Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖୋର୍ଦ୍ଧା : ଅଂଳେଇ ମନ୍ଦିରରୁ ଦାନବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲା ସୁନାବେଡ଼ା ଟିଟିଏସରେ ଛାତ୍ର ଅଶାନ୍ତି, ଷ୍ଟାଇପେଣ୍ଡ ଟଙ୍କା ନମିଳିବାରୁ ବିକ୍ଷୋଭ
  • ||
  • ଜଳେଶ୍ବର : ଅବକାରୀ ବିଭାଗ ଦ୍ଵାରା ୪ ଚୋରା ଦେଶୀ ମଦ ବେପାରୀ ଗିରଫ, ୨ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ
  • ||
  • ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଦୀପପାଳ ଗାଁରେ ଅଭାବନୀୟ ଘଟଣା, ଘର ଭିତରୁ ମିଳିଲା ନବ ବିବାହିତାଙ୍କ ମୃତଦେହ, ବାପଘର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ସୁଂଦୁରିଆପଲି ଗାଁ ନିକଟ ଋଷିକୁଲ୍ୟା ନଦୀରେ ବୁଡି ବୃଦ୍ଧା ମୃତ, ଶୌଚ ହେବାକୁ ଯାଇଥିବା ବେଳେ ବୁଡିଗଲେ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୭୯ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୫ କୋଭିଡ୍ ପଜିଟିଭ୍
  • ||
  • ରାଜ୍ୟରେ ଏବେ କମିବନି ବର୍ଷା, ଆସୁଛି ଆଉ ଏକ ଲଘୁଚାପ
  • ||
  • ବଳଙ୍ଗା ଥାନାରେ ବିସ୍ଫୋରଣ : ଫାଟିଗଲା କାନ୍ଥ, ଆସବାବପତ୍ର ନଷ୍ଟ
  • ||

ପର୍ଣ୍ଣ ଦେଖୁଥିଲେ ହୋଇଯାଆନ୍ତୁ ସାବଧାନ! ଜାଣନ୍ତୁ ଏହାର ବିପଦଜନକ ପାର୍ଶ୍ୱପ୍ରତିକ୍ରିୟା

22/07/2021 at 2:11 PM

ଇଣ୍ଟରନେଟ୍‌ର ସହଜ ଉପଲବ୍ଧତା ସାଙ୍ଗକୁ ଦ୍ରୁତ ୱେବ୍‌ କନେକ୍ସନ ପର୍ଣ୍ଣ କଣ୍ଟେଣ୍ଟରେ ଯୁବ ପିଢୀଙ୍କ ପହଞ୍ଚ ସୁଗମ କରିଦେଇଛି। ତେବେ ଏଭଳି କଣ୍ଟେଣ୍ଟ ଆମ ବ୍ୟକ୍ତିଗତ ଜୀବନକୁ କିପରି ପ୍ରଭାବିତ କରୁଛି ସେଥିପ୍ରତି କେହି ଧ୍ୟାନ ଦେଉନାହାନ୍ତି। ଏହା ଆମର ଶାରୀରିକ ସ୍ୱାସ୍ଥ୍ୟ ସମେତ ଆଚାର ଓ ବ୍ୟବହାର ଉପରେ ମଧ୍ୟ ଖରାପ ପ୍ରଭାବ ପକାଉଛି। ସ୍ୱାସ୍ଥ୍ୟ ସାଙ୍ଗକୁ ଷ୍ଟ୍ରେସ୍‌ ର ସିଧା କନେକ୍ସନ ରହୁଥିବାରୁ ବେଳହୁଁ ସାବଧାନ ହୋଇଯିବା ଦରକାର। ତେବେ ଏଭଳି ସାମଗ୍ରୀ ସହ ସମ୍ପର୍କ ଆମ ଜୀବନକୁ କିପରି ପ୍ରଭାବିତ କରୁଛି ଆସନ୍ତୁ ଜାଣିବା।

ଏଭଳି କଣ୍ଟେଣ୍ଟ ପ୍ରତି ଆଗ୍ରହ ରଖୁଥିବା ଲୋକେ ଖୁବ୍ କ୍ୱଚିତ୍‌ ଜାଣନ୍ତି ଏହା ଦ୍ୱାରା ସେମାନେ ଇରକ୍ଟାଇଲ ଡିସଫଙ୍କସନର ଶିକାର ହେଉଛନ୍ତି ବୋଲି । ଫଳରେ ଜୌନ ଜୀବନ ସମ୍ପୂର୍ଣ୍ଣ ଧ୍ୱଂସ୍ତ ହୋଇଥାଏ। ଯାହା ପରେ ନାନା ଅଶାନ୍ତିର କାରଣ ହେବା ସହ ଜୀବନକୁ ଅନ୍ଧଗଳିକୁ ନେଇଯାଇଥାଏ। ପୂର୍ବରୁ ହୋଇଥିବା  ବିଭିନ୍ନ ଅଧ୍ୟାୟନରୁ ମଧ୍ୟ ଏହା ପ୍ରମାଣିତ ହୋଇସାରିଛି।

ଏକ ଅଧ୍ୟାୟନରୁ ଏଭଳି କଣ୍ଟେଣ୍ଟ ଦେଖୁଥିବା ପୁରୁଷ ସେମାନଙ୍କ ଜୌନ ଜୀବନରେ ସନ୍ତୁଷ୍ଟ ହୋଇପାରନ୍ତିନି। ଯଦି ଏହା ଅଭ୍ୟାସରେ ପରିଣତ ହୋଇଥାଏ ତେବେ ଏପରି ଲୋକେ ଜୀବନର ସବୁକ୍ଷେତ୍ରରେ ଅସଫଳ ହେବାର ସମ୍ଭାବନା ବଢିଯାଇଥାଏ। ଲଜ୍ଜା ଯୋଗୁ ଲୋକେ ଗୋପନରେ ଏଭଳି କଣ୍ଟେଣ୍ଟ ସବୁ ଦେଖନ୍ତି। ଏଭଳି ପ୍ରାଇଭେସୀ ଓ ଲଜ୍ଜା ପରେ ବ୍ୟକ୍ତିକୁ ବାସ୍ତବ ଇଣ୍ଟିମେସୀକୁ ଜଟିଳ କରିଥାଏ। ଜଣେ ବ୍ୟକ୍ତି ଭାବେ ଆମର ବିକାଶ ଓ କ୍ଷମତା ଉପରେ ଏହାର ଗୁରୁତର ପ୍ରଭାବ ପଡିଥାଏ।

ଏଭଳି କଣ୍ଟେଣ୍ଟ ଦେଖିବା ସହ ଅଭ୍ୟସ୍ତ ଲୋକଙ୍କ ତୁଳନା ଆଲକୋହଲ ସହ କରାଯାଇପାରେ। ଏଥିରେ ପର୍ଣ୍ଣ ଉପରେ ନିର୍ଭର ମଣିଷ ଦୁଷ୍କର୍ମ ଭଳି କାଣ୍ଡ ଭିଆଇବାର ସମ୍ଭାବନା ଅଧିକ ବଢିଯାଇଥାଏ। ପର୍ଣ୍ଣୋଗ୍ରାଫି ଓ ଜୌନ ହିଂସା ସମ୍ପର୍କିତ ଅଧ୍ୟୟନରୁ ଏହା ପ୍ରମାଣିତ ମଧ୍ୟ ହୋଇଛି। ଏପରି ଲୋକେ ଅପରାଧ ଭିଆଇବାର ସମ୍ଭାବନା ମଧ୍ୟ ଅଧିକ ବଢିଯାଇଥାଏ। ଏକ ରିପୋର୍ଟରୁ ପର୍ଣ୍ଣ ଦେଖୁଥିବା ଲୋକଙ୍କ ଜୀବନରେ ଫାଇନାନସିଆଲ, ରିଲେସନସିପ୍ ଓ ରୋଜଗାର ସମ୍ପର୍କିତ ସମସ୍ୟା ପ୍ରାୟ ଲାଗି ରହିଥାଏ।

ବିଶେଷଜ୍ଞଙ୍କ ଅନୁସାରେ ଆମର ଶାରିରିକ ସ୍ନାୟବିକ ତନ୍ତ୍ର ଡୋପାମାଇନ ନାମରେ ଏକ ନ୍ୟୁରୋ ଟ୍ରାନସମିଟର ଉତ୍ପାଦନ କରିଥାଏ। ଏହା ଆମର ମସ୍ତିଷ୍କର ଆଶାବାଦୀ ବ୍ୟବହାର ଲାଗି ମୁଖ୍ୟ ଉପାଦନ। ତେବେ ଏଭଳି କଣ୍ଟେଣ୍ଟ ଦେଖିବା ଯୋଗୁ ବିନା କାରଣରେ ଡୋପାମାଇନ ଟ୍ରିଗର କରିବା ଯୋଗୁ ଲୋକେ ନିରାଶାବାଦୀ ହୋଇପଡନ୍ତି। ଏହା ଛଡା ଏଭଳି ସାମଗ୍ରୀ ଆମ ଜୀବନରେ ଅବାସ୍ତବ ଆଶାକୁ ବୃଦ୍ଧି କରିଥାଏ। ଏଥିରେ ମହିଳାଙ୍କ ପ୍ରତି ପୁରୁଷଙ୍କର ଭାବନା ନକରାତ୍ମକ ହେବା ସହ ଅତି ଋଢିବାଦୀ ବିଚାରକୁ ଜନ୍ମ ଦେଇଥାଏ।

ତେବେ ଏକ ସୁସ୍ଥ ଜୀବନ ଶୈଳୀ ଲାଗି ଏକ୍ସପର୍ଟମାନେ ଲୋକଙ୍କୁ ଏଭଳି ଅଭ୍ୟାସରୁ ଦୂରେଇବାକୁ ପ୍ରାୟତଃ ପରାମର୍ଶ ଦେଉଛନ୍ତି। ହେଲେ ଲୋକେ ଅଭ୍ୟାସରୁ ବାହାରକୁ ବାହାରିପାରୁନଥିବାରୁ ଦୁଃଖି ଜୀବନ କଟାଇବାକୁ ବାଧ୍ୟ ହେଉଛନ୍ତି। ତେବେ ଏଭଳି ଅଭ୍ୟାସରୁ  ଖୁବସହଜରେ ନିଜକୁ ଅଲଗା କରାଯାଇପାରେ। ଏଥିଲାଗି ପ୍ରତି ଦିନ ରାତିରେ ଶୋଇବାକୁ ଯିବା ପୂର୍ବରୁ ଆଗାମୀ ଦିନର କାର୍ଯ୍ୟସୂଚୀ ପ୍ରସ୍ତୁତ କରିବାକୁ ବିଶେଷଜ୍ଞ ପରାମର୍ଶ ଦେଇଥାନ୍ତି। କାର୍ଯ୍ୟସୂଚୀ ଅନୁସାରେ ଦିନଚର୍ଯ୍ୟା କରିବା ସହ ଦିନକ ଲାଗି ଧାର୍ଯ୍ୟ କରିଥିବା ସମସ୍ତ କାର୍ଯ୍ୟ ଶେଷ କରିବାକୁ ଚେଷ୍ଟା କରନ୍ତୁ। ଯଦି କିଛି କାମ ବଳକା ରହିଯାଏ ତାକୁ ଛାଡି ନ ଦେଇ ପରଦିନର ଦିନ ଚର୍ଯ୍ୟା ସହ ଯୋଡି ସେହି ଦିନର କାମ ସହ ଗତ ଦିନର ବଳକା କାମକୁ ମଧ୍ୟ ଶେଷ କରନ୍ତୁ। ଧିରେ ଧିରେ ସବୁ ସ୍ୱଭାବିକ ହୋଇଯିବା ସହ ଜୀବନ ମଧ୍ୟ ସହଜ ହୋଇଯିବ।  

   Related Posts