Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରିଟେନ୍‌ ପରେ ଆଉ ଗୋଟିଏ ଦେଶ କଲା ବଡ଼ ଘୋଷଣା, ଆସନ୍ତା ସପ୍ତାହରୁ ଆରମ୍ଭ ହେବ ଟିକାକରଣ
  • ||
  • କମୁଛି ସଂକ୍ରମଣ, ଲୋକଙ୍କ ମନରୁ ଦୂର ହେଉଛି କରୋନା ଭୟ, ଆଉ ୬୬୦ ସଂକ୍ରମିତ ହେଲେ ଆରୋଗ୍ୟ
  • ||
  • ସମ୍ମାନ ରଖିଲା ଭାରତ, ଶେଷ ଦିନିକିଆରେ କଙ୍ଗାରକୁ ୧୩ ରନରେ ଦେଲା ମାତ୍, ୨-୧ରେ ସିରିଜ୍ ଜିତିଲା ଅଷ୍ଟ୍ରେଲିଆ
  • ||
  • ମାଲକାନଗିରି : ଶବ ସତ୍କାର ପାଇଁ ଗାଁ ମଶାଣୀରେ ମିଳୁନି ଜାଗା, ୨୪ ଘଣ୍ଟା ହେଲା ଗାଁ ଦାଣ୍ଡରେ ପଡିଛି ମୃତଦେହ
  • ||
  • ଜୟପୁର : ଆତ୍ମସମର୍ପଣ କଲେ ମହିଳା ମାଓବାଦୀ, ହାର୍ଡକୋର ମାଓବାଦୀ ରାମକ୍ରିଷ୍ଣାର ଥିଲା ଅଙ୍ଗରକ୍ଷୀ
  • ||
  • ଭୁବନେଶ୍ବର : ୧୧୨ ଡାଏଲ କରନ୍ତୁ, ମିଳିବ ସବୁ ଜରୁରୀ ସେବା ଓ ସହାୟତା : ନୂଆ ଏକକ ପୋଲିସ ହେଲ୍ପ ଲାଇନ୍ ନମ୍ବର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • କଟକ : ‘ସ୍କୁଲ ଫି’ ଧାର୍ଯ୍ୟ ପାଇଁ ଆଇନ ନାହିଁ’- ହାଇକୋର୍ଟରେ ଏଭଳି ତଥ୍ୟ ରଖିଲେ ସରକାର
  • ||
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||

ସାବଧାନ ! ଭୁଲରେ ବି ଗୁଗଲରେ ଲେଖନ୍ତୁନି ‘ଥାନୋସ’, ଗାୟବ ହୋଇଯିବ ସବୁ ସର୍ଚ୍ଚ ଇନଫର୍ମେସନ

26/04/2019 at 3:18 PM

ଭାରତ ସମେତ ସାରା ବିଶ୍ବରେ ଆଜି ମୁକ୍ତି ଲାଭ କରିଛି ମାର୍ଭଲ ଷ୍ଟୁଡିଓ ପ୍ରାୟୋଜିତ ଫିଲ୍ମ ‘ଆଭେଞ୍ଜର୍ସ ଏଣ୍ଡ ଗେମ’। ଫିଲ୍ମ ପାଇଁ ଲୋକଙ୍କ ମଧ୍ୟରେ ବେଶ ଉତ୍ସାହ ମଧ୍ୟ ଦେଖିବାକୁ ମିଳୁଛି । ସ୍ମାର୍ଟଫୋନ କମ୍ପାନୀମାନଙ୍କ ସମେତ ସର୍ଚ୍ଚ ଇଞ୍ଜିନ କମ୍ପାନୀ ଗୁଗଲ ମଧ୍ୟ ଫିଲ୍ମର ପ୍ରମୋଶନ କରୁଛନ୍ତି । ଫିଲ୍ମର ରିଲିଜ ଅବସରରେ ସ୍ମାର୍ଟ ଫୋନ କମ୍ପାନୀ ଓପୋ ତାର ସ୍ପେଶାଲ ଏଡିସନ ଲଞ୍ଚ କରୁଥିବା ବେଳ ଫିଲ୍ମର ପ୍ରଚାର ପାଇଁ ଗୁଗଲ ଅବଲମ୍ବନ କରୁଛି ନୂଆ ଟ୍ରିକ୍ । ଫିଲ୍ମର ଖଳ ଚରିତ୍ର ‘ଥାନୋସ’ର ପ୍ରଚାର ପାଇଁ ଗୁଗଲ ଏହି ଟ୍ରିକ ଅବଲମ୍ବନ କରୁଛି ।  ଏଣୁ ଗୁଗଲ ସର୍ଚ୍ଚ କରିବା ବେଳେ ସାବଧନତା ଅବଲମ୍ବନ କରନ୍ତୁ।

ଯଦି ଗୁଗଲରେ ଆପଣ ଖଳନାୟକ ଥାନୋସର ସର୍ଚ୍ଚ କରୁଛନ୍ତି, ତେବେ ତାଙ୍କର ସମସ୍ତ ବିବରଣୀ ପେଜରେ ସୋ କରିବ। ତେବେ ଥାନୋସର ପ୍ରାଇଭେଟ ଇନଫର୍ମେଶନ ପେଜରେ ତାଙ୍କର ଗୋଣ୍ଟଲେଟ୍ ହାତ ଦେଖାଯିବ। ଯଦି ଆପଣ ଥାନୋସର ମଣି ଜଡିତ ହାତରେ କ୍ଲିକ କରିଦିଅନ୍ତି ତେବେ ଗୁଗଲ ସର୍ଚ୍ଚର ସମସ୍ତ ସୂଚନା ଗାୟବ ହୋଇଯିବ। ଯଦି ଆପଣ ଥାନୋସ ହାତରେ ପୁଣି କ୍ଲିକ୍ କରିବେ ତେବେ ତା ହାତ ଚୁଟକି ବଜାଇବା ସହ ଆପଣଙ୍କ ଗୁଗଲ ସର୍ଚ୍ଚର ସାରା ଇନଫର୍ମେସନ ଆପଣଙ୍କ ସମ୍ନାରେ ରଖିବ।

ମାର୍ଭଲ ଷ୍ଟୁଡିଓସ ଗତ ୧୧ ବର୍ଷ ହେଲା ଆଭେଞ୍ଜର୍ସ ସିରିଜ ଉପରେ କାମ କରୁଛି। ଏହି ସମୟରେ ଷ୍ଟୁଡିଓ ଫିଲ୍ମର ୨୧ଟି ଭାଗ ରିଲିଜ କରିଥିବା ବେଳ ଏଣ୍ଡ ଗେମ୍ ଏହାର ଶେଷ ଭାଗ। ଏହି ଫିଲ୍ମଟି ଦର୍ଶକଙ୍କ ପାଇଁ ସ୍ମରଣୀୟ ହେବ ବୋଲି ମାର୍ଭଲ ଷ୍ଟୁଡିଓ ଆଶାବ୍ୟକ୍ତ କରିଛନ୍ତି ।

   Related Posts