Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ
  • ||
  • ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ, ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ
  • ||
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||

ମିଶନ ଶକ୍ତି ଗୃହ କାମ ପାଇଁ ଲାଞ୍ଚ ! ବିଡିଓଙ୍କ ବିରୋଧରେ ଅଭିଯୋଗ ଆଣିଲେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା

1/11/2021 at 8:38 AM

ଖଣ୍ଡପଡା, ୦୧/୧୧:  ମିଶନ ଶକ୍ତି ଗୃହ କାମ ଦେବା ପାଇଁ ଲାଞ୍ଚ ଅଭିଯୋଗ ।  ନୟାଗଡ ଖଣ୍ଡପଡା ବ୍ଲକ ବିଡିଓଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆସିଥିବା ବେଳେ ସେ କିନ୍ତୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି ।

ସୂଚନାନୁସାରେ, ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ସବୁ ପଞ୍ଚାୟତ ଗୁଡିକରେ ମିଶନ ଶକ୍ତି ଗୃହ ନିର୍ମାଣ ପାଇଁ ଅର୍ଥ ବରାଦ କରାଯାଇଛି । ତେବେ କୁମ୍ଭାରପଡା ପଞ୍ଚାୟତରେ ମିଶନ ଶକ୍ତି ଗୃହ ନିର୍ମାଣ ପାଇଁ ପ୍ରଶାସନ  ପକ୍ଷରୁ  ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଥିବା ରାଜୀବ ଗାନ୍ଧୀ ସେବାକେନ୍ଦ୍ରର ଉପର ଭାଗକୁ ଚୟନ କରାଯାଇଥିଲା । ତେବେ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାମାନେ ଏହାକୁ ବିରୋଧ କରିଛନ୍ତି । ୨୦୧୧ ମସିହାରୁ ନିର୍ମାଣ ହୋଇଥିବା ରାଜୀବ ଗାନ୍ଧୀ ସେବା କେନ୍ଦ୍ରଟି ଉପଯୁକ୍ତ ରକ୍ଷଣାବ୍ୟକ୍ଷଣା ଅଭାବରୁ  ଭାଙ୍ଗିବାକୁ ବସିଥିବାବେଳେ ଏହାର  ଛାତ ଫାଟି ଧୀରେ ଧୀରେ ଘରଟି ଦବିବାରେ ଲାଗିଲାଣି ।  ଏହା ଉପରେ  ମିଶନ ଶକ୍ତି ଗୃହ ନିର୍ମାଣ କଲେ ବିପଦ ସୃଷ୍ଟି ହେବ ବୋଲି  କିଛି ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାମାନେ ଅଭିଯୋଗ କରିଛନ୍ତି ।

ଗୃହ ନିର୍ମାଣର କାର୍ଯ୍ୟାଦେଶ ପାଇଁ ସ୍ଵୟଂ ସହାୟକ ଗୋଷ୍ଠୀ ଓ ଖଣ୍ଡପଡା  ବିଡିଓଙ୍କ ମଧ୍ୟରେ ତୁତୁ ମେମେ ଦେଖିବାକୁ ମିଳିଛି । ଖଣ୍ଡପଡା ବିଡିଓ ଅରୁଣିମା ସାହୁ ଗୃହ ନିର୍ମାଣ ପାଇଁ ସ୍ଵୟଂ ସହାୟକ ଗୋଷ୍ଠୀମାନଙ୍କ ଠାରୁ ପଚାଶ ହଜାର ଟଙ୍କା ଲାଞ୍ଚ ମାଗିଥିବା ଅଭିଯୋଗ କରିଛନ୍ତି ଗୋଷ୍ଠୀର ମହିଳାମାନେ । ତେବେ ଲାଞ୍ଚ ନ ଦେବାରୁ  ବିଡିଓ  ଗୃହ ନିର୍ମାଣ କାର୍ଯ୍ୟକୁ କିଛି ଠିକାଦାରକୁ ଦେଇ ଦେଇଥିବା ସେମାନେ ଅଭିଯୋଗ କରିଛନ୍ତି । ତେବେ ବିଡିଓ ଲାଞ୍ଚ ଅଭିଯୋଗକୁ ଖଣ୍ଡନ କରିଥିବା ବେଳେ ଅଭିଯୋଗ ଭିତ୍ତିହୀନ ବୋଲି କହିଛନ୍ତି ।

   Related Posts