ସାବଧାନ, ନେତାଙ୍କ ନାଁରେ ଠକେଇ – ଏବେ କେହି ମନ୍ତ୍ରୀ କି ଅଧିକାରୀଙ୍କ ନାମରେ ଚାନ୍ଦା ମାଗୁଥିଲେ ସିଧା ପୋଲିସକୁ ଖବର ଦିଅନ୍ତୁ

Published By : Prameya-News7 Bureau | October 09, 2019 IST

କଳାହାଣ୍ଡି - ବର୍ତ୍ତମାନ ସମୟରେ ନେତା ଯେତିକି ନୁହନ୍ତି ନେତାଙ୍କ ନାଁରେ ଠକେଇ ଖୁବ ଚାଲିଲାଣି। କଳାହାଣ୍ଡିରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁରେ ଠକେଇ କରୁଥିବା ଜଣେ ଯୁବକକୁ ପୋଲିସ ଧରିଛି। ପୂର୍ବରୁ ମଧ୍ୟ ସେମିତି ଜଣଙ୍କ ପରେ ଜଣେ କାର୍ପଟଦାର ଧରାପଡ଼ିଛନ୍ତି। କିଏ ମୋବାଇଲ ମାଗିଥିଲା ଆଉ କିଏ ବଡ଼ ଆକାରରେ ଚାନ୍ଦା। କିନ୍ତୁ ଲୋକେ ଉଚିତ ସମୟରେ ଖବର ଦେବାରୁ ଧରାପଡ଼ିଗଲେ କାର୍ପଟଦାର।

{"id":168105,"width":579,"height":284}

ଭିଓ ମନ୍ତ୍ରୀଙ୍କ ନାଁରେ ହାତ ଚିକ୍କଣ। ଅଏସି ଆରମ କରିବାକୁ ପକାଇଥିଲା ପ୍ରେସର।  ପୋଲିସ କିନ୍ତୁ ଠୁଙ୍କି ଦେଲା ଆଉ ଆରାମ ଏବେ ହାଜତରେ ହେଉଛି । ଘଟଣା କିଛି ଏମିତି । ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ପିଏସଓ ବୋଲି କହି କଳାହାଣ୍ଡି ନର୍ଲାର ପଞ୍ଚାୟତ ପ୍ରତିନିଧିମାନଙ୍କୁ କଲ୍ ଯାଇଥିଲା ।

{"id":168106,"width":573,"height":293}

ମନ୍ତ୍ରୀ ତାଙ୍କ ପିଏସଓଙ୍କୁ ପଠାଇଛନ୍ତି, ତେଣୁ ଉଚିତ୍ ବ୍ୟବସ୍ଥା କରିବାକୁ ଫୋନରେ ଥିବା ବ୍ୟକ୍ତି କହିଥିଲେ । କିଛି ତ ଏହାକୁ ବିଶ୍ବାସ କରି ସଂପୃକ୍ତ ବ୍ୟକ୍ତିଙ୍କୁ ଆତିଥେୟତା ଓ ଅନୁଗ୍ରହ ଦେଖାଇଥିଲେ । ତେବେ କଥାବାର୍ତ୍ତାରୁ ସନ୍ଦେହ ହେବାରୁ ମାମଲା ଯାଇଥିଲା ପୋଲିସ ପାଖକୁ । ପରେ ସବୁ କିଛି ପର୍ଦ୍ଦାଫାଶ ହୋଇଥିଲା । ନିଜକୁ ମନ୍ତ୍ରୀଙ୍କ ପିଏସଓ ବୋଲି କହି ଠକୁଥିବା ବ୍ୟକ୍ତି ଗଞ୍ଜାମ ଗୋଷାଣୀ ନୂଆଗାଁର ଅଶୋକ ନାଏକ । ଅଶୋକଙ୍କୁ ଗିରଫ କରି ଏଥିରେ ଆଉଁ କେଉଁମାନେ ସଂପୃକ୍ତି ଅଛନ୍ତି ସେ ନେଇ ଅଧିକ ତଦନ୍ତ ଚଳାଇଛି ନର୍ଲା ପୋଲିସ ।

{"id":168107,"width":575,"height":285}

 ତେବେ ନେତା, ମନ୍ତ୍ରୀ, ଅଫିସରଙ୍କ ନାଁ ନେଇ ଠକିବାର ଖବର ବାରମ୍ବାର ଆସିବାରେ ଲାଗିଛି । ପୂର୍ବରୁ ଗତ ଜୁନ୍ ମାସରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ, କଂଗ୍ରେସର ବରିଷ୍ଠ ବିଧାୟକ ନରସିଂହ ମିଶ୍ର, ବିଜେପି ବିଧାୟକ ଜୟନାରାୟଣ ମିଶ୍ର, ସମ୍ବଲପୁର ଜିଲ୍ଲାପାଳ ଶୁଭମ୍ ସକ୍କେନାଙ୍କ ନାଁରେ ଫେକ୍ ଫେସବୁକ୍ ଆକାଉଣ୍ଟ ଖୋଲି ଟଙ୍କା ମାଗିବାର ଅଭିଯୋଗ ଆସିଥିଲା । ଏହି ଘଟଣାରେ ଜଣେ ନାବାଳକଙ୍କ ସଂପୃକ୍ତି ସାମ୍ନାକୁ ଆସିଥିଲା ।

ସେହିଭଳି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ଫେକ୍ ଫେସବୁକ ଆକାଉଣ୍ଟ ବି ଚର୍ଚ୍ଚାରେ ଥିଲା । ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ନାଁରେ ମଧ୍ୟ ଫେକ୍ ଫେସବୁକ୍ ଆକାଉଣ୍ଟ ଖୋଲି ସ୍ମାର୍ଟ ଫୋନ୍ ଚାନ୍ଦା ମାଗି ଲୋକନ ମିଶ୍ର ନାମକ ଜଣେ ଅଭିଯୁକ୍ତ ଗିରଫ ହୋଇଛନ୍ତି। ତେଣୁ ଆପଣ ଏବେ ସାବଧାନ ହୋଇଯାଆନ୍ତୁ କେହି ଚାନ୍ଦା ମାଗୁଥିଲେ ସିଧା ପୋଲିସକୁ ଖବର ଦିଅନ୍ତୁ କିଏ ସତ କିଏ ମିଛ ଜଣା ପଡ଼ିଯିବ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.