ବେଆଇନ କରତ କଳରେ ଚଢଉ, ମୂଲ୍ୟବାନ କାଠ ଜବତ

Published By : Prameya-News7 Bureau | November 07, 2021 IST

ସୋର, ୦୭/୧୧: ବେଆଇନ କରତ କଳ ଉପରେ ଚଢ଼ାଉ l ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ଅଞ୍ଚଳରେ ଦୁଇଟି ବେଆଇନ କରତ କଳ ଉପରେ ବନ ବିଭାଗର ଚଢଉ କରିଛି। 

ବାଲେଶ୍ଵର ଡିଏଫଓ ବିମଲ ପ୍ରସନ୍ନ ଆଚାର୍ଯ୍ୟଙ୍କ ନିର୍ଦ୍ଦେଶ କ୍ରମେ ଚାନ୍ଦିପୁର, ନୀଳଗିରି, କୁଲଡିହା ଓ ଔପଦା ବନ ବିଭାଗର ରେଞ୍ଜର ଓ ଫରେଷ୍ଟର କରତ କଳରେ ଚଢଉ କରିଥିଲେ। ବରି ଓ ଗାଁ ମାର୍କୋଣା ବେଆଇନ କରତକଳ ଉପରେ ବନ ବିଭାଗ ଚଢ଼ାଉ କରି ଲକ୍ଷଧିକ ଟଙ୍କାର ମୂଲ୍ୟବାନ କାଠ ଓ ଲକ୍ଷାଧିକ ଟଙ୍କାର ଯନ୍ତ୍ରପାତି ଜବତ କରିବା ସହ ଜଣେ ଯୁବକଙ୍କୁ  ଅଟକ ରଖାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.