Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭବାନୀପାଟଣା ସହରରେ ମାତିଛି ଭାଲୁ, ଗୋଡ଼େଇ ଗୋଡ଼େଇ ଲୋକଙ୍କୁ ରାମ୍ପିଲା-କାମୁଡିଲା

21/08/2020 at 2:23 PM

 ଭବାନୀପାଟଣା୨୧/୮:  ଭବାନୀପାଟଣାରେ ଭାଲୁ ଆତଙ୍କ। ରାତି ତମାମ ସହରବାସିନ୍ଦାଙ୍କୁ ନାକେଦମ କରିବା ପରେ ଦିନରେ ପୁଣି ଉତ୍ପାତ ଆରମ୍ଭ କରିଛି। ଶୁକ୍ରବାର ସକାଳଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ସହର ସାରା ଲୋକଙ୍କୁ ଦୌଡାଇ ଦୌଡ଼ାଇ ପାଣି ପିଆଇ ସାରିଲାଣି। ବନ ବିଭାଗ ଏବଂ ଅଗ୍ନଶମ ବିଭାଗର କର୍ମଚାରୀ ଭାଲୁକୁ କାବୁ କରିବା ପାଇଁ ପ୍ରାଣପ୍ରଣେ ଚେଷ୍ଟା କରିଥିଲେ।

ଭାଲୁ ଆତଙ୍କରେ ଭବାନୀପାଟଣା ସହରବାସୀ ଭୟଭୀତ ଅବସ୍ଥାରେ ଥିଲେ। ଭାଲୁକୁ କାବୁ କରିବାରେ ଅଗ୍ନିଶମ ବିଭାଗ ଏବଂ ବନକର୍ମଚାରୀ ସଫଳ ହୋଇଛନ୍ତି। ଭାଲୁ ଧରିବା ବେଳେ କିଛି ଲୋକ ଆହତ ହୋଇଥିବା ସୂଚନା ମଧ୍ୟ ମିଳିଛି। ଭାଲୁଟିକୁ କାବୁ କରିବା ବେଳେ କିଛି ଲୋକ ତା ସାମ୍ନାରେ ପଡି ଯାଇଥିଲେ। ଯାହାଫଳରେ କିଛି ଲୋକଙ୍କୁ ଭାଲୁଟି ଖଣ୍ଡିଆ ଖାବରା କରି ଦେଇଥିଲା।

ଏହି ଭାଲୁଟି ବିଳମ୍ବିତ ରାତିରେ ଜଣେ ଡାକ୍ତରଙ୍କ ଘରେ ପଶିଥିଲା ଏ ସଂପର୍କରେ ବନ ବିଭାଗ ଖବର ପାଇବା ପରେ  ଘଟଣାସ୍ଥଳରେ ପହଁଞ୍ଚି ଭାଲୁକୁ ଧରିବା ପାଇଁ ଉଦ୍ୟମ ଜାରି ଥିଲେ। ଗତ ୧୫  ତାରିଖରେ ମଧ୍ୟ  ଗୋଟେ ଜଙ୍ଗଲି ଭାଲୁ ସହରକୁ ପଶିଥିଲା। ଯାହାକୁ ବନବିଭାଗ କାବୁ କରି ଜଙ୍ଗଲରେ ଛାଡି ଥିଲା‌। ପୁଣି ଥରେ ଏଭଳି ଘଟଣା ଘଟିଛି।

   Related Posts