Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୟାଗଡ : ଭିଜିଲାନ୍ସ ପଞ୍ଝାରେ ଅତିରିକ୍ତ ଯୋଗାଣ ଅଧିକାରୀ, ଏକାସାଙ୍ଗେ ୬ଟି ସ୍ଥାନରେ ରେଡ୍
  • ||
  • ପୃଥିବୀକୁ ବଡ ବିପଦ ! ମାଡି ଆସୁଛି ଗ୍ରହାଣୁ, ମାଡ ହେଲେ ପରମାଣୁ ବୋମାଠୁ ଭୟଙ୍କର ବିସ୍ଫୋରଣ
  • ||
  • ଯବାନଙ୍କ ଆତ୍ମହତ୍ୟା, ସର୍ଭିସ ରାଇଫଲରୁ ଗୁଳି ଚଳାଇ ହାରିଲେ ଜୀବନ
  • ||
  • ଜଗତସିଂହପୁରରେ ଲାଗି ରହିଛି ବର୍ଷା, ବାତ୍ୟା ମୁକାବିଲା ପାଇଁ ସଜାଗ ପ୍ରଶାସନ
  • ||
  • ଜଓ୍ୱାଦ ପ୍ରଭାବ : ମାଡି ଆସିବ ସମୁଦ୍ର, ଉଠିବ ବଡ ଜୁଆର
  • ||

ସୋସିଆଲ ମିଡିଆରେ ନାବାଳିକାଙ୍କ ଅଶ୍ଲୀଳ ଭିଡିଓ ଅପଲୋଡ୍ ଏବଂ ଫରଓ୍ବାର୍ଡ ମନା, ନ ମାନିଲେ ବନ୍ଧା ହେବ…

23/12/2019 at 3:59 PM

ନୂଆଦିଲ୍ଲୀ୨୩/୧୨: ଏବେ ସୋସିଆଲ ମିଡିଆରେ ପର୍ଣ୍ଣ ଭିଡିଓ ଦେଖିବା ପଡ଼ିବ ମହଙ୍ଗା। ନାବାଳିକାଙ୍କ ଅଶ୍ଲୀଳ ଭିଡିଓ ଦେଖିବା, ଅପଲୋଡ୍‌ କରିବା  କିମ୍ବା ଅନ୍ୟ କାହାକୁ ଫରଓ୍ବାର୍ଡ କଲେ ମିଳିବ ଦଣ୍ଡ।  ଏ ନେଇ ଦିଲ୍ଲୀ ସାଇବର କ୍ରାଇମ ୟୁନିଟ୍‌ ସୋସିଆଲ ମିଡିଆ ୟୁଜର୍ସଙ୍କୁ କଡ଼ା ଚେତାବନୀ ଦେଇଛନ୍ତି।  ସୋସିଆଲ ମିଡିଆରେ ନାବାଳିକାଙ୍କ ଅଶ୍ଲୀଳ ଭିଡିଓ ଅପଲୋଡ୍‌ କଲେ ଦଣ୍ଡ ମିଳିବା ନିଶ୍ଚିତ। ଏହି ସବୁ ଦିଗରେ ଦିଲ୍ଲୀ ପୁଲିସର ସାଇବର କ୍ରାଇମ ୟୁନିଟ୍‌ ନୂଆ ଅଭିଯାନ ଆରମ୍ଭ କରିଛି। ହିମାଚଳ ପ୍ରଦେଶରୁ ଏଭଳି ୭ଟି ମାମଲା ଦିଲ୍ଲୀ ସାଇବର କ୍ରାଇମ ୟୁନିଟ୍‌ ହାତ​ରେ ଲାଗିଛି। ଆଇଟି ଆକ୍ଟ​‌ରେ ଜଣେ ଯୁବକ ବିରୋଧରେ ମକଦ୍ଦମା ରୁଜୁ ହୋଇଛି।

ହିମାଚଳ ପ୍ରଦେଶର ମଣ୍ଡି ଜିଲ୍ଲାର ଏସପି ଗୁରଦେବ ଶର୍ମା କହିଛନ୍ତି ଯେ ସୋସିଆଲ ମିଡିଆରେ ନାବାଳିକାଙ୍କ ଅଶ୍ଲୀଳ ଭିଡିଓ ​ ଦେଖିବା, ଅପଲୋଡ୍ କରିବା କିମ୍ବା ଫରଓ୍ବାର୍ଡ କରୁଥିବା ୟୁଜର୍ସଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହା ଏକ ସଂଗୀନ ଅପରାଧ। ସୋସିଆଲ ମିଡିଆର ଏଭଳି ୟୁଜର୍ସଙ୍କ ପ୍ରତି ଗୃହମନ୍ତ୍ରାଳୟ ସାଇବର କ୍ରାଇମ ୟୁନିଟ୍‌ ମାଧ୍ୟମରେ ନଜର ରଖିଛି।

ଏହି ମାମଲାରେ ସଂପୃକ୍ତ ଜଣେ ଯୁବକକୁ ସାଇବର କ୍ରାଇମ ଗିରଫ କରିଛି। ୨୦୧୯ ମସିହାରେ ମେ ମାସ ୪ ତାରିଖରେ ଅଭିଯୁକ୍ତ ଯୁବକ ସୋସିଆଲ ମିଡିଆ ଫେସବୁକ୍‌ରେ ପର୍ଣ୍ଣ ଭିଡିଓ ଅପଲୋଡ୍ କରିଥିଲା। ଯାହାକି ଚାଇଲ୍ଡ ପୋର୍ନୋଗ୍ରାଫି ସହ ଜଡିତ ଥିଲା। ଦିଲ୍ଲୀ ସାଇବର କ୍ରାଇମ ୟୁନିଟ୍‌ ଟ୍ରେସ କରି ଅଭିଯୁକ୍ତ ଯୁବକକୁ ଗିରଫ କରିଥିଲା। ନ୍ୟାସନାଲ କ୍ରାଇମ୍ ରେକର୍ଡସ ବ୍ୟୁରୋ (NCRB) ଏବଂ ନ୍ୟାସନାଲ ସେଣ୍ଟର ଫର୍‌ ମିସିଙ୍ଗ୍‌ ଏଣ୍ଡ ଏକ୍ସପ୍ଳୋଇଟେଡ୍‌ ଚିଲ୍‌ଡ୍ରେନ (NCMEC) ମଧ୍ୟରେ ଯୁକ୍ତି ହୋଇଛି । ସୋସିଆଲ ଭିଡିଆରେ ନାବାଳିକାଙ୍କ ଅଶ୍ଳୀଳ ଭିଡିଓ  ଅପଲୋଡ୍‌ ସଂପର୍କରେ ଏନସିଏମ୍‌ଇସି ସୂଚନା ପ୍ରଦାନ କରିବେ।

   Related Posts