ଶୌଚ ପାଇଁ ଯାଇଥିବା ଜଣେ ବ୍ୟକ୍ତି ଭାଲୁ ଆକ୍ରମଣରେ ଗୁରୁତର

Published By : Prameya-News7 Bureau | August 25, 2018 IST

ସନ୍ଧ୍ୟାରେ ଶୌଚ ପାଇଁ ଯାଇଥିବା ଜଣେ ବ୍ୟକ୍ତି ଭାଲୁ ଆକ୍ରମଣରେ ଗୁରୁତର । ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ଧଳପୁର ପଞ୍ଚାୟତର ସାକୁସିଙ୍ଗା ଗାଁର ଘଟଣା । ଆହତ ବ୍ୟକ୍ତିଙ୍କ ନାଁ ନନ୍ଦ କିଶୋର ଭୋକ୍ତା । ନନ୍ଦ କିଶୋର ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି । ଗାଁଲୋକ ତାଙ୍କୁ ଉଦ୍ଧାର କରି ପୁରୁଣା କଟକ ମେଡିକାଲ୍ ରେ ଭର୍ତ୍ତି କରିଥିବା ଜଣାପଡିଛି । ଘର ପଛପଟ ବିଲ ହୁଡ଼ାକୁ ଯାଉଥିବା ବେଳେ , ହଠାତ ୩ଟି ଭାଲୁ ତାଙ୍କୁ ଆକ୍ରମଣ କରିଥିଲେ । ତେବେ ନନ୍ଦଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ସ୍ଥିର ଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.