Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୁକୁର ଆକ୍ରମଣରେ ହରିଣ ଗୁରୁତର, ଉଦ୍ଧାର କଲେ ଗାଁ ଲୋକେ…
  • ||
  • କଳାହାଣ୍ଡି : ଘର ବାହାରେ ଶୋଇଥିବା ବେଳେ ମାଡିଗଲା ଟ୍ରକ୍, ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ସାନଖେମୁଣ୍ଡି : କୋଭିଡ୍ କଟକଣା ଉଲଂଘନ କରି ଗାଁରେ ଚାଲିଥିଲା ବାହାଘର ଭୋଜିଭାତ, ବନ୍ଦ କଲା ପ୍ରଶାସନ
  • ||
  • ଚୋରି କରୁଥିଲା ବିଦ୍ୟୁତ ଖୁଣ୍ଟ, ଗାଁ ଲୋକଙ୍କ ହାତରେ ଧରାପଡିଲା ଚୋର
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୧ଜଣଙ୍କ ଜୀବନ, ୨୧୬୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧,୮୦୭ ପଜିଟିଭ୍
  • ||
  • କମିଲା ତାତି : ଆଜି ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା
  • ||
  • ସଂକ୍ରମଣ ରୋକିବାକୁ ରାଜ୍ୟରେ ସାପ୍ତାହିକ ସଟ୍‌ଡାଉନ୍, ଜରୁରୀ ସେବାକୁ ଛାଡ଼ିଦେଲେ ସବୁ ବନ୍ଦ
  • ||

ବିଡିଓଙ୍କ ଦାଦାଗିରି, ଘର ନିଲାମ କରିଦେବାକୁ ଦେଉଛନ୍ତି ଧମକ, ଅଡିଓ ଭାଇରାଲ

15/11/2020 at 8:44 AM

ମାହାଙ୍ଗା, ୧୫|୧୧  : ବିଡ଼ିଓଙ୍କ ଦାଦାଗିରି । ମାହାଙ୍ଗା ବ୍ଲକ ବିଡିଓଙ୍କ ଅଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ । ସରକାରୀ ଅନୁଦାନରେ ପକ୍କାଘର ଅଧା କରିଥିବାରୁ ଜଣେ ତଫସିଲଭୁକ୍ତ ମହିଳା ହିତାଧିକାରୀଙ୍କୁ ଘର ନିଲାମ କରିଦେବାର ଧମକ ଦେଇଛନ୍ତି ବିଡିଓ । ଘଟଣା ଘଟିଛି କଟକ ଜିଲ୍ଲା ମାହାଙ୍ଗା ବ୍ଲକ ବାସୁଦେବପୁର ପଂଚାୟତ ବରଅଠା ଗାଁ ରେ ।

ସୂଚାନନୁସାରେ, ଗାଁର ଡାଙ୍ଗୀ ସେଠୀ ୧୭/୧୮ ଆର୍ଥିକ ବର୍ଷରେ ୫୦ ହଜାର ଟଙ୍କା ପାଇ ଏକ ଇନ୍ଦିରା ଆବାସ ଘର ଖଣ୍ଡିଏ ଆରମ୍ଭ କରିଥିଲେ। କିନ୍ତୁ ତାହା ଏପର୍ଯ୍ୟନ୍ତ ସଂପୂର୍ଣ୍ଣ ହୋଇପାରିନାହିଁ। ତେଣୁ ଶନିବାର ମାହାଙ୍ଗା ବିଡ଼ିଓ ନିହାର ରଞ୍ଜନ ମଲ୍ଲିକ ଗାଁକୁ ଆସି ଡାଙ୍ଗୀ ସେଠୀଙ୍କୁ ଧମକ୍ ଦେଇଥିଲେ । କହିଥିଲେ, ଘରେ ନୋଟିସ ମାରି ଏହାକୁ ନିଲାମ କରିଦେବୁ। ଫଳରେ ଡାଙ୍ଗୀ ସେଠୀ ଙ୍କ ପରିବାର ଏବେ ଭୟଭୀତ ଅବସ୍ଥାରେ ଅଛନ୍ତି। ଘର ନିଲାମ ହୋଇଗଲେ ଏହି ପରିବାର ମୁଣ୍ଡ ଗୁଞ୍ଜିବେ କେଉଁଠି ?

ପ୍ରଶ୍ନ ଉଠୁଛି ଜଣେ ହିତାଧିକାରୀ ସରକାରୀ ପ୍ରୋତ୍ସାହନରେ ଘର ନିର୍ମାଣ କରେ ଆଉ କୈାଣସି କାରଣରୁ ତାହା ଯଦି ଅଧାଗଢ଼ାରେ ରହିଥାଏ, ତେବେ ବିଡ଼ିଓଙ୍କ କ’ଣ କ୍ଷମତା ଅଛି ସେ ଘରକୁ ନିଲାମ କରିଦେବେ ? ବିଡିଓଙ୍କ ଏହି ଅଡିଓକୁ ନେଇ ଉଠିଛି ପ୍ରଶ୍ନ ।

   Related Posts