Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ଆଜି ରଙ୍ଗର ପର୍ବ ହୋଲି : ରଙ୍ଗ ଖେଳିବା ସମୟରେ ଅବଲମ୍ବନ କରନ୍ତୁ ଏହିସବୁ ସତର୍କତା

10/03/2020 at 7:29 AM

ଭୁବନେଶ୍ବର ୧୦।୩: ଆଜି ରଙ୍ଗର ପର୍ବ ହୋଲି । ହେଲେ ଏଥର ହୋଲିକୁ ଟିକେ ଫିକା କରିଛି କରୋନା ଭୟ । ତେବେ ଏଥର କେମିତି ଖେଳିବେ ହୋଲି ? କ’ଣ କ’ଣ ସତର୍କତା ଅବଲମ୍ବନ କରିବେ ?

ରଙ୍ଗର ପର୍ବ ହୋଲିରେ ଏଥର କିନ୍ତୁ ଗ୍ରହଣ ଲଗାଇଛି କରୋନା ଭୟ । ସିଧା କହିବାକୁ ଗଲେ କରୋନା ସଂକ୍ରମଣ ଭୟରେ ଏଥର ହୋଲି ନଖେଳିବାକୁ ଅନେକ ପରାମର୍ଶ ଦେଉଥିବା ବେଳେ ହୋଲି ଖେଳିବା ସମୟରେ ସତର୍କ ଓ ସଚେତନ ରହିବାକୁ ଜାରି କରାଯାଇଛି ଆଡଭାଇଜରୀ ।

ହୋଲି ଖେଳିବା ସମୟରେ ସତର୍କ ରୁହନ୍ତୁ :

୧. କାହା ସହିତ କରମର୍ଦ୍ଦନ କରନ୍ତୁ ନାହିଁ ।

୨. ପରସ୍ପରକୁ ଆଲିଙ୍ଗନ କରନ୍ତୁ ନାହିଁ ।

୩. ଦଳବଦ୍ଧ ହୋଇ ହୋଲି ଖେଳିବା ବା ସ୍ନାନ କରିବାରୁ ଦୂରେଇ ରୁହନ୍ତୁ ।

୪. ସର୍ଦ୍ଦି, କାଶ, ଜ୍ବର ହୋଇଥିଲେ ଆଦୌ ହୋଲି ଖେଳନ୍ତୁ ନାହିଁ ।

୫. ମୁହଁରେ ରଙ୍ଗ ବୋଳିବାକୁ ବାରଣ କରନ୍ତୁ ।

୬. ବାରମ୍ବାର ହାତକୁ ସାବୁନରେ ଧୁଅନ୍ତୁ ।

୭. ଯଦି ଆପଣ ଜ୍ବର, କାଶ କିମ୍ବା ଶ୍ବାସକ୍ରିୟାରେ କଷ୍ଟ ଅନୁଭବ କରୁଛନ୍ତି, ତାହେଲେ ତୁରନ୍ତ ନିକଟସ୍ଥ ସରକାରୀ ଡାକ୍ତରଖାନାରେ ନିଜର ସ୍ବାସ୍ଥ୍ୟ ପରୀକ୍ଷା କରାଇ ନିଅନ୍ତୁ ।

ହୋଲି ପୂର୍ବରୁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏଭଳି କିଛି ଗୁରୁତ୍ବପୂର୍ଣ୍ଣ ପରାମର୍ଶ ଦେଇଛି ।

ସେପଟେ ସ୍କୁଲ ପିଲାମାନଙ୍କୁ ବଡ ସମାବେଶରେ ହୋଲି ନଖେଳିବାକୁ ପରାମର୍ଶ ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।

ରାଜ୍ୟରେ କରୋନା ଭାଇରସର ପ୍ରଦୁର୍ଭାବ ସେତେଟା ନଥିଲେ ବି ସରକାରଙ୍କ ତରଫରୁ ଲୋକଙ୍କୁ ଏଥିପାଇଁ ସଚେତନ କରାଯାଇଛି । ହୋଲି ଖେଳିବାକୁ ନେଇ ସାଧାରଣ ଲୋକଙ୍କ ଭିତରେ ପ୍ରବଳ ଉତ୍କଣ୍ଠା ରହିଥିବା ବେଳେ ଖେଳ ସମୟରେ ସତର୍କ ରହିବା ଜରୁରୀ ହୋଇପଡିଛି ।

ହୋଲି ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ଭୁବନେଶ୍ବରରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ରାଜଧାନୀର ସବୁ ଛକରେ ମୁତୟନ ହେବେ ପୋଲିସ । ପୂରା ସହରରେ ୧୭ଟି ପାଟ୍ରୋଲିଂ ଭ୍ୟାନ୍ ପଇଁତରା ମାରିବ । ପ୍ରତି ଗଳି କନ୍ଦିରେ ପୋଲିସ ମୁତୟନ ହୋଇଛନ୍ତି । ମୋଟ୍ ୨୮ଟି ଛକରେ ବ୍ଲକିଂ କରିବ ପୋଲିସ । ମଦ ପିଇ ଗାଡି ଚଳାଉଥିବା ଚାଳକଙ୍କ ଉପରେ ନଜର ରଖିବାକୁ ସବୁ ଥାନାକୁ ନିର୍ଦ୍ଦେଶ ଦେଇଛନ୍ତି ଡିସିପି ।

   Related Posts