Tuesday, October 15, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବର୍ଷା ଓ ଶୀତରେ ସବୁବେଳେ ଫିଟ୍ ରହିବାକୁ ଚାହୁଁଛନ୍ତି- ଆପଣାନ୍ତୁ ଏହି ୬ଟି ଉପାୟ

ସାଧାରଣତଃ ମୌସୁମି ପରିବର୍ତ୍ତନ କାରଣରୁ ଥଣ୍ଡା ଓ ଜ୍ବରରେ ଭଳି ବିଭିନ୍ନ ସମସ୍ୟାରେ ଲୋକେ ଆକ୍ରାନ୍ତ ହୋଇଥାନ୍ତି। ଏପରିକି ଛୋଟ ପିଲାମାନଙ୍କୁ ଝାଡ଼ ଓ ବାନ୍ତି ମଧ୍ୟ ହୋଇଥାଏ। କିଛି ଲୋକଙ୍କ କ୍ଷେତ୍ରରେ ମଧ୍ୟ ଚର୍ମ ଜନିତ ସମସ୍ୟା ଦେଖା ଯାଇଥାଏ।  କିନ୍ତୁ ଏସବୁ ସମସ୍ୟାରୁ ରକ୍ଷା ପାଇବା ଲାଗି ଏହି ୬ଟି ଟିପ୍ସକୁ ଆପଣାନ୍ତୁ ।

୧- ପାଖପାଖି ୨୮ ଗ୍ରାମର ଜୁଆଣିର ରସକୁ ପିଅନ୍ତୁ। ଏହାକୁ ପିଇବା ଦ୍ବାରା ଦୈନନ୍ଦିନ ଜୀବନରେ ଆପଣଙ୍କ କାର୍ଯ୍ୟ କ୍ଷମତାକୁ ବଢ଼ାଇଥାଏ।

୨- ଆଉ ଗୋଟେ ସବୁଠାରୁ ସରଳ ଉପାୟ ରହିଛି। ପ୍ରତ୍ୟେକ ଦିନ ସକାଳୁ କିମ୍ବା ରାତିରେ ଶୋଇବା ପୂର୍ବରୁ ଅଦା ଓ ପୂଦିନାକୁ ପାଣିରେ ମିଶାଇ ଗରମ କରନ୍ତୁ । ଏହା ଗରମ ହେବା ପରେ ଏହି ପାଣିକୁ ପିଅନ୍ତୁ। ଏହା ଦ୍ବାରା ଶରୀରକୁ ଲାଭ ଦାୟକ ହୋଇଥାଏ।

୩- ସକାଳୁ ଉଠିବା ପରେ ଚାହା ବଦଳରେ ପଇଡ ପାଣି ପିଅନ୍ତୁ। ହୁଏତେ ଆପଣଙ୍କ ଚାହା ଖର୍ଚ୍ଚଠାରୁ ଟିକେ ଅଧିକ ଟଙ୍କା ପଡିବ ପାରେ ହେଲେ ଆପଣଙ୍କ ଶରୀର ସୁସ୍ଥ ରହିବ। ପଇଡ ପାଣି  ପ୍ରାକୃତିକ । ତେଣୁ ପଇଡ ପାଣି ପିଇବା ଦ୍ବାରା ଶରୀର ରକ୍ତ ସଞ୍ଚାଳନ ଠିକ୍ ରହିଥାଏ। ଏହାସହ ପେଟ ଜନିତ ସମସ୍ୟା ଥିଲେ ଦୂର ହୋଇଯାଇଥାଏ।

୪- ରାତିରେ ଶୋଇବା ପୂର୍ବରୁ ଏବଂ ସକାଳୁ ଉଠିବା ପରେ ଦୁଇ ମିନିଟ୍‌ ନିଶ୍ବାସ  ଛାଡିବା ଓ ନେବା ପ୍ରକ୍ରିୟା କରନ୍ତୁ। ଏହା କରିବା ଦ୍ବାରା ଶରୀର ସନ୍ତୁଳନ ଠିକ୍‌ ରହିଥାଏ।

୫- ଆପଣ ଖାଉଥିବା ସୁପ୍‌ କିମ୍ବା ସାମ୍ଭରରେ ବିନ୍ ମିଶାଇ ଏହାକୁ ଖାଇ ପାରିବେ।

୬- ପ୍ରତିଦିନ ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ଲୋକ ପର୍ଯ୍ୟନ୍ତ ସବୁ ବର୍ଗର ଲୋକ ସକାଳୁ ବ୍ୟାୟାମ କରନ୍ତୁ । ଯାହାଫଳରେ ଆପଣ ଶରୀରର ରୋଗପ୍ରତି ରୋଧକ ଶକ୍ତି ବୃଦ୍ଧି କରିଥାଏ।

714 Views

   ସମ୍ବନ୍ଧିତ ଖବର