ବ୍ୟାଙ୍କ ଅଧିକାରୀ କହି ଆପଣଙ୍କ ମୋବାଇଲକୁ ଆସୁଥିବା ଓଟିପି କେହି ମାଗୁଛି କି ? ସାବଧାନ ଥାଆନ୍ତୁ ଆପଣଙ୍କ ଆକାଉଣ୍ଟରୁ ଚୋରି ହୋଇପାରେ ଟଂକା

Published By : Prameya-News7 Bureau | January 30, 2019 IST

ଇଟାଓ୍ଵା ୩୦/୧- ବ୍ୟାଙ୍କରେ ଖାତା ଯଦି ଅଛି, ଆପଣ ଏହି ସବୁ ବିଷୟରେ ଧ୍ୟାନ ଦେବା ଦରକାର । କାରଣ ଆପଣ ବି ଅନେକ ସମୟରେ ଠକାମୀରେ ପଡ଼ିଯାଇପାରନ୍ତି । ଆଜିକାଲି ସାଇବର ଚୋରଙ୍କ ସଂଖ୍ୟା ଏତେ ପରିମାଣରେ ବଢ଼ିଗଲାଣି, ସେମାନେ ଆପଣଙ୍କ ଆଖିରେ ଧୂଳିଦେଇ ଠକିଦେଇପାରନ୍ତି ।

ଏହିଭଳି ଘଟଣା ଘଟିଛି ମୋହଲ୍ଲାର ସଚିନ କୁମାର ବୋଲି ଜଣେ ଯୁବକଙ୍କ କ୍ଷେତ୍ରରେ । ଅଚଳ ହୋଇ ପଡ଼ିଥିବା କାନାଡ଼ା ବ୍ୟାଙ୍କ ଏଟିଏମକୁ ପୁଣିଥରେ ଚଳାଇବା ପାଇଁ ବ୍ୟାଙ୍କକୁ ଯାଇଥିଲେ । ବ୍ୟାଙ୍କରେ ଆନୁଷଙ୍ଗିକ କାଗଜପତ୍ର ଦେଇ ଆସିବା ପରେ ଘରକୁ ଫୋନ ଆସିଥିଲା ।  ଫୋନରେ ସେମାନେ ମୋବାଇଲକୁ ଆସିଥିବା ଓଟିପି ନମ୍ବର ମାଗିଥିଲେ । ଏଟିଏମକୁ ଚାଲୁ କରିବାକୁ ଏହା ଦରକାର, ସେମାନେ ବ୍ୟାଙ୍କରୁ କହୁଛନ୍ତି ବୋଲି କହିଥିଲେ ।

କିଛି ସମୟ ପରେ ସଚିନଙ୍କ ଆକାଉଣ୍ଟରୁ ୩୫୫୫୦ ଟଂକା କଟିଯାଇଥିଲା । ସଚିନ ଏହି ବାବଦରେ ବ୍ୟାଙ୍କ ମ୍ୟାନେଜରଙ୍କୁ ପଚାରିବା ପରେ ସେମାନେ ଏବାବଦରେ କିଛି ଜାଣି ନାହାଁନ୍ତି ବୋଲି କହିଥିଲେ ।

ଆପଣମାନେ ବି ସତର୍କ ଥାଆନ୍ତୁ, ନହେଲେ ଆପଣଙ୍କ ଆକାଉଣ୍ଟରୁ ସାଇବର ଚୋରମାନେ ବି ଲୁଟିପାରନ୍ତି ଏହିଭଳି ଟଂକା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.