Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୁହୁଡିର ଚାଦରରେ ଜଗତସିଂହପୁର, ଗମନାଗମନ ବାଧାପ୍ରାପ୍ତ
  • ||

ବିଡିଓଙ୍କ ପ୍ରତୀକ ଧାରଣା, ଅସମ୍ପୂର୍ଣ୍ଣ ଘରକୁ ପୂର୍ଣ୍ଣାଙ୍ଗ ପାଇଁ ଦାବି

4/02/2020 at 1:19 PM

ଭୁବନ ୪।୨: ଅସମ୍ପୂର୍ଣ୍ଣ ଘରର ପୂର୍ଣ୍ଣାଙ୍ଗ ପାଇଁ ବିଡିଓଙ୍କ ପ୍ରତୀକ ଧାରଣା । ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ଅଞ୍ଚଳର ଘଟଣା । ସରକାରୀ ଯୋଜନାର ସଫଳ ରୂପାୟନ ନେଇ ଏପରି ଅଭିନବ ପଦକ୍ଷେପ ନେଇଛନ୍ତି ବିଡିଓ । ସ୍ଥାନୀୟ ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ବିଜୁ ପକ୍କାଘର ଯୋଜନାରେ ଘର ପାଇଥିବା ହିତାଧିକାରୀ ଅଧିକାଂଶ ସ୍ଥାନରେ ଘର ନିର୍ମାଣ କରୁନାହାନ୍ତି । ଏହାକୁ ନେଇ ଢେଙ୍କାନାଳ ଜିଲ୍ଲା ଭୁବନ ବିଡିଓ ଆଶୀର୍ବାଦ ପରିଡା ନିଜ ସହକର୍ମୀମାନଙ୍କ ସହ ଅର୍ଦ୍ଧ ନିର୍ମିତ ଘର ଗୁଡିକ ସମ୍ମୁଖରେ ଆଜି ଧାରଣାରେ ବସିଛନ୍ତି ।

ଭୁବନ ବ୍ଲକର ବାଲିବୋ ପଞ୍ଚାୟତରେ ହିତାଧିକାରୀମାନଙ୍କୁ ଘର ଦିଆଯାଇଥିବା ବେଳେ ୯୨ଟି ଘର ନିର୍ମାଣ ହୋଇନାହିଁ । ସେପଟେ କେଶରପୁର ଗାଁର ୧୧ ଜଣ ହିତାଧିକାରୀଙ୍କୁ ତୁରନ୍ତ ନିର୍ମାଣ କାର୍ଯ୍ୟ ଆରମ୍ଭ କରି ସାରିବାକୁ ବୁଝାଇଥିଲେ । ପ୍ରତୀକ ଧାରଣାରେ ବିଡିଓଙ୍କ ସମେତ ପ୍ରଗତି ସହାୟକ ଲିୟାଖତ ଅଲ୍ଲୀ ଖାଁ, ଜେଇ ମନୋଜ ଦାସ, ସ୍ଥାନୀୟ ସରପଞ୍ଚ ସନ୍ତୋଷ ଖୁଣ୍ଟିଆ, ୱାର୍ଡମେମ୍ବର ଓ ବ୍ଲକର ସମସ୍ତ ଜିଆରଏସ ଏବଂ ସମସ୍ତ ପିଇଓ ବସିଥିଲେ ।    

   Related Posts