Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ନାଗ ପଞ୍ଚମୀ ଦିନ ଭୁଲରେ ମଧ୍ୟ କରନ୍ତୁ ନାହିଁ ଏସବୁ କାମ : ନହେଲେ ପଡ଼ିବେ ଅସୁବିଧାରେ

25/07/2020 at 3:22 PM

ଶ୍ରାବଣ ଶୁକ୍ଳ ପଞ୍ଚମୀ ତିଥିକୁ ନାଗ ପୂଜା ଅର୍ଥାତ୍ ନାଗପଞ୍ଚମୀ ପାଳନ କରାଯାଇଥାଏ। ଏହି ତିଥିକୁ ଭଗବାନ ଶିବଙ୍କ ଆଭୂଷଣ ନାଗଙ୍କ ପୂଜା କରାଯାଇଥାଏ। ଯଦି ଜାତକରେ ରାହୁ କେତୁଙ୍କ ସ୍ଥିତି ଠିକ୍ ନ ରହେ ତେବେ ମଧ୍ୟ ଏହି ଦିନ ବିଶେଷ ପୂଜା କରି ଲାଭ ମିଳିଥାଏ। ଏଥର ନାଗପଞ୍ଚମୀ ପର୍ବ ଜୁଲାଇ ୨୫ତାରିଖ ଶନିବାର ପାଳନ କରାଯାଉଛି। ଆସନ୍ତୁ ଜାଣିବା ଏହି ଦିନ କେଉଁ କାର୍ଯ୍ୟ କରିବା ଅନୁଚିତ୍।

୧.ଏହି ଦିନ ଭୂମି ଖୋଦନ କରିବା କିମ୍ବା ହଳ କରିବା ଅଶୁଭ ହୋଇଥାଏ। ଏଥିପାଇଁ ଏପରି କରିବା ଅନୁଚିତ୍। ଏହା ବ୍ୟତୀତ ଶାଗ ମଧ୍ୟ ତୋଳିବା ଅନୁଚିତ୍।

୨. ନାଗ ପଞ୍ଚମୀ ଦିନ ଧାରୁଆ ଏବଂ ମୁନିଆଁ ବସ୍ତୁ ବ୍ୟବହାର କରିବା ଅନୁଚିତ୍। ବିଶେଷ କରି ଛୁଞ୍ଚି ସୂତା ବ୍ୟବହାର କରିବା ଅନୁଚିତ୍। ଏପରି କରିବା ଅଶୁଭ ହୋଇଥାଏ।
୩. ଚୁଲି​‌ରେ ଖାଦ୍ୟ ରୋଷେଇ କରିବା ପାଇଁ ତାଓ୍ବା ଏବଂ ଲୁହା କଡ଼େଇ ବ୍ୟବହାର କରିବା ଅନୁଚିତ୍। ଏପରି କରିବା ଦ୍ବାରା ନାଗ ଦେବତାଙ୍କୁ କଷ୍ଟ ହୋଇଥାଏ।

୪. ନାଗ ପଞ୍ଚମୀ ଦିନ କୌଣସି ମନୁଷ୍ୟଙ୍କ ପାଇଁ ନିଜ ମୁହଁରୁ ବିଷ ଓଗାଳନ୍ତୁ ନାହିଁ। ଅର୍ଥାତ୍ କାହାସହ ଝଗଡ଼ା କିମ୍ବା ଅପଶବ୍ଦ କହିବା ଅନୁଚିତ୍।

୫. ଯେଉଁ ଲୋକଙ୍କ ଜାତକରେ ରାହୁ-କେତୁ ଭାରି ରହିଛି ସେମାନଙ୍କୁ ସେହି ଦିନ ବିଶେଷ ଭାବେ ନାଗ ଦେବତାଙ୍କ ପୂଜା କରିବା ଅନୁଚିତ୍। ଏପରି କରିବା ଦ୍ବାରା ଜାତକରେ ଆସୁଥିବା ସମସ୍ୟାକୁ ଦୂର କରାଯାଇପାରିବ।

୬. ନାଗ ପଞ୍ଚମୀ ଦିନ ମାଂସ କିମ୍ବା ମଦ ପିଅନ୍ତୁ ନାହିଁ। ଭଗବାନ ଶିବଙ୍କ ମନ୍ତ୍ର ଜପ କରିବା ଦ୍ବାରା ଲାଭ ହୋଇପାରେ।

୭. ନାଗ ପଞ୍ଚମୀ ଦିନ ଶିବଲିଙ୍ଗ କିମ୍ବା ନାଗ ଦେବତାଙ୍କୁ ପିତ୍ତଳ ଲୋଟାରେ କ୍ଷୀର ଚଢ଼ାନ୍ତୁ। ତମ୍ବା ଲୋଟାରେ ଜଳ ଚଢ଼ାନ୍ତୁ।

୮. ହିନ୍ଦୁ ଧର୍ମରେ ନାଗ ଦେବତାଙ୍କୁ କ୍ଷୀରରେ ଅଭିଷେକ କରିବାର ମହତ୍ତ୍ବ ରହିଛି।

   Related Posts