସେଠାରେ ପହଞ୍ଚି ଯାଇଥିଲେ। ତାଙ୍କ ବାମ ଗୋଡ ଏବଂ ହାତକୁ ଭାଲୁ ଆକ୍ରମଣ କରିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ପାଟଣା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ପରିବାର ଲୋକେ। ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଶୁଭେନ୍ଦୁ ସାଗର ନାଏକ ସୂଚନା ଦେଇଛନ୍ତି। ତେବେ ଘଟଣା ସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି ନଥିବାରୁ ଅସନ୍ତୋଷ ଦେଖା ଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.