Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରଭଜନ ସିଂହ କରୋନା ଆକ୍ରାନ୍ତ, ନିଜକୁ କଲେ ଆଇସୋଲେଟ୍‌
  • ||
  • ଚୋରା ବାଲି କାରବାରରୁ ହତ୍ୟା, ଶ୍ରମିକଙ୍କ ଉପରେ ଚଢାଇଦେଲେ ଟ୍ରାକ୍ଟର !
  • ||
  • ରାଜ୍ୟରେ ୧୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୯୮୩୩ କୋଭିଡ୍ ପଜିଟିଭ୍, ୧୧୮୭୨୯୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଶିବାଡ ଘାଟିରେ ଓଲଟିଲା ଇସପାତ୍, ୮ ଗୁରୁତର
  • ||
  • ଶୁକ୍ରବାରଠୁ ଲିଭିବ ଅମର ଯବାନ ଜ୍ୟୋତି : ୫୦ ବର୍ଷ ତଳେ ଶୁଭାରମ୍ଭ କରିଥିଲେ ଇନ୍ଦିରା ଗାନ୍ଧୀ
  • ||
  • ଟି୨୦ ବିଶ୍ୱକପ୍ : ଖେଳସୂଚୀ ଜାରି କଲା ଆଇସିସି, ଏହି ତାରିଖରେ ଭାରତ-ପାକିସ୍ତାନ ମହା ମୁକାବିଲା
  • ||
  • ଦ୍ୱିତୀୟ ଦିନିକିଆରେ କମ୍ ବ୍ୟାକ୍ କରିବ ଟିମ୍ ଇଣ୍ଡିଆ ! ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ବରାବର ଲକ୍ଷ୍ୟ
  • ||

ଡିଜିଟାଲ ପେମେଣ୍ଟ କରୁଛନ୍ତି କି ? ଏବେଠୁ ହୋଇଯାଆନ୍ତୁ ସାବଧାନ, ନଚେତ ଖାଲି ହୋଇଯାଇପାରେ ଆକାଉଣ୍ଟ

10/10/2019 at 4:13 PM

ନୂଆଦିଲ୍ଲୀ : ଦେଶରେ ନୋଟବନ୍ଦୀ ପରଠାରୁ ଡିଜିଟାଲ ଟ୍ରାଞ୍ଜାକ୍ସନ ଢେର ବଢିଛି। ଲୋକେବି ଏଭଳି ନେଣଦେଣ ସହ ଏବେ ଅଭ୍ୟସ୍ତ ହୋଇଗଲେଣି। ହେଲେ କାରବାର ବଢିବା ସହ ଲୋକେ ଠକେଇର ଶିକାର ହେଉଥିବା ନେଇ ରିତିମତ ଅଭିଯୋଗ ବଢିବଢି ଚାଲିଛି। ଏଣୁ ଏଭଳି କାରବାର କରିବା ବେଳେ ସାବଧାନତା ଅବଲମ୍ବନ କରିବା ଆବଶ୍ୟକ ହୋଇପଡିଛି। ନଚେତ ଆପଣଙ୍କ ସାମାନ୍ୟ ଭୁଲ ଯୋଗୁ ଆକାଉଣ୍ଟ ସଫା ହୋଇଯାଇପାରେ। ଏଣୁ ଅନଲାଇନ ପୈଠ ହେଉ ଅଥବା ଇ-ଟ୍ରାଞ୍ଜାକ୍ସନ ବେଳେ କ’ଣ ସତର୍କତା ଅବଲମ୍ବନ କରିବା ଆବଶ୍ୟକ ଆସନ୍ତୁ ଜାଣିବା।

ଡିଜିଟାଲ ଟ୍ରାଞ୍ଜାକ୍ସନର ସବୁଠାରୁ ବଡ ମାଧ୍ୟମ ହେଉଛି ଏଟିଏମ ଡେବିଟ୍ କାର୍ଡ। ଏଥିରେ  ତିନି ଅଙ୍କର ସିଭିଭି ନମ୍ବର ରହିଛି। ଏହା ପୁରା ଆବ୍ରିଭିଏସନ ହେଉଛି କାର୍ଡ ଭେରିଫିକେସନ ଭାଲ୍ୟୁ। ଏହାର ସେତେବେଳେ ଆବଶ୍ୟକ ପଡିଥାଏ ଯେତେବେଳେ ଆପଣ ଅନଲାଇନରେ କିଛି କିଣାକିଣି କରନ୍ତି ଓ ତା ବଦଳେ ଏଟିଏମ କାର୍ଡରୁ ପୈଠ କରନ୍ତି।  ତେବେ କାର୍ଡଧାରୀ ଏଥିପ୍ରତି ସତର୍କ ରହିବା ଦରକାର ଯେପରି କାହାରି ସହ ଏହି ନମ୍ବର ଭୁଲରେ ବି ସେୟାର ନ କରନ୍ତି। 

ଆଜିକାଲି ପ୍ରାୟ ଅନଲାଇନ ସପିଙ୍ଗ ୱେବସାଇଟ୍ ରେ କାର୍ଡ ଡିଟେଲସ ସେଭିଂ ର ସୁବିଧା ରହୁଛି। ଯାହା ଦ୍ୱାରା ପରବର୍ତ୍ତି ସମୟରେ ଏହି ସାଇଟ୍ ରୁ ଜିନିଷ କିଣିବା ବେଳେ ଆପଣ କେବଳ ସିଭିଭି ଟାଇପ କରିଦେଲେ ଆପଣଙ୍କ ଟ୍ରାଞ୍ଜାକ୍ସନ ପୁରା ହୋଇଯାଇଥାଏ। ଯଦି ଆପଣ ବି ଏପରି ସୁବିଧାଜନକ କିଣାକିଣି କରୁଥାନ୍ତି ତେବେ ସତର୍କ ହୋଇଯାଆନ୍ତୁ। କାରଣ ହେକର୍ସ ୱେବସାଇଟ୍ ରେ ଡିଟେଲସ ସେଭ ଥିବା  କାର୍ଡକୁ ବେସ୍ ସହଜରେ ହ୍ୟାକ କରୁଛନ୍ତି। 

ଏପରି ୱେବସାଇଟରେ କାର୍ଡ ନମ୍ବର, ପାସୱାର୍ଡ ଅଥବା ପିନ୍ କିଛି ବି ଦେବାକୁ ପଡିନଥାଏ। ଅନଲାଇନ ସପିଙ୍ଗ ବେଳେ ସର୍ବଦା ଗ୍ରାହକଙ୍କୁ ୨ଟି ଅପ୍ସନ ମିଳିଥାଏ। ଏଥିରୁ ଗୋଟିଏ ହେଉଛି ସେଭ ୟୋର କାର୍ଡ ଓ ଦ୍ୱିତୀୟଟି ହେଉଛି ଜେନେରେଟ ୱାନଟାଇମ ପାସୱାର୍ଡ (ଓଟିପି)। ଏଥିରୁ ଗ୍ରାହକ ସବୁବେଳେ ଓଟିପିକୁ ଚୟନ କରିବା ସୁରକ୍ଷିତ। ଏହି ଅପ୍ସନରେ କ୍ଲିକ୍ କଲେ  ୪ ଅଙ୍କର ଓଟିପି ମିଳିଥାଏ। ଯାହାକୁ ବ୍ୟବହାର କରି ଆପଣ ଅନଲାଇନ ଟ୍ରାଞ୍ଜାକ୍ସନ ସମ୍ପୂର୍ଣ୍ଣ କରିପାରନ୍ତି।  

   Related Posts