ଗାଁରେ ପଶିଲା ଭାଲୁ, ଆକ୍ରମଣ କରି ଜଣଙ୍କୁ ଘାଇଲା କଲା...

Published By : Prameya-News7 Bureau | September 27, 2021 IST

ନୀଳଗିରି, ୨୭।୦୯ :  ଗାଁରେ ପଶିଲା ଭାଲୁ ।  ଆକ୍ରମଣ କରି ଏହି ଜଙ୍ଗଲି ଜନ୍ତୁ ଜଣଙ୍କୁ ଗୁରୁତର କରି ପକାଇଥିବା ଜଣା ପଡିଛି।

ସୂଚନା ଅନୁସାରେ,  ନୀଳଗିରି ବ୍ଲକ ଅଧିନଗୋପୀନାଥପୁର ଅଞ୍ଚଳରେ ଭାଲୁ ଆତଙ୍କ । କିଛି ଭାଲୁ ରବିବାର ଗାଁ ମୁଣ୍ଡରେ ଖାଦ୍ୟ ଅନ୍ୱେଷଣରେ ପ୍ରବେଶ କରିଥିଲେ। କିନ୍ତୁ ସକାଳ ହୋଇଯିବାରୁ ଜଙ୍ଗଲକୁ ଫେରି ନପାରି ଗାଁ ଭିତରକୁ ପଶିଯାଇଥିଲେ । ଏହି ସମୟରେ ମୁକୁନ୍ଦ ରାଉତ ନାମକ ବୃଦ୍ଧ ବିଲରୁ ଫେରୁଥିବା ବେଳେ ତାଙ୍କୁ ଭାଲୁଟି ଅତର୍କିତ ଭାବେ ଆକ୍ରମଣ କରିଥିଲା।ତାଙ୍କ ଜଙ୍ଘରେ ଗୁରୁତର କ୍ଷତ ସୃଷ୍ଟି ହୋଇଛି । ତାଙ୍କୁ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ତେବେ ଭାଲୁଟି ଜଙ୍ଗଲକୁ ପଳାଇ ଯାଇଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.