କରୋନା ଗୁଜବ ନେଇ ଗାଁରେ ବୋମା ମାଡ଼, ଜଣେ ଆହତ
24/07/2020 at 7:47 AM

ବ୍ରହ୍ମଗିରି୨୪/୭: କରୋନା ଗୁଜବକୁ ନେଇ ନିଶିଭଅଁର ଗାଁରେ ବୋମାମାଡ। ସଦର ଥାନା ଅନ୍ତର୍ଗତ ନିଶିଭଅଁର ଗାଁରେ ଗଣ୍ଡଗୋଳ। ଦୁଇ ଗୋଷ୍ଠୀ ମଧ୍ୟରେ ଟେକା ପଥର ଏବଂ ବୋମାମାଡ଼ ହୋଇଛି। ଏହି ବୋମା ମାଡ଼ରେ ଜଣେ ଆହତ ହୋଇଛନ୍ତି। ଆହତଙ୍କୁ ପ୍ରଥମେ ସ୍ଥାନୀୟ ରେବଣା ନୂଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ପୁରୀ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଗତକାଲି ସେହି ଗାଁରେ ଜଣେ କରୋନା ପଜିଟିଭ ଚିହ୍ନଟ ପରେ ସେହି କରୋନା ରୋଗୀ ସହ ମିଶିଥିବା ଗୁଜବକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ହାତାହାତି ହୋଇଥିଲା। ଶୁକ୍ରବାର ସକାଳୁ ଦୁଇ ଗୋଷ୍ଠୀ ମଧ୍ୟରେ ଚାଲିଛି ବୋମାମାଡ। ଘଟଣା ସ୍ଥଳରେ ପୋଲିସ୍ ଏପର୍ଯ୍ୟନ୍ତି ପହଞ୍ଚି ନାହିଁ ।