ଦାଢ଼ି-ନଖ ପ୍ରତି ସାବଧାନ: ସେହିବାଟ ଦେଇ ଆସି ଯାଇପାରେ କରୋନା

Published By : Prameya-News7 Bureau | April 14, 2020 IST

ନୂଆଦିଲ୍ଲୀ୧୪/୪: କରୋନା ଭାଇରସ୍‌ ପ୍ରକୋପରେ ପୂରା ବିଶ୍ବ ଅଣନିଃଶ୍ବାସୀ ହୋଇ ପଡିଛି। କରୋନା ଭାଇରସ୍ ବା କୋଭିଡ୍-୧୯ ଭୂତାଣୁରୁ ରକ୍ଷା ପାଇବା ପାଇଁ ସରକାର ମାସ୍କ, ସାନିଟାଇଜର ଏବଂ ହ୍ୟାଣ୍ଡଓ୍ବାସ ବ୍ୟବହାର କରିବାକୁ ବାରମ୍ବାର ପରାମର୍ଶ ଦେଉଛନ୍ତି। କିନ୍ତୁ ମାସ୍କ କିଭଳି ପିନ୍ଧିବେ, ଏହି ଦିଗକୁ ଲକ୍ଷ୍ୟ କରି ବିଶେଷଜ୍ଞ ଭିନ୍ନ ଭନ୍ନ  ପରାମର୍ଶ ଦେଉଛନ୍ତି। ତେବେ ମାସ୍କ ପିନ୍ଧିବା ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି। ସେଣ୍ଟର୍ସ ଫର୍‌ ଡିଜିଜ୍‌ କଣ୍ଟ୍ରୋଲ ଏଣ୍ଡ୍ ପ୍ରିଭେନ୍‌ସନ (Centers for disease control and prevention) ମାସ୍କ ପିନ୍ଧିବା ନେଇ  କହିଛି ଯେ, ଦାଢ଼ି ରଖିଥିବା ବ୍ୟକ୍ତି କରୋନାରେ ସଂକ୍ରମିତ ହେବାର ଯଥେଷ୍ଟ ସମ୍ଭାବନା ରହିଛି।

ବିଶେଷଜ୍ଞଙ୍କ ମତରେ କରୋନା ଭାଇରସ୍‌ରୁ ରକ୍ଷା ପାଇବାକୁ ହେଲେ ପ୍ରତ୍ୟେକ ମଣିଷ ନିଜ ନିଜର ସ୍ବାସ୍ଥ୍ୟପ୍ରତି ଯତ୍ନ ବାନ ହେବା ଉଚିତ୍। ସେହିପରି ସିଡିସିର ମତ ଅନୁସାରେ ଦାଢ଼ି ରଖିଥିବା ବ୍ୟକ୍ତିଙ୍କୁ ମାସ୍କ ପିନ୍ଧିବାରେ ଅସୁବିଧା ହୋଇଥାଏ। ଦାଢ଼ି ଥିବା କାରଣରୁ ମାସ୍କଟି ସଠିକ୍ ଭାବେ ମୁହଁରେ ଫିଟ୍ ହୋଇନଥାଏ। ମୁହଁ ଠିକ୍ ଭାବେ ଲାଗିନଥିବା ମାସ୍କ କଣାରେ ଅତି ସହଜରେ କରୋନା ଭୂତାଣୁ ପ୍ରବେଶ କରିଥାଏ। ଏହାସହ ଦାଢ଼ି ରଖିଥିବା ବ୍ୟକ୍ତି ବାରମ୍ବାର ମୁହଁରେ ହାତ ମାରିବା ଯାହା ବିଭିନ୍ନ ଜୀବାଣୁଙ୍କୁ ନିମନ୍ତ୍ରଣା କରିବା ସହ ସାମାନ। ଯାହାଫଳରେ ବ୍ୟକ୍ତି ଜଣଙ୍କ କରୋନା ଭାଇରସ୍‌ ସହ ଅନ୍ୟ ରୋଗର ଶିକାର ମଧ୍ୟ ହେବାର ସମ୍ଭାବନା ରହିଛି।

ହାତରେ ବଡ ବଡ଼ ନଖ ରଖିବା ମଧ୍ୟ ସ୍ବାସ୍ଥ୍ୟପ୍ରତି ହାନିକାରକ। କାହିଁକି ନା ହାତ ନଖରେ ବିଭିନ୍ନ ପ୍ରକାର ବ୍ୟାକ୍ଟେରିଆ, ଭାଇରସ୍ ଲୁଚି ରହିଥାନ୍ତି। ହାତକୁ ଧୋଇବା ପରେ ବି ସେହି ବ୍ୟାକ୍ଟେରିଆ ଗୁଡିକ ଆଖିକୁ ଦେଖାଯାଇ ନ ଥାନ୍ତି। ବିଶେଷଜ୍ଞଙ୍କ ମତ ଅନୁସାରେ ବର୍ତ୍ତମାନ ସମୟରେ କରୋନା ଭାଇରସ୍‌ରୁ ତ୍ରାହି ପାଇବାକୁ ହେଲେ ଶରୀର ପ୍ରତି ଯତ୍ନବାନ ହେବାକୁ ପଡିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.