Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭାଲୁ ଆକ୍ରମଣରେ ସ୍ବାମୀ-ସ୍ତ୍ରୀ ଗୁରୁତର: ଉଭୟଙ୍କୁ ହସ୍ପିଟାଲରେ ଭର୍ତ୍ତି

26/08/2020 at 9:11 PM

କେନ୍ଦୁଝର୨୬/୮: ଭାଲୁ ଆକ୍ରମଣରେ ଦମ୍ପତି ଗୁରୁତର। ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉଭୟଙ୍କୁ ଭର୍ତ୍ତି କରାଯାଇଛି। କେନ୍ଦୁଝର ସଦରରେ ଖାଡିଆଡିହା ଗାଁର ବୃଦ୍ଧ ଦମ୍ପତି ମଦନା ନାଏକ ଏବଂ ରାଣୀ ନାଏକ ଗାଁ ଜଙ୍ଗଲକୁ କାମ କରିବା ଲାଗି ଯାଇଥିଲେ। ଦିନ ପ୍ରାୟ ୧୨ଟା ସମୟରେ ବିଲରୁ କାମ ସାରି ଘରକୁ ଫେରିବା ବେଳେ ୨ଟି ଭାଲୁ ହଠାତ୍ ଆକ୍ରମଣ କରିଥିଲେ। ପାଟିତୁଣ୍ଡ କରିବାକୁ ସ୍ଥାନୀୟ ଲୋକେ ଆସି ଉଭୟଙ୍କୁ ଉଦ୍ଧାର କରିଥିଲେ।  ସେମାନଙ୍କ ହାତ, ଗୋଡି ଏବଂ ମୁଣ୍ଡକୁ ଭାଲୁରେ ଆଘାତ ଲାଗିଛି।ଗାଁ ଲୋକେ ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ। ରାସ୍ତା ଅବସ୍ଥା ଖରବା ଥିବାରୁ ଆମ୍ବୁଲାନ୍ସଟି ପହଁଞ୍ଚି ପାରି ନଥିଲା। ସ୍ବାମୀ-ସ୍ତ୍ରୀଙ୍କୁ ଦେଢ଼ କିଲୋମିଟର ବୋହି ନେବା ପରେ ଆମ୍ବୁଲାନ୍ସରେ ଉଭୟଙ୍କୁ ହସ୍ପିଟାଲ ନିଆଯାଇଥିଲା।  ସ୍ବାମୀ ଏବଂ ସ୍ତ୍ରୀ ବର୍ତ୍ତମାନ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି।

   Related Posts