Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ମ୍ୟାଡାମ ନାଚିଲେ, ସ୍ୱରରେ ଝୁମିଲେ କର୍ମଚାରୀ : କମ୍ପିଲା ମାଲକାନଗିରି ଜଳସେଚନ ପ୍ରକଳ୍ପର ସରକାରୀ ଅତିଥି ଭବନ

9/07/2021 at 1:40 PM

ମାଲକାନଗିରି, ୦୯/୦୭: କୋଭିଡ୍ କଟକଣାର ଖୁଲମଖୁଲା ଉଲ୍ଲଙ୍ଘନ । ଗହଳି କରି ବିନା ମାସ୍କରେ ନାଚୁଛନ୍ତି ମହିଳା ଶିକ୍ଷା ଅଧିକାରୀ ।  ଭାଇରାଲ ହେଉଛି ମାଲକାନଗିରି ଜିଲ୍ଲା କୁଡୁମୁଳୁଗୁମ୍ମାର ବ୍ଲକ ଶିକ୍ଷା ଅଧିକାରୀ ଗାୟତ୍ରୀ ଦେବୀଙ୍କ ଡ୍ୟାନସିଂ ଭିଡିଓ । କୋଭିଡ କଟକଣାର ଧଜିଆ ଉଡାଇ ବିନା ମାସ୍କରେ ଏକାଧିକ ଲୋକଙ୍କୁ ଏକତ୍ରିତ କରି ଡ୍ୟାନ୍ସ କରୁଛନ୍ତି ବିଇଓ । ଯାହାର  ଭିଡିଓ ଏବେ ମୋବାଇଲରୁ ମୋବାଇଲ ଘୁରି ବୁଲୁଛି ।

ଭିଡିଓଟି କେଉଁ ତାରିଖର ତାହା ସ୍ପଷ୍ଟ ହୋଇନାହିଁ କିନ୍ତୁ କରୋନା କଟକଣା ମଧ୍ୟରେ ହିଁ ଏହି ଭିଡିଓ ଉତ୍ତୋଳନ ହୋଇଥିବା ସୂଚନା ମିଳିଛି । ଭିଡିଓ ଦେଖି ସ୍ପଷ୍ଟ ହେଉଛି ଯେ ତାହା ବାଲିମେଳାରେ ଥିବା ପୋଟେରୁ ଜଳସେଚନ ପ୍ରକଳ୍ପର ଅତିଥି ଭବନର । ଏଠାରେ ପ୍ରଶ୍ନ ଉଠୁଛି ସରକାରୀ ଅତିଥି ଭବନରେ ସରକାରୀ କର୍ମଚାରୀ କିଭଳି ସରକାରୀ ନିୟମକୁ ଉଲ୍ଲଂଘନ କରୁଛନ୍ତି ଏବଂ ଏଥିପ୍ରତି କାହାର ନିଘା ନାହିଁ ।

ତେବେ ଭିଡିଓରେ ସ୍ପଷ୍ଟ ରୂପେ ବାରି ହୋଇପଡୁଛି ବିଇଓ ମ୍ୟାଡାମ କିଭଳି ନିଜ କର୍ମଚାରୀଙ୍କୁ ଭିଡି ନାଚୁଛନ୍ତି । ଏହି ଘଟଣା ବିଷୟରେ ପ୍ରତିକ୍ରିୟା ନେବାପାଇଁ ବିଇଓ ସୁଶ୍ରୀ ଗାୟତ୍ରୀ ଦେବୀଙ୍କୁ ବାରମ୍ବାର ଯୋଗାଯୋଗ କରିଥିଲେ ସୁଦ୍ଧା କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।  ଜିଲ୍ଲା ଶିକ୍ଷା ଅଧିକାରୀ ରମେଶ ଚନ୍ଦ୍ର ସେଠୀ ଏହି ଘଟଣାକୁ ଗୁରୁତର ଶହ ନେଇ ତଦନ୍ତ କରି କର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି ।

   Related Posts