Covid-19: ରେଷ୍ଟୁରାଣ୍ଟକୁ ଯାଉଥିଲେ ହୁଅନ୍ତୁ ସତର୍କ, ଅଧ୍ୟୟନରୁ ମିଳିଛି ନୂଆ ତଥ୍ୟ

Published By : Prameya-News7 Bureau | January 10, 2021 IST

ନୂଆଦିଲ୍ଲୀ ୧୦।୧: କରୋନା ଭାଇରସ ମହାମାରୀ ସଂକ୍ରମଣ କ୍ରମଶଃ ଦେଶରେ ହ୍ରାସ ହେଉଛି। କଟକଣା ହଟିବା ପରେ ଧିରେ ଧିରେ ରେଷ୍ଟୁରାଣ୍ଟ, ପବ,ବାର ଆଦି ମଧ୍ୟ ଖୋଲିଗଲାଣି। ଏହି ସବୁ ସ୍ଥାନକୁ ଲୋକେ ଗତଗତ ମଧ୍ୟ ହେଲେଣି। ତେବେ ଏହି ସବୁ ସ୍ଥାନରେ ଯଦି ସାମାନ୍ୟ ଅସତର୍କ ହୁଅନ୍ତି ତେବେ ହୁଏତ ଆପଣ ସଂକ୍ରମଣର ଶିକାର ହୋଇପାରନ୍ତି।

{"id":390245,"sizeSlug":"large","linkDestination":"none"}

ରେଷ୍ଟୁରାଣ୍ଟରେ ଖାଇବା ବେଳେ କଥା ହୁଅନ୍ତୁ ନାହିଁ। କରୋନା ଭୂତାଣୁ ୬ ମିଟରରୁ ବି ଅଧିକ ଦୂରରୁ ସଂକ୍ରମଣ କରୁଥିବା ଏକ ସଦ୍ୟ ଗବେଷଣାରୁ ଜଣାପଡିଛି। ଏଣୁ ଯେଉଁମାନେ ଏପରି ବ୍ୟବସାୟ ସହ ଜଡିତ ସେମାନେ ଗ୍ରାହକଙ୍କ ସ୍ୱାସ୍ଥ୍ୟପ୍ରତି ଯତ୍ନବାନ ହେବା ଦରକାର। ରେଷ୍ଟୁରାଣ୍ଟ ଟେବୁଲରେ ୱିଣ୍ଡ ପାର୍ଟିସନ ସଗାଇବା ଦରକାର। ନଚେତ ରେଷ୍ଟୁରାଣ୍ଟରେ ଲୋକଙ୍କ ଲାଗି ପୃଥକ ପୃଥକ କକ୍ଷ ରହିବା ଦରକାର । ଯେପରି କେହି ସଂକ୍ରମିତ ନ ହୁଅନ୍ତି।

{"id":390246,"sizeSlug":"large","linkDestination":"none"}

ଚଳିତବର୍ଷ ପ୍ରାରମ୍ଭରେ ଦକ୍ଷିଣ କୋରିଆ ଜିଆନଜୁର ଏକ ରେଷ୍ଟୁରାଣ୍ଟରୁ କୋଭିଡ ବ୍ୟାପିବା ପରେ ସାମୂହିକ ଅଧ୍ୟୟନ କରି ବିଶେଷଜ୍ଞ ଏପରି ପରାମର୍ଶ ଦେଇଛନ୍ତି। ସଂକ୍ରମଣର ଅଧ୍ୟୟନ କାଳରେ ସିସିଟିଭି ଫୁଟେଜ୍, କଣ୍ଟାକ୍ଟ ଟ୍ରେସିଂ ଓ ମୋବାଇଲ ଫୋନ ଇଣ୍ଟରଭ୍ୟୁରେ ଆକ୍ରାନ୍ତ ବସିଥିବା କକ୍ଷରେ ତାଙ୍କ ଠାରୁ ସାଢେ ୬ ମିଟର ଦୂରରେ ମାତ୍ର ୫ ମିନିଟ୍‌ କଟାଇଥିବା ଲୋକେ ମଧ୍ୟ ସଂକ୍ରମିତ ହୋଇଥିବା ଜଣାପଡିଛି।

{"id":390247,"sizeSlug":"large","linkDestination":"none"}

ସେହିପରି ଅନ୍ୟ ଏକ ଘଟଣାରେ ଆକ୍ରାନ୍ତଙ୍କ ଠାରୁ ୪.୮ ମିଟର ଦୂରରେ ୧୫ ମିନଟ୍‌ କଟାଇଥିବା ଲୋକ ସଂକ୍ରମିତ ହୋଇଥିବାର ସଦ୍ୟ ତଥ୍ୟ ମିଳିଛି। ଛିଙ୍କିବା, କାସିବା ଓ କଥା କହିବା କାଳରେ ବ୍ୟାପୁଥିବା ନିଶ୍ୱାସ ବୁନ୍ଦାରୁ ବର୍ତ୍ତିବାକୁ ହେଲେ ଅନୁନ୍ୟ ୨ ମିଟର ଦୂରତା ପାଳନ କରାଯାଇପାରେ ବୋଲି ବିଶେଷଜ୍ଞ କହିଛନ୍ତି।

{"id":390248,"sizeSlug":"large","linkDestination":"none"}

ମୁହଁରୁ ବାହାରୁଥିବା ଡ୍ରପଲେଟ୍ ଦୀର୍ଘ ଦୂରକୁ ଯାଇପାରେ। ଏଣୁ ରେଷ୍ଟୁରାଣ୍ଟ ଛାତରେ ଲାଗିଥିବା ସିଲିଂ, ଏୟାର କଣ୍ଡିସନର ଭେଣ୍ଟ ପର୍ଯ୍ୟନ୍ତ ଏହା ଯାଇପାରେ ଯାହା ଲୋକଙ୍କୁ ସଂକ୍ରମିତ କରିବାକୁ ଯଥେଷ୍ଟ। ଏଣୁ ଦକ୍ଷିଣ କୋରିଆରେ କୋଭିଡ ଲାଗି ନୂଆ ଗାଇଡଲାଇନ ଜାରି କରାଯାଇଛି।

{"id":390249,"sizeSlug":"large","linkDestination":"none"}

ସେହିପରି ଏପରି ସ୍ଥଳକୁ ଯାଉଥିବା ଲୋକେ କେବଳ ଖାଦ୍ୟ ଖାଇବା ବେଳେ ମୁହଁରୁ ମାସ୍କ ହଟାଇ ପାରନ୍ତି। ଖାଇବାପୂର୍ବରୁ କି ଖାଇ ସାରିବା ପରେ ମୁହଁରେ ମାସ୍କ ରଖିବା ଜରୁରି ବୋଲି ବିଶେଷଜ୍ଞମାନେ କହିଛନ୍ତି। ସେହିପରି ରେଷ୍ଟୁରାଣ୍ଟରେ ଜୋରଜୋରରେ କଥା କହିବା, ଚିଲ୍ଲାଇବା ଉପରେ ମଧ୍ୟ କଟକଣା ରହିବା ଦରକାର ବୋଲି କୁହାଯାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.