Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ଚୀନ ଛାଡୁଥିବା କମ୍ପାନୀକୁ ନିଜ ଆଡକୁ ଆକର୍ଷିତ କରିବାକୁ ପ୍ରସ୍ତୁତ ରୁହନ୍ତୁ ରାଜ୍ୟ: ପ୍ରଧାନମନ୍ତ୍ରୀ ମୋଦୀ

28/04/2020 at 4:19 PM

ନୂଆଦିଲ୍ଲୀ ୨୮।୦୪: ଲକ୍‌ଡାଉନ୍‌ ମେ ୩ ପରର ରଣନୀତି ପାଇଁ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା  କରିଛନ୍ତି। ଏହି ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ ରାଜ୍ୟ ସରକାରଗୁଡିକୁ ପରାମର୍ଶ ଦେଇଛନ୍ତି ଯେ, ଉହାନରୁ କରୋନା ଭାଇରସ୍‌ର ଉତ୍ପନ ପରେ ଚୀନରୁ ଛାଡୁଥିବା  ଅନେକ କମ୍ପାନୀକୁ ନିଜ ଆଡକୁ ଆକର୍ଷିତ କରି ନିଜ ନିଜ ରାଜ୍ୟରେ ନିବେଶ କରାଇବା ଦିଗରେ  କାମ କରନ୍ତୁ।

ପ୍ରଧାନମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି ଯେ,  ପ୍ରଚୁର ମାତ୍ରାରେ ଜନଶକ୍ତି କୌଶଳ ଓ ଉନ୍ନତ ସର୍ବାଙ୍ଗୀନ ଢାଞ୍ଚା ସହିତ  ଭାରତରେ ନିବେଶ ଲାଗି ରାଜ୍ୟଗୁଡିକ ପ୍ରସ୍ତୁତ ରହିବା ଉଚିତ୍। ଯାହା ଦ୍ଵାରା ବିକଳ୍ପ ହେବାର କ୍ଷମତା ରହିବ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଆପଣମାନେ ସମସ୍ତେ ଜାଣିଛନ୍ତି ଯେ, କରୋନାର ଭୟାବହ ସ୍ଥିତି ପରେ ଚୀନରୁ ଅନେକ କମ୍ପାନୀ ନିଜର ନିବେଶ କାଢିବାକୁ ଚିନ୍ତା କରୁଛନ୍ତି। ଅନେକ କମ୍ପାନୀ ଭାରତକୁ  ବିକଳ୍ପ ଦୃଷ୍ଟିରେ ଦେଖୁଛନ୍ତି। ତେଣୁ ଆମ ସମସ୍ତଙ୍କୁ ରାଜ୍ୟରେ ନିବେଶର ସମ୍ଭାବନା ପାଇଁ ଏକ ବ୍ୟାପକ ଯୋଜନା ଉପରେ କାମ କରିବା ଉଚିତ୍।

ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀମାନଙ୍କୁ ପ୍ରସ୍ତାବ ଦେଇଛନ୍ତି ଯେ, ଚୀନ ବ୍ୟତୀତ ଅନ୍ୟ ବିକଳ୍ପ ସ୍ଥାନ ଖୋଜୁଥିବା କମ୍ପାନୀକୁ ନିଜ ରାଜ୍ୟରେ ନିବେଶ କରାଇ ଆତ୍ମ ନିର୍ଭରଶୀଳ ହେବାର ସମୟ ଆସିଛି। କୋଭିଡ୍-୧୯ ପରି ଚ୍ୟାଲେଞ୍ଜର ସାମ୍ନା କରିବା ପାଇଁ ସ୍ଵଦେଶ ପ୍ରତି ଆଗ୍ରହ ଦେଖାଇ ଚୀନ ପ୍ରତି ଅଧିକ ଆତ୍ମ ନିର୍ଭରଶୀଳ ରହିବା ଉଚିତ୍ ନୁହେଁ।

   Related Posts