Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନାଲରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର, ଗାଧୋଇବା ବେଳେ ନିଖୋଜ ହୋଇଯାଇଥିଲେ
  • ||
  • ହାତ ଛାଡିଲେ ପ୍ରଦୀପ ମାଝି, କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା
  • ||
  • ଟ୍ରକ୍‌କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ୨ ମୃତ ଓ ୫ ଆହତ
  • ||
  • ବାଇକକୁ ଧକ୍କା ଦେଲା ଟ୍ରକ୍, ଜଣେ ମୃତ : କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ
  • ||
  • ଶିଶୁଙ୍କୁ ଟିକା ପାଇଁ ପ୍ରସ୍ତୁତି ଆରମ୍ଭ, ଶୁକ୍ରବାର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦେବ କେନ୍ଦ୍ର
  • ||
  • ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ, ବିଏସକେଓ୍ୱାଇ ସ୍ମାର୍ଟ କାର୍ଡ ବଣ୍ଟନର କରିବେ ଶୁଭାରମ୍ଭ
  • ||
  • ୨୬ ଯାଏଁ ଶୁଖିଲା ପାଗ : ଧିରେଧିରେ କମିବ ରାତି ତାପମାତ୍ରା, ସକାଳେ କୁହୁଡି
  • ||
  • ମମିତା ମେହେର ହତ୍ୟା ଘଟଣା : ଭୋର୍‌ରେ ଡେମୋ ଦେଖାଇଲା ଅଭିଯୁକ୍ତ ଗୋବିନ୍ଦ ସାହୁ
  • ||

କରୋନା ଭୟରେ ଶବକୁ ମିଳିଲାନି ଚାରିକାନ୍ଧ : ମାନବିକତା ଦେଖାଇଲେ ବିଡ଼ିଓ, ସରପଞ୍ଚ ଓ ପଂଚାୟତ ଅଧିକାରୀ

8/05/2021 at 2:15 PM

ଅନୁଗୁଳ ୮/୫ : ପୁଣି ହଜିଗଲା ମାନିବକତା । ମରିଗଲା ମଣିଷ ପଣିଆ । ମଲାପରେ ଚାରିକାନ୍ଧ ଦେଲେନି ସମ୍ପର୍କୀୟ କି ପାଖ ପଡିଶା । ଅନୁଗୁଳ ଛେଣ୍ଡିପଦା ବାହାଳସାହିରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । କରୋନାରେ ମୃତ ହୋଇଥିବା ଆଶଙ୍କା କରି ମୃତଦେହକୁ ଛୁଇଁବା ତ ଦୂରର କଥା ପାଖ ବି ମାଡିଲେନି ଘର ଲୋକ କି ପଡୋଶୀ । ବାହାଳସାହିର ଗୋବିନ୍ଦ ମାଝି ଗତକାଲି ରାତି ୮ଟାରୁ ମୃତ୍ୟୁ ହୋଇଥିଲା । ହେଲେ ଶନିବାର ଦିନ ୧୨ ଟା ଯାଏଁ ପଡିରହିଥିଲା ମୃତଦେହ । ତେବେ ଏହି ଖବର ଜଣାପଡିବା ପରେ ଛେଣ୍ଡିପଦା ବିଡ଼ିଓ ସଂଜୟ ଆଚାର୍ଯ୍ୟ, ବାହାଳସାହି ସରପଞ୍ଚ, ପଂଚାୟତ ଅଧିକାରୀ ଏବଂ ମୃତକଙ୍କ ପୁଅ ପିପିଇ କିଟ ପିନ୍ଧି କୋକେଇ ଉଠାଇଥିଲେ । ଆଉ ଶବସତ୍କାର ବି କରିଥିଲେ ।

   Related Posts