Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାରୁ ଶିଶୁଙ୍କ ସୁରକ୍ଷା ପାଇଁ କମିଟି ଗଠନ, ସବୁ କୋଭିଡ୍ ହସ୍ପିଟାଲ୍ରେ ହେଲ୍ପ ଡେସ୍କ ବାଧ୍ୟତାମୂଳକ
  • ||
  • ଜଟିଳ ହେବାରେ ଲାଗିଛି ଭୁବନେଶ୍ଵରରେ କରୋନା ସ୍ଥିତି, ଆଜି ୧୩୫୩ ପଜିଟିଭ୍ ଚିହ୍ନଟ
  • ||
  • ଜୁନ ୧୫ ଯାଏଁ ଶ୍ରୀମନ୍ଦିର ବନ୍ଦ, ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନର ବଡ ନିଷ୍ପତ୍ତି
  • ||
  • ଆଜି ସୁସ୍ଥରେ ରେକର୍ଡ, ସୁସ୍ଥ ହୋଇ ଘରକୁ ଫେଲେ ୧୨୦୭୭ ଆକ୍ରାନ୍ତ
  • ||
  • ୧୭ ମେ ସୋମବାର ଖୋଲିବ କେଦାରନାଥ ଧାମ କବାଟ ।। ତୀର୍ଥ ପୁରୋହିତ ସୀମିତ ସଂଖ୍ୟକ ଲୋକଙ୍କ ଉପସ୍ଥିତିରେ ବିଧିବିଧାନ ସହ କବାଟ ଖୋଲିବ ।। ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ଜନତାଙ୍କ କଲ୍ୟାଣ ନିମନ୍ତେ ହେବ ପ୍ରଥମ ପୂଜା ।।
  • ||
  • ଆଗାମୀ ୩ ଦିନରେ ରାଜ୍ୟକୁ ମିଳିବ ଭ୍ୟାକସିନ୍‌ର ୫୧ ଲକ୍ଷ ଡୋଜ୍‌
  • ||
  • ୨୪ରେ ବଙ୍ଗୋପସାଗରରେ ଲଘୁଚାପ, ନେଇପାରେ ଅବପାତର ରୂପ
  • ||
  • ସଂକ୍ରମଣ ସାମାନ୍ୟ କମିଲା : ଦେଶରେ ୨୪ ଘଣ୍ଟାରେ ୩ ଲକ୍ଷ ୧୧ ହଜାରରୁ ଅଧିକ ପଜିଟିଭ୍, ୪୦୭୭ ମୃତ
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧୭୩୨ ପଜିଟିଭ୍
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୯ଜଣଙ୍କ ଜୀବନ, ୨୩୧୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

ଲୁହା ରଡ୍‌ରେ ଝୁଲି ପଡିଲେ ବିଡିଓଙ୍କ ପତ୍ନୀ: ଘରେ ଅଛି ୨ ବର୍ଷର ପୁଅ, ୩ ବର୍ଷ ତଳେ କରିଥିଲେ ପ୍ରେମ ବିବାହ

6/11/2020 at 10:28 AM

ଫୁଲବାଣୀ ୬/୧୧: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ବିଡିଓ ରଶ୍ମିିରଞ୍ଜନ ମହନ୍ତଙ୍କ ସରକାରୀ ବାସଭବନରେ ବେକରେ ଚୁନରି ଲଗାଇ ଆତ୍ମହତ୍ୟା କରିଛନ୍ତିି ତାଙ୍କ ପତ୍ନୀ ସରିତା ସାମଲ(୩୧) ।

ବୁଧବାର ରାତି ପ୍ରାୟ ୮ଟା ୩୦ରେ କ୍ୱାର୍ଟର୍ସରେ ଥିବା ଏକ ଲୁହା ରଡ୍‌ରେ ଝୁଲୁଥିବା ଦେଖି ବିଡିଓ ତାଙ୍କୁ ଉଦ୍ଧାର କରି ଫିରିଙ୍ଗିଆ ଡାକ୍ତରଖାନା ନେଇଥିଲେ। ତାଙ୍କର ଅବସ୍ଥା ଗୁରୁତର ଥିବାରୁ ଫୁଲବାଣୀ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ । ଫୁଲବାଣୀରେ ସରିତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଫିରିଙ୍ଗିଆ ଥାନା ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି ।

୩ ବର୍ଷ ପୂର୍ବେ ରଶ୍ମିରଞ୍ଜନଙ୍କ ସହିତ ପ୍ରେମ ବିବାହ କରିଥିଲେ ସରିତା। ସେମାନଙ୍କର ଗୋଟିଏ ୨ ବର୍ଷର ଗୋଟିଏ ପୁଅ ଅଛି । ବିଡିଓ ବୁଧବାର କୌଣସି ଏକ ମିଟିଂରେ ଯୋଗଦେବାକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଫୁଲବାଣୀ ଆସିଥିଲେ।

ସନ୍ଧ୍ୟାରେ ଘରେ ପହଞ୍ଚିବା ପରେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ବିଡିଓ ପୁଅକୁ ଧରି ବାହାରକୁ ବୁଲିବାକୁ ଆସିଥିଲେ। କିଛି ସମୟ ପରେ ସେ ଘରକୁ ଯାଇ ଦେଖିବା ବେଳକୁ କବାଟ ଭିତର ପଟୁ ବନ୍ଦ ଥିଲା। ସେ ପତ୍ନୀଙ୍କୁ ଡାକିଥିଲେ। କବାଟ ଖୋଲିନଥିଲେ । କବାଟ ଫାଙ୍କରେ ତାଙ୍କ ପତ୍ନୀ ଝୁଲୁଥିବା ଦେଖି କବାଟ ଭାଙ୍ଗି ତାଙ୍କୁ ଉଦ୍ଧାର କରିଥିଲେ।

   Related Posts