ଖାଉଟିଙ୍କ ଖାଦ୍ୟରେ ସ୍ଲୋପଏଜନ୍‌ ,ମାତିଛନ୍ତି ବିଷ ଦଲାଲ-ରାଜଧାନୀ ରେ ବି ମିଳୁଛି ନକଲି କୀଟନାଶକ ମିଶା ପନିପରିବା

Published By : Prameya-News7 Bureau | September 17, 2019 IST

ଭୁବନେଶ୍ୱର/ବରଗଡ ୧୭।୦୯- ବିଷ ଦଲାଲ ମାତିଛନ୍ତି ବରଗଡ଼ରେ ।  ହେଲେ ତାଙ୍କ ପ୍ରଭାବ ପହଞ୍ଚିଲାଣି ଭୁବନେଶ୍ବରରେ ।  କାରଣ ନକଲି କୀଟନାଶକ ମିଶ୍ରିତ ବରଗଡର ପରିବା ଭୁବନେଶ୍ବର ହାଟରେ ଆସି ବିକ୍ରି ହେଉଛି । ବରଗଡରେ ନକଲି କୀଟନାଶକ ବ୍ୟବସାୟୀ ଗତକାଲି ଧରାପଡିବା ପରେ ସାମ୍ନାକୁ ଆସିଛି ଏମତି କିଛି ତଥ୍ୟ । ନକଲି କୀଟନାଶକ ତିଆରି ସହ ଚାଷୀଙ୍କୁ ବିକ୍ରି କରି ନିଜେ ମାଲେମାଲ ହେଉଥିବା ବେଳେ ଖାଉଟିଙ୍କ ଖାଦ୍ୟରେ ଦେଉଛନ୍ତି ସ୍ଲୋ ପଏଜନ୍ ।  ନା ଦେଖିବାକୁ କେହି ଅଛି ନାଁ ତଦାରଖ କରିବାକୁ ।

{"id":159065}

ବରଗଡ଼ ନକଲି ବିଷ ଧରାପଡିବା ପରେ ଏଠାକାର ପରିବା ଫସଲ ଉପରେ ପ୍ରଶ୍ନବାଚୀ।  ବାଇଗଣ, ଭେଣ୍ଡି, ଝୁଡ଼ଙ୍ଗ ଭଳି ପରିବାରେ ନକଲି କୀଟନାଶକ ବୋଳା ହୋଇ ଆସୁଛି ।   ଭୁବନେଶ୍ବରର ସମେତ ରାଜ୍ୟର ବିଭିନ୍ନ ଭାଗକୁ ଯାଉଛି ବରଗଡ଼ର ପରିବା।  ପ୍ରାୟ ଅଧିକାଂଶ ପରିବା ଦୋକାନରେ ବିକ୍ରି ହେଉଛି ବରଗଡ଼ କାଇଁଚି ବାଇଗଣ ଓ ଅନ୍ୟାନ୍ୟ ପରିବା । ଏହାର ଚାହିଦା ବି ବେଶ୍ ଭଲ । ବରଗଡରେ ନକଲି କୀଟନାଶକ ବ୍ୟବସାୟୀ ଧରାପଡିବା ପରେ ବରଗଡ଼ରୁ ଆସୁଥିବା ପରିବା ବିଷ ମିଶ୍ରିତ ଭାବେ ସନ୍ଦେହ ସୃଷ୍ଟି ହେଉଛି। ଯେଉଁ କୀଟନାଶକରେ କମ୍ପୋଜିସନ୍ ଠିକ୍ ନାହିଁ ସେହି ପେଷ୍ଟିସାଇଡ଼କୁ ଅସାଧୁ ବ୍ୟବସାୟୀମାନେ ଚାଷୀଙ୍କୁ ଫୁସୁଲାଫୁସିଲି କରି ବିକ୍ରି କରିଦେଉଛନ୍ତି ।  ଆଉ ପରିବାରେ ପୋକ ନଲାଗିବା ପାଇଁ ବିଲରେ ପକାଇଦେଉଛି ଚାଷୀ ।   ନକଲି ବ୍ୟବସାୟୀମାନେ ଭଲ ମୁନାଫା ଗୋଟାଉଥିବା ବେଳେ ଖାଉଟିଙ୍କ ପାଇଁ ସୃଷ୍ଟି ହେଉଛି ବିପଦ ।  

{"id":159066,"width":620,"height":399}

ବେଙ୍ଗାଳୁରୁ, କେ।ଲକାତା, ଆନ୍ଧ୍ର ପରିବାକୁ ଚ୍ୟାଲେଞ୍ଜ କରୁଛି ବରଗଡ଼ ପରିବା । ତେଣୁ ବର୍ଷସାରା ନିଜର ପତିଆରା ଜାହିର କରିବା ଲାଗି ଏଭଳି ନକଲି କୀଟନାଶକ ବ୍ୟବହାର କରାଯାଇ ଉତ୍ପାଦନ ବଢାଯାଉଛି । ବରଗଡ ପରିବା ଉପରେ  ଭୁବନେଶ୍ବର ଅଧିକ ନିର୍ଭରଶୀଳ ଥିବାରୁ ପ୍ରତିଦିନ ସେଠାରେ ୨ ଶହରୁ ୩ ଶହ ଗାଡି ବାଇଗଣ ଆସୁଛି । ସେ ହିପରି ପାଖାପାଖି ଶହେ ଗାଡି ପୋଟଳ, ଶହେ ଗାଡି କଞ୍ଚା ଲଙ୍କା ଆସୁଛି ।  ତେବେ ଯେତିକି ପରିବା ଆସୁଛି ସବୁ ପରିବାରେ ଯେ ନକଲି କୀଟ ନାଶକ ବ୍ୟବହାର ହୋଇଛି ତାହା ଠିକ୍ ନୁହେଁ ।  ତେବେ ଏହିସବୁ ପରିବାରେ କେତେ ମାତ୍ରାରେ କୀଟନାଶକର ବ୍ୟବହାର ହୋଇଛି ତାହାର ପରୀକ୍ଷା କରିବାର ଆବଶ୍ୟକତା ରହିଛି  ବୋଲି କୀଟ ବିଶେଷଜ୍ଞ ସତ୍ୟ ନାରାୟଣ ଶତପଥୀ କହିଛନ୍ତି ।

{"id":159067}

ସମୟ ଆସିଛି ସବୁ ଜିଲାର କୃଷି ବିଭାଗ ଅଧିକାରୀ ମାନେ ଏଭଳି ବେନିୟମ କାମ ପ୍ରତି କଡ଼ା ନଜର ରଖିବା ପାଇଁ । ନଚେତ୍ ଏହି ସ୍ଲେ। ପଏଜନ୍ ଅନେକଙ୍କ ପାଇଁ ଅକାଳ ମୃତ୍ୟୁର କାରଣ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.