ଦେହରେ ଲାଗିସାରିଥିଲା ହଳଦୀ, ଅତିଥି ବି ଆସିସାରିଥିଲେ... ହେଲେ କାହିଁକି ବନ୍ଦ ହୋଇଗଲା ବାହାଘର ?

Published By : Prameya-News7 Bureau | May 20, 2021 IST

ଦୁମକା ୨୦।୫: ସାର୍ ହଳଦୀ ଲାଗିସାରିଛି… ଛାଡିଦିଅନ୍ତୁ ସାର୍… ଅତିଥିମାନେ ସବୁ ପହଞ୍ଚି ସାରିଛନ୍ତି… ନାବାଳିକାଙ୍କ ପରିବାରଲୋକ ଏହିଭଳି ଅନୁରୋଧ କରିଚାଲିଥିଲେ । କିନ୍ତୁ ବିଡିଓ କାହା କଥା ଶୁଣିଲେନି ଏବଂ ନାବାଳିକାଙ୍କ ବିବାହ ବନ୍ଦ କରିଦେଲେ । ଏଭଳି ଘଟଣା ଘଟିଛି ଝାଡଖଣ୍ଡ ଡୁମକାରେ ।

ସଦର ବ୍ଲକ ବିଡିଓ ରାଜେଶ ସିହ୍ନାଙ୍କ ନେତୃତ୍ବରେ ଡୁମକା ଚାଇଲ୍ଡ ଲାଇନ୍ ସଦର ଥାନା ସହଯୋଗରେ ଏହିକାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ନିର୍ଦ୍ଧାରିତ ସମୟ ପୂର୍ବରୁ ନାବାଳିକାଙ୍କ ବିବାହ ବିଷୟରେ ସୂଚନା ପାଇବା ପରେ ବିଡିଓ ସଦଳବଳ ସେଠାରେ ପହଞ୍ଚି ବିବାହ ବନ୍ଦ କରିଥିଲେ । ବିଡିଓ କନ୍ୟାର ଆଧାର କାର୍ଡ ଏବଂ ଅନ୍ୟାନ୍ୟ ପ୍ରମାଣପତ୍ର ଯାଞ୍ଚ କରି ସେ ନାବାଳକ ବୋଲି ଜାଣିବାକୁ ପାଇଛନ୍ତି । ବିଡିଓ ଜାଣିବାକୁ ପାଇଥିଲେ ଯେ, କନ୍ୟାଙ୍କ ବୟସ ମାତ୍ର ୧୭ ବର୍ଷ ।

ନାବାଳିକାଙ୍କ ପରିବାର ଲୋକଙ୍କ ଅନୁରୋଧ କଲା ପରେ ବିଡିଓ କହିଥିଲେ ଯେ ପ୍ରମାଣପତ୍ରରେ ତ୍ରୁଟି ରହିଛି ତେବେ ସଂଶୋଧନ ପାଇଁ ସିଭିଲ ସର୍ଜନଙ୍କର ଅଧିକାର ରହିଛି । ଏହି ମାମଲାରେ ବିଡିଓ କହିଛନ୍ତି ଯେ, ଟିମ୍ ପ୍ରକୃତ ବୟସ ସଂପର୍କରେ ସୂଚନା ପାଇଛି । ବିଡିଓ ପରିବାରଲୋକଙ୍କୁ ବୁଝାଇସୁଝାଇ ବିବାହ ବନ୍ଦ କରିଦେଇଥିଲେ । ବାଲ୍ୟ ବିବାହ ଆଇନ ବିଷୟରେ ପରିବାରକୁ ଅବଗତ କରାଇ ସେମାନଙ୍କୁ ବିବାହ ନକରାଇବାକୁ ରାଜି କରାଇବା ସହ ନିର୍ଦ୍ଧାରିତ ବୟସ ସୀମା ମଧ୍ୟରେ ବିବାହ କରାଇବା ବିଷୟରେ ସମ୍ପର୍କୀୟଙ୍କଠାରୁ ଲେଖା ନିଆଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.