ଉନ୍ନୟନମୂଳକ କାର୍ଯ୍ୟରେ ସହଯୋଗ କରୁନଥିବା ଅଭିଯୋଗ, ବିଡିଓଙ୍କୁ ନିଜ ଚ୍ୟାମ୍ବରରେ ଅଟକ ରଖିଲେ ବ୍ଲକ୍ ଅଧ୍ୟକ୍ଷା

Published By : Prameya-News7 Bureau | December 01, 2021 IST

ଉମରକୋଟ ୧।୧୨: ଉନ୍ନୟନମୂଳକ କାର୍ଯ୍ୟରେ ସହଯୋଗ କରୁ ନଥିବା ଅଭିଯୋଗ ନେଇ ବିଡିଓଙ୍କୁ ନିଜ ଚ୍ୟାମ୍ବର ମଧ୍ୟରେ ଅଟକ ରଖିଲେ ବ୍ଲକ୍ ଅଧ୍ୟକ୍ଷା । ବ୍ଲକ୍ ଅଧ୍ୟକ୍ଷା ବିଡିଓଙ୍କ ଚ୍ୟାମ୍ବର ଦ୍ବାର ନିକଟରେ ବସିଥିବାରୁ ବିଡିଓଙ୍କୁ ଭେଟି ନପାରି ଫେରି ଯାଉଛନ୍ତି ବହୁ ଲୋକ । ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ କାର୍ଯ୍ୟାଳୟରେ ।

ସୂଚନାଯୋଗ୍ୟ ଯେ, ଝରଗାଁ ବିଡିଓ ସତ୍ୟନାରାୟଣ ମେହେରଙ୍କୁ ନିଜ ଚ୍ୟାମ୍ବର ମଧ୍ୟରେ ଅଟକ ରଖିଛନ୍ତି ଖୋଦ୍ ବ୍ଲକ୍ ଅଧ୍ୟକ୍ଷା ରମୁଲା ଗଣ୍ଡ । ବହୁ ଦିନ ଧରି ବ୍ଲକ୍ ର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଗୁଡିକର ଲେ-ଆଉଟ ଦେବାରେ ବିଡିଓ ସହଯୋଗ କରୁନଥିବା ଅଭିଯୋଗ ନେଇ ଏଭଳି କରିଥିବା ଅଧ୍ୟକ୍ଷା ଅଭିଯୋଗ କରିଥିବା ବେଳେ ବ୍ଲକ୍ ର ଇଂଜିନିୟରମାନେ ଫିଲ୍ଡରେ ଥିବାରୁ ଲେ-ଆଉଟ ଦେବାରେ ଅସୁବିଧା ହେଉଥିବା କହିବା ସହ ବ୍ଲକ୍ ଅଧ୍ୟକ୍ଷା ମୋ ଅଫିସ୍ ମଧ୍ୟକୁ କାହାକୁ ଛାଡୁ ନଥିବା ଏବଂ ନିଜକୁ ଏକ ପ୍ରକାର ଅଟକ ରଖିଥିବା ସ୍ବୀକାର କରିଛନ୍ତି ବିଡିଓ ସତ୍ୟନାରାୟନ ମେହେର । ସେପଟେ ଘଟଣାର ଖବର ପାଇ ଝରିଗାଁ ଥାନା ଅଧିକାରୀ ବ୍ଲକ୍ ରେ ପହଞ୍ଚି ଆଲୋଚନା କରୁଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.