କେନ୍ଦ୍ରାପଡ଼ା ଅର୍ବାନ୍‌ ବ୍ୟାଙ୍କରେ ବେଆଇନ୍‌ ନିଯୁକ୍ତି ନେଇ ଗୁରୁତର ଅଭିଯୋଗ

Published By : Prameya-News7 Bureau | February 07, 2020 IST

କେନ୍ଦ୍ରାପଡା୦୭।୦୨ କେନ୍ଦ୍ରାପଡ଼ା ଅର୍ବାନ୍‌ ବ୍ୟାଙ୍କରେ ବେଆଇନ୍‌ ନିଯୁକ୍ତି ନେଇ ଗୁରୁତର ଅଭିଯୋଗ ଆଣିଛନ୍ତି ଖୋଦ୍‌ ବ୍ୟାଙ୍କର ଜଣେ ନିର୍ଦେଶକ । କୌଣସି ବିଜ୍ଞାପନ ପ୍ରକାଶ କରାନଯାଇ ଏଥିରେ ନିଜ ସମ୍ପର୍କୀୟଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ଋଣ ପ୍ରଦାନରେ ମଧ୍ୟ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରିଛନ୍ତି ।

କେନ୍ଦ୍ରାପଡ଼ା ଅର୍ବାନ୍‌ ବ୍ୟାଙ୍କରେ ଚରମସୀମାରେ ପହଞ୍ଚିଛି ଦୁର୍ନୀତି । ବେଆଇନ୍‌ ନିଯୁକ୍ତି ଓ ଋଣ ପ୍ରଦାନରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ଆଣିଛନ୍ତି ଖୋଦ୍‌ ବ୍ୟାଙ୍କର ଜଣେ ନିର୍ଦେଶକ । ସମସ୍ତ ଆଇନକାନୁନ୍‌କୁ ଆଖି ଠାର ମାରି ୩ଜଣ ନିର୍ଦେଶକଙ୍କ ପୁଅଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ଜଣେ ପୂର୍ବତନ ନିର୍ଦେଶକଙ୍କ ଝିଅଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଛି । ତେବେ ଏହି ଅନିୟମିତତା ନେଇ ବ୍ୟାଙ୍କର ବୋର୍ଡ଼ ବୈଠକରେ ବାରମ୍ବାର ଅଭିଯୋଗ ହୋଇଥିଲେ ମଧ୍ୟ ଦୁର୍ନୀତିରେ ସମ୍ପୃକ୍ତ ବ୍ୟକ୍ତି କରିଥିବା ଘୋଟାଲାକୁ ଚାପି ଦେବାରେ ସଫଳ ହୋଇଛନ୍ତି ବୋଲି କୁହାଯାଉଛି ।

{"id":221480,"sizeSlug":"large"}

କେବଳ ନିଯୁକ୍ତି ନୁହେଁ ବରଂ କେନ୍ଦ୍ରାପଡ଼ା ଅର୍ବାନ୍‌ ବ୍ୟାଙ୍କରେ ଋଣ ପ୍ରଦାନରେ ମଧ୍ୟ ବ୍ୟାପକ ଅନିୟମିତତା ହୋଇଛି । ନିଜର ସ୍ବାର୍ଥ ହାସଲ ପାଇଁ ଋଣ ନେଇଥିବା ବ୍ୟକ୍ତିଙ୍କ ପ୍ରତି ଅହେତୁକ ଅନୁକମ୍ପା ଦେଖାଇବା ଯୋଗୁଁ ବିଗତବର୍ଷମାନଙ୍କରେ ବ୍ୟାଙ୍କ୍‌ ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇଛି । ତେବେ ବ୍ୟାଙ୍କ କର୍ତ୍ତୃପକ୍ଷ ଭୁଲ ତ୍ରୁଟିକୁ ସ୍ବିକାର କରିଥିଲେ ମଧ୍ୟ ଏସବୁ ଅଭିଯୋଗ ପଛର ସତ୍ୟାସତ୍ୟ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ।

କେତେ କେନ୍ଦ୍ରାପଡ଼ା ଅର୍ବାନ୍‌ ବ୍ୟାଙ୍କରେ ଦେଖାଦେଇଥିବା ଅସ୍ଥିରତା ଏବଂ ଆର୍ଥିକ ବ୍ୟବସ୍ଥାର ଦୁରାବସ୍ଥା ନେଇ ପ୍ରଶାସନ ହସ୍ତକ୍ଷେପ କରିବା ଜରୁରୀ ହୋଇପଡ଼ିଛି ବୋଲି ସ୍ଥାନୀୟ ଲୋକେ ଅନୁଭବ କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.