ଭାଲୁ ଆକ୍ରମଣରେ ଜଣେ ମୃତ

Published By : Prameya-News7 Bureau | August 05, 2020 IST

ଆଠମଲ୍ଲିକ ୦୫।୦୮: ଭାଲୁ ଆକ୍ରମଣରେ ଜଣେ ମୃତ। ମୃତକ ହେଲେ ଆଠମଲ୍ଲିକ ସଞ୍ଜାମୁରା ଗାଁର ନିଳାମ୍ବର ନାୟକ। ଆଠମଲ୍ଲିକ ବନଖଣ୍ଡ ମାଧପୁର ରେଞ୍ଜର ସଞ୍ଜାମୁରା ଗାଁର ଅଠରକଟା ନାଳ ନିକଟରେ ଭାଲୁ ଆକ୍ରମଣ କରିଥିଲା। ନିଳାମ୍ବର ଭୋରରୁ ତାଙ୍କ ଝିଅ ଘରକୁ ବଳଦ ଆଣିବା ପାଇଁ ଏକୁଟିଆ ଯାଉଥିଲେ । ବାଟରେ ଏକ ଭାଲୁ ବାହାରି ନିଳାମ୍ବରଙ୍କୁ ଆକ୍ରମଣ କରିଥିଲା ।

{"id":309957,"sizeSlug":"large"}

ନିଳାମ୍ବର ଓ ଭାଲୁ ସହିତ କିଛି ସମୟ ବଳ କଷା କଷି ହେଇଥିଲା । ପରେ ଭାଲୁଟି ନିଳାମ୍ବରକୁ ଛାଡି ଚାଲି ଯାଇଥିଲା । ଗୁରୁତର ଅବସ୍ଥାରେ ନିଳାମ୍ବର ଗାଁରେ ପହଁଚି ଥିଲେ । ତାଙ୍କୁ କିଶୋରନଗର ଡାକ୍ତରଖାନାକୁ ନିଆଯାଇଥିଲା । ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ ଅନୁଗୋଳ ଡାକ୍ତରଖାନାକୁ ସ୍ଥାନାନ୍ତକ କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୁତ ଘୋଷଣା କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.