ସାବଧାନ ! ଦୀପାବଳି ପାଇଁ ମିଠା ନାଁରେ ତିଆରି ହେଉଛି ଜହର, ଟନ ଟନ ଅପମିଶ୍ରିତ ମିଠା, ଖୁଆ, ପନୀର ଓ ଛେନା ଜବତ

Published By : Prameya-News7 Bureau | October 23, 2019 IST

ନୂଆଦିଲ୍ଲୀ୨୩|୧୦: ଆଲୋକର ପର୍ବ ଦୀପାବଳୀ । ଖୁସିର ଉତ୍ସବ । ହସ ବାଣ୍ଟିବାର ଆଉ ସଂପର୍କ ବଢାଇବାର ପର୍ବ । ପିଠା ଆଉ ମିଠାର ପର୍ବ । ଅନ୍ଧାର ଉପରେ ଆଲୋକର ବିଜୟ ଉତ୍ସବ ପାଳିବାକୁ ସମସ୍ତେ ଯେମିତି ପ୍ରସ୍ତୁତ । ପ୍ରସ୍ତୁତ ଦୀପ, ବାଣ ସହ ମିଠା ବଜାର । ଦୀପାବଳୀ ପାଇଁ ଦୋକାନରେ ତିଆରି ଚାଲିଛି ଭଳିକି ଭଳି ମିଠା । ଯେତେବେଳେ ଲୋକେ ପିଠା, ମିଠା ବାଣ୍ଟି ଉତ୍ସବ ମନାଇବାକୁ ପ୍ରସ୍ତୁତ ହେଉଛନ୍ତି, ସେତିକି ବେଳେ ମରଣାନ୍ତକ ଖେଳରେ ମାତିଛନ୍ତି ମୁନାଫାଖୋର ।

{"id":173667}

ଲାଭ ଲୋଭରେ ରଚିଛନ୍ତି ଭେଜାଲର ମଧୁର ଷଡଯନ୍ତ୍ର । ଅସଲି ନାଁରେ ନକଲି ସାମଗ୍ରୀ ପ୍ରସ୍ତୁତ କରି ଅଧିକ ଲାଭ ଯୋଜନାରେ ଅଛନ୍ତି । ଅସାଧୁ, ସ୍ବାର୍ଥନ୍ବୈଷୀ, ମୁନାଫାଖୋର ବେପାରୀ ଆପଣଙ୍କ ଖୁସିକୁ ପାଣି ଫୋଟକା ପରି ମିଳାଇ ଦେବା ପାଇଁ ପ୍ଲାନ କରି ସାରିଛନ୍ତି । ସେଥିପାଇଁ ତ ବଜାରରେ ଏବେ ମିଳୁଛି କ୍ଷତିକାରକ ନକଲି ମିଠା, ଖୁଆ, ପନିର ଓ ଛେନା ।  

{"id":173668}

ଭେଜାଲ ବା ନକଲି ରାକ୍ଷସ ଘରେ ଘରେ ପହଞ୍ଚିବାକୁ ଗୋଡ଼ ଟେକି ବସିଛି । ଆପଣ  ଟିକେ ସତର୍କ ନହେଲେ, ସଚେତନ ନହେଲେ ପରିବାର ସହ ଆପଣଙ୍କ ଉପରେ ଆସିପାରେ ବିପତ୍ତି । ଦେଶର ସବୁ ରାଜ୍ୟ, ସବୁ ଜିଲ୍ଲା, ଏମିତିକି ସବୁ ଘରେ ଭେଜାଲ ଜିନିଷ ଆମକୁ ଗ୍ରାସ କରିସାରିଲାଣି । ୟୁପି, ଓଡ଼ିଶା, ବିହାର, ରାଜସ୍ଥାନ, ସବୁଠି ସବୁ ସ୍ଥାନରେ, ଦୀପାବଳୀ ପୂର୍ବରୁ ଅପମିଶ୍ରଣର ଧନ୍ଦା ଏବେ ଯେମିତି ନୂଆ ଉଚ୍ଚତା ଛୁଇଁଛି ।  

{"id":173669}

ବିଶ୍ବାସ ନେହେଲେ ବି କଥାଟି ୧୦୦ ପରସେଣ୍ଟ ଅସଲି । ଦେଖନ୍ତୁ, ଇଏ ହେଉଛି ତାର ଜୀବନ୍ତ ପ୍ରମାଣ । ୟୁପିର ଗ୍ରେଟର ନୋଏଡାରେ ଫୁଡ୍ ସେଫ୍ଟି ଅଧିକାରୀ ଏକ ଅବୈଧ ଫ୍ୟାକ୍ଟ୍ରି ଉପରେ ରେଡ୍ କରିବା ପରେ ଏମିତି କିଛି ତଥ୍ୟା ସାମ୍ନାକୁ ଆସିଛି । ଯାହା ଖାଲି ସାଙ୍ଘାତିକ ନୁହଁ, ବରଂ ଡେଞ୍ଜର ସିଗନାଲ୍ । ପାଖାପାଖି ପାଞ୍ଚ ଟନ୍ ଅପମିଶ୍ରିତ ପନିର ଓ ମିଠା ଜବତ  ହୋଇଛି । ଏହି ସବୁ ପନିର ଓ ମିଠା ବଜାରକୁ ଛଡ଼ାଯାଇଥାନ୍ତା ।

{"id":173670}

ଟିକେ ଭାବନ୍ତୁ, ଏସବୁ ମିଠା ବା ପନିର ଆପଣଙ୍କ ଘରେ ପହଞ୍ଚିଥିଲେ ଅବସ୍ଥା କଣ ହୋଇଥାନ୍ତା ? ତେବେ କଥା ଖାଲି ଏତିକିରେ ଅଟକିନି । ଖାଦ୍ୟ ନିରାପତ୍ତା ଅଧିକାରୀ ଘିଅ ଡବା ମଧ୍ୟ ଜବତ  କରିଛନ୍ତି । ଯେଉଁଗୁଡ଼ିକ ମିଠା ତିଆରିରେ ବ୍ୟବହାର ହୋଇଥାନ୍ତା  ।  

{"id":173671}

ଛାପା ମାରିଥିବା ଅଧିକାରୀମାନଙ୍କୁ ପ୍ରଥମେ ଫ୍ୟାକ୍ଟ୍ରିରେ ନକଲି ପନିର ତିଆରି ହେଉଥିବାର ସୂଚନା ମିଳିଥିଲା । ତେବେ ରେଡ୍ ସମୟରେ ସାମ୍ନାକୁ ଆସିଥିଲା ଭେଜାଲ ରୂପକ ଗନ୍ଦା ଖେଲ୍ । ତେବେ ଜବତ ହୋଇଥିବା ନକଲି ସାମଗ୍ରୀଗୁଡ଼ିକୁ ସେହିଠାରେ ହିଁ ନଷ୍ଟ କରି ଦିଆଯାଇଛି । ପାଖାପାଖି ୫ ଟନ୍ ନକଲି ପନିର ଓ ମିଠା ସମ୍ପୂର୍ଣ୍ଣ ରୂପେ ମାଟିରେ ମିଶାଇ ଦିଆଯାଇଛି । ଏପରିକି ଘଟଣାରେ କିଛି ଲୋକଙ୍କୁ ଗିରଫ କରାଯାଇଥିବା ବେଳେ ଅଧିକ ଖୋଳତାଡ଼ ଜାରି ରହିଛି ।

{"id":173672}

କେବଳ ଗ୍ରେଟର ନୋଇଡା ନୁହେଁ, ମଧ୍ୟପ୍ରଦେଶର ଇନ୍ଦୋରରୁ ବ ଜବତ ହୋଇଛି ବିପୁଳ ପରିମାଣର ମାଓ୍ବା ଏବଂ ମିଠା । ଇନ୍ଦୋର ମୁନିସପାଲ କର୍ପୋରେସନ ଏବଂ ପୋଲିସ ମିଳିତ ଭାବେ ୫ ଶହ ୫୦ କେଜିରୁ ଅଧିକ ମାଓ୍ବା ଏବଂ ୧୦୦ କେଜିରୁ ଅଧିକ ମିଠା ଜବତ  କରିଛନ୍ତି । ଏହି ମିଠା ବସ୍ ଯୋଗେ ଅହମ୍ମଦାବାଦରୁ ଇନ୍ଦୋର ଆସୁଥିଲା । ଏଥିରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି ।

{"id":173673}

ପ୍ରକୃତରେ ଦେଖିବାକୁ ଗଲେ କ୍ଷୀରରୁ ପ୍ରସ୍ତୁତ ହେଉଥିବା ଖୁଆରେ ଲୁଗା ସଫା ସୋଡା ବା ଓ୍ଵାସିଂ ପାଉଡର୍‌ ବ୍ୟବହାର କରାଯାଉଥିବା ଅଭିଯୋଗ ହୁଏ । ସିନ୍ଥେଟିକ୍‌ ମାଓ୍ଵା ପ୍ରସ୍ତୁତ କରିବା ସମୟରେ ଓ୍ଵାସିଂ ପାଉଡର୍‌ ବ୍ୟବହାର କରାଯାଏ ବୋଲି ଜାଣିବାକୁ ମିଳିଛି । ଏଥିଲାଗି ପ୍ରଥମେ କ୍ଷୀରରୁ କ୍ରିମ୍‌ ବାହାର କରାଯାଏ । ତା’ପରେ ୟୁରିଆ ବ୍ୟତୀତ ଡିଟରଜେଣ୍ଟ ପାଉଡର ଏବଂ ଶସ୍ତା ଘିଅ ମିଶାଯାଏ ।

{"id":173674}

ମାଓ୍ଵା ପ୍ରସ୍ତୁତି ସମୟରେ ଯେଉଁ ୟୁରିଆ ଆବଶ୍ୟକ ପଡ଼ିଥାଏ, ତାହାର ମୂଲ୍ୟ ଅଧିକ । ସେଥିପାଇଁ ବ୍ୟବସାୟୀମାନେ ଓ୍ଵାସିଙ୍ଗ୍‌ ପାଉଡର ବ୍ୟବହାର କରିଥାଆନ୍ତି । ପରେ ସେହି ଖୁଆରୁ ହିଁ ମିଠା ତିଆରି ହୋଇଥାଏ । ସେହିପରି ପନିର ତିଆରିରେ ମଧ୍ୟ ୟୁରିଆ ସହ ଡିଟେରଜେଣ୍ଟ  ପାଉଡର ମଧ୍ୟ ମିଶାଯାଇଥାଏ । 

{"id":173675}

ତେଣୁ ଏଭଳି ପରିସ୍ଥିତିରେ ପର୍ବ ପାଳନ କରନ୍ତୁ, ଖୁସି ମନାନ୍ତୁ । କିନ୍ତୁ ମିଠା କିଣିବା ଅବସରରେ ଟିକିଏ ସତର୍କ ରୁହନ୍ତୁ । ନହେଲେ ନକଲିରୂପୀ ରାକ୍ଷସ ପଞ୍ଛାରେ ଆପଣ ପଡ଼ିବା ନିଶ୍ଚିତ

{"id":173676}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.