ସାବଧାନ! ଏବେ ଏପରି ଉପାୟରେ ହେଉଛି ଲକ୍ଷଲକ୍ଷ ଟଙ୍କା ଠକେଇ, ମନକୁ ମନ ଆକାଉଣ୍ଟରୁ ଉଭାନ ହେଉଛି ଟଙ୍କା

Published By : Prameya-News7 Bureau | October 10, 2019 IST

ନୂଆଦିଲ୍ଲୀ :  ବୈଷୟିକ ବିକାଶ ସାଙ୍ଗକୁ ଅନଲାଇନ ଠକେଇ ବି ବଢିବଢି ଚାଲିଛି। ଲୋକଙ୍କୁ ଠକିବା ଲାଗି ହ୍ୟାକର  ନୂଆନୂଆ ଉପାୟ ବାହାର କରୁଛନ୍ତି। ଯେଉଁଥିରେ ସେମାନେ ଲୋକଙ୍କ ଆକାଉଣ୍ଟରୁ ଲକ୍ଷଲକ୍ଷ ଟଙ୍କା ଉଠାଇନେଉଛନ୍ତି । ଯାହାର ଏସଏମଏସ ବି ଖାତାଧାରୀଙ୍କ ନିକଟକୁ ଆସୁନାହିଁ। ଏବେ ସାଇବର କ୍ରାଇମର ନୂଆ ମାମଲା ନଜରକୁ ଆସିଛି। ଯେଉଁଥିରେ ହ୍ୟାକର ନାମୀ ସର୍ଚ୍ଚ ଇଞ୍ଜିନ କମ୍ପାନୀର ଫର୍ମ ପୂରଣ, ବ୍ୟାଙ୍କ ଦ୍ୱାରା ଗ୍ରାହକଙ୍କୁ ବୋନସ ଦେବା ଓ ସିଭିଲସ୍କୋର ଜାଣିବା ବାହାନାରେ ଲୋକଙ୍କ ଆକାଉଣ୍ଟ  ସଫା କରିଦେଉଛନ୍ତି।

{"id":168455}

ସାଇବର ଠକମାନେ ଜଣାସୁଣା ବ୍ୟାଙ୍କ ନାମରେ ଗ୍ରାହକଙ୍କୁ ଏସଏମଏସ୍ ମାଧ୍ୟମରେ ଲିଙ୍କ ପଠାଉଛନ୍ତି। ଯେଉଁଥିରେ ସ୍ୱାକ୍ଷରରେ ତ୍ରୁଟି ଥିବା ଦର୍ଶାଇ ଗ୍ରାହକଙ୍କୁ ଅନଲାଇନ ସୂଚନା ପ୍ରଦାନ କରିବାକୁ କହୁଛନ୍ତି । ଲୋକେ ଏଥିରେ ଭଳି ଯାଇ ଲିଙ୍କରେ କ୍ଲିକ୍ କଲେ ଏକ ଫର୍ମ ବାହାରୁଛି। ଯାହାକୁ ପୂରଣ କରିବା ମାତ୍ରେ ଗ୍ରାହକଙ୍କ ଆକାଉଣ୍ଟରୁ ଟଙ୍କା ଖାଲି ହୋଇଯାଉଛି। ଏ ବାବଦରେ ବ୍ୟାଙ୍କରୁ ଗ୍ରାହକଙ୍କ ନିକଟକୁ ଏସଏମଏସ ବି ଯାଉନି।

{"id":168456,"width":579,"height":434}

ବିଶେଷଜ୍ଞଙ୍କ ଅନୁସାରେ ଠକ ବିଶ୍ୱର କୌଣସି ସ୍ଥାନରେ ବି ରହି ଏପରି ଠକେଇ କରୁଛନ୍ତି। ଥରେ ଯଦି ଗ୍ରାହକଙ୍କ ଆକାଉଣ୍ଟ ଡିଟେଲସ ସେମାନଙ୍କ ହାତରେ ପଡିଯାଏ ତେବେ ସେମାନଙ୍କଠାରୁ ଟଙ୍କା ପାଇବା କେବଳ ମୁସ୍କିଲ ନୁହେଁ ଅସମ୍ଭବ ବି। ଏଣୁ ଗ୍ରାହକ ଏସଏମଏସ ରେ ଆସୁଥିବା ଲିଙ୍କ୍ ପ୍ରତି ସତର୍କ ରହିବା ଆବଶ୍ୟକ।

{"id":168453,"width":574,"height":382}

ଏଭଳି କୌଣସି ଲିଙ୍କରେ କ୍ଲିକ୍ କରିବା ମାତ୍ରେ ଠକ ଆପଣଙ୍କ ମୋବାଇଲ ଅଥବା କମ୍ପ୍ୟୁଟରକୁ ସ୍କାନ କରିନେଇଥାନ୍ତି। ବିଶେଷ କରି ଉତ୍ସବ ଓ ପର୍ବପର୍ବାଣୀ ମୌକାରେ ବ୍ୟାଙ୍କ ଛୁଟି ଦେଖି ସେମାନେ ଏପରି ଠକେଇ ଲାଗି ଜାଲ ବିଛାନ୍ତି। ଯଦି ଏପରି କୌଣସି ଏସ୍ଏମଏସ୍ ଆସେ ତେବେ ବ୍ୟାଙ୍କକୁ ଯାଇ ପ୍ରଥମେ ବୁଝିବା ଆବଶ୍ୟକ ବୋଲି ବିଶେଷଜ୍ଞ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.