Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

ଚନ୍ଦ୍ର ଗ୍ରହଣରେ ଭୁଲରେ ବି କରନ୍ତୁ ନାହିଁ ଏହି ୧୦ଟି କାମ : ନଚେତ୍….

4/07/2020 at 1:28 PM

ବର୍ଷର ତୃତୀୟ ଚନ୍ଦ୍ର ଗ୍ରହଣ ଜୁଲାଇ ୫,ରବିବାର ଦିନ ଲାଗିବାକୁ ଯାଉଛି। ଗୁରୁ ପୂର୍ଣ୍ଣିମା ଦିନ ଲାଗୁଥିବା ଏହି ଖାସ୍ ଚନ୍ଦ୍ର ଗ୍ରହଣ ୮ଟା ବାଜି ୩୮ମିନିଟରେ ଆରମ୍ଭ ହେବ ଏବଂ ୧୧ଟା ବାଜି ୨୧ମିନିଟରେ ସମାପ୍ତ ହେବ। ଚନ୍ଦ୍ର ଗ୍ରହଣର ଅବଧି ୨ଘଣ୍ଟା ୪୩ମିନିଟ୍ ହେବ। ଏହା ଏକ ଉପଛାୟା ଗ୍ରହଣ ହେବ ଯେଉଁଥିରେ ସୂତକ କାଳ ମାନ୍ୟ ହେବ ନାହିଁ। ସାଧାରଣତଃ କୌଣସି ଗ୍ରହଣ ଆରମ୍ଭ ହେବାର ୧୨ଘଣ୍ଟା ପୂର୍ବରୁ ସୂତକ କାଳ ଲାଗିଯାଇଥାଏ,ଯେଉଁଥିରେ କିଛି ଖାସ୍ କଥା ପ୍ରତି ଧ୍ୟାନ ରଖିବା ଜରୁରୀ ହୋଇଥାଏ।

୧. ଗ୍ରହଣକୁ ଖାଲି ଆଖିରେ ଦେଖିବା ଅନୁଚିତ୍। ଗ୍ରହଣ ସମୟରେ ଭୋଜନ କରିବା ଏବଂ ରୋଷେଇ କରିବା ଅନୁଚିତ୍। ଗ୍ରହଣ ପରେ ସ୍ନାନ କରିବା ଦ୍ବାରା ଏହାର ପ୍ରଭାବ କମ୍ ହୋଇଯାଇଥାଏ।

୨. ଚନ୍ଦ୍ର ଗ୍ରହଣ ପରେ ବାସି ଖାଇବା କିମ୍ବା ରାତିରେ ବଳକା ଥିବା ଖାଦ୍ୟ ଖାଇବା ଅନୁଚିତ୍। ଏପରି ଭୋଜନ ପଶୁଙ୍କ ପାଇଁ ରଖି ଦିଅନ୍ତୁ। ଯଦି ଘରେ କ୍ଷୀରରେ ପ୍ରସ୍ତୁତ ଜିନିଷ ରଖା ହୋଇଛି ତେବେ ଏହାକୁ ଫିଙ୍ଗିବା ପରିବର୍ତେ ତୁଳସୀ ପତ୍ରରେ ଢ଼ାଳି ଦିଅନ୍ତୁ।

୩. ଗ୍ରହଣ ସମୟରେ ଗର୍ଭବତୀ ମହିଳାଙ୍କୁ ଗ୍ରହଣ ଛାୟା ଆଦିରୁ ବିଶେଷ ଭାବେ ବର୍ତ୍ତିବା ଆବଶ୍ୟକ। କାରଣ ଗ୍ରହଣ ଛାୟାର କୁପ୍ରଭାବ ଗର୍ଭସ୍ଥ ଶିଶୁ ଉପରେ ପଡ଼ିବାର ଡର ରହିଥାଏ। ଏହା ବ୍ୟତୀତ ବୟସ୍କ ଏବଂ ପୀଡ଼ିତ ବ୍ୟକ୍ତିଙ୍କୁ ମଧ୍ୟ ବାହାରକୁ ଯିବା ଅନୁଚିତ୍।

୪. ସୂତକ କାଳ ଲାଗିବା ପରେ ଉପାସନା କିମ୍ବା ଦେବ ଦର୍ଶନ କରିବା ବର୍ଜିତ ହୋଇଥାଏ। ଏହା ସହିତ ଏହି ଗ୍ରହଣ କାଳର ଅବଧିରେ ଲୋକଙ୍କୁ ଦେବୀ-ଦେବତାଙ୍କୁ ସ୍ପର୍ଶ କରିବାରୁ ବର୍ତ୍ତିବା ଆବଶ୍ୟକ। ଉପଛାୟା ଚନ୍ଦ୍ର ଗ୍ରହଣ ହେବା ଯୋଗୁଁ ଏଥର ସୂତକ ଲାଗିବ ନାହିଁ।

୫. ଗ୍ରହଣ ସମୟରେ ଦେବ ପୂଜାକୁ ମଧ୍ୟ ନିଷିଦ୍ଧ କୁହାଯାଇଛି। ଏହି କାରଣରୁ ଅନେକ ମନ୍ଦିରର ଦ୍ବାର ଗ୍ରହଣ ସମୟରେ ବନ୍ଦ କରି ଦିଆଯାଇଥାଏ। ଗ୍ରହଣର ୧୨ଘଣ୍ଟା ପୂର୍ବରୁ ସୂତକ ଲାଗିବା କାରଣରୁ ମନ୍ଦିରର ପଟ ମଧ୍ୟ ବନ୍ଦ କରି ଦିଆଯାଇଥାଏ।

୬. ଗ୍ରହଣ ସମୟରେ କେବେ କେଶ ଏବଂ ନଖ କାଟନ୍ତୁ ନାହିଁ। ଏହି ସମୟରେ ସିଲେଇ କିମ୍ବା ବୁଣାବୁଣି କରନ୍ତୁ ନାହିଁ। ଏହା ଅଶୁଭ ବୋଲି କୁହାଯାଇଥାଏ। ଏହି ସମୟରେ ମୁନିଆଁ ଜିନିଷ ଯେପରିକି ଛୁରୀ,କଣ୍ଟା କିମ୍ବା ଛୁଞ୍ଚିର ବ୍ୟବହାର କରନ୍ତୁ ନାହିଁ।

୭. ଗ୍ରହଣ ସମୟରେ କୌଣସି ନୂଆ କିମ୍ବା କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। ଅସଫଳତାର ସ୍ବାଦ ଚାଖି ପାରନ୍ତି। ଗ୍ରହଣ ସମୟରେ ସ୍ବାମୀ-ସ୍ତ୍ରୀ ଶାରିରୀକ ସମ୍ପର୍କ ସ୍ଥାପନ କରିବା ଅନୁଚିତ୍।

୮. ଗ୍ରହଣ କାଳ ସମୟରେ ମାଂସ କିମ୍ବା ମଦ ପିଇବା ଅନୁଚିତ୍। ଗ୍ରହଣ ସମୟରେ ଶୁଅନ୍ତୁ ନାହିଁ।

୯. ଗ୍ରହଣ ସମୟ ଆରମ୍ଭ ହେବା ପୂର୍ବରୁ ପ୍ରଥମେ ଖାଇବା ଜିନିଷରେ ତୁଳସୀ ପତ୍ର ପକାଇ ରଖି ଦିଅନ୍ତୁ। ଏହା ଦ୍ବାରା ଖାଇବା ଜିନିଷ​ରେ ଗ୍ରହଣର ପ୍ରଭାବ ପଡ଼ି ନଥାଏ। ଗ୍ରହଣ କାଳରେ ତୁଳସୀ ପତ୍ର ତୋଳନ୍ତୁ ନାହିଁ।

୧୦. ଗ୍ରହଣ ପରେ ଦାନ କରିବା ଅତ୍ୟନ୍ତ ଶୁଭ ମନେ କରାଯାଇଥାଏ। ଏପରି କ୍ଷେତ୍ରରେ ଧଳା ବାସ୍ତୁ ଦାନ କରିବା ଅତ୍ୟନ୍ତ ଶୁଭ ଗଣା ଯାଇଥାଏ। ଏହା ବ୍ୟତୀତ ଆପଣ ଅଭାବୀ ଲୋକଙ୍କୁ ଅନ୍ନ ଦାନ ମଧ୍ୟ କରିପାରିବେ       ।

   Related Posts