ଛେଣ୍ଡିପଦା ବିଡିଓଙ୍କ ଅଶ୍ଲିଳ ଭାଷା: ସାନ୍ତ୍ୱନା ଦେବା ବଦଳରେ ମହିଳାଙ୍କୁ କଲେ ଗାଳି ଗୁଲଜ,ଶୁଣନ୍ତୁ ଏମାନେ କ'ଣ କହୁଛନ୍ତି

Published By : Prameya-News7 Bureau | May 14, 2020 IST

ଅନୁଗୁଳ୧୪/୫: ବର୍ତ୍ତମାନ ପରିସ୍ଥିତିରେ ଭୟଭୀତ ଲୋକମାନଙ୍କୁ ସାନ୍ତ୍ବନା ଦେବା କଥା। କିନ୍ତୁ ଜ​‌ଣେ ବିଡିଓଙ୍କ କଥା ଶୁଣିଲେ ଆପଣଙ୍କ ବି ଚିନ୍ତାରେ ପଡିଯିବେ। କିଛିଦିନ ଜଣେ ଓଏଏସ୍‌ ଅଧିକାରିଣୀ ବାହାରୁ ଫେରିଥିବା ଶ୍ରମିକମାନଙ୍କୁ ଗାଳିଗୁଲଜ କରିଥିବାର ଭିଡିଓ ଦେଖିଥିବେ। ବରପଦା ହାଇସ୍କୁଲ କ୍ଵାରେଣ୍ଟାଇନ ସେଣ୍ଟରରେ ଯେଉଁ ଘଟଣା ଘଟିଛି, ଯାହାକି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି।

କ୍ବାରେଣ୍ଟାଇନ୍ ସେଣ୍ଟରରେ ଥିବା ୩ ଜଣ ମହିଳା ନିଜ ସମସ୍ୟା ସଂପର୍କରେ ପ୍ରଶାସନକୁ ଜଣାଇବା ଲାଗି ବିଡିଓଙ୍କୁ ଫୋନ୍ କରିଥିଲେ। କିନ୍ତୁ ଫୋନ୍‌ରେ ବିଡିଓ ବାବୁ ଜଣଙ୍କ ଯାହା କହିଲେ, ତାହା ଆମେ ଆପଣଙ୍କୁ ଶୁଣାଇ ପାରିବୁ ନାହିଁ। ମହିଳା ଜଣଙ୍କ ନିଜ ଅଭାବ ଅସୁବିଧା ଜଣାଇବାରୁ ତାଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ ସହ ଚୁପ ରହିବାକୁ କହିଲେ ବିଡିଓ। ଏମାନେ କ'ଣ କହୁଛନ୍ତି ଶୁଣନ୍ତୁ…

wp:html /wp:html

ସୂଚନା ମୁତାବକ, ବନରପାଳ ବ୍ଲକର ୨ ଜଣ ମହିଳା ଏବଂ ତାଳଚେର ବ୍ଲକର ଜଣେ ମହିଳା ଏହି ତିିନିଜଣ ମହିଳାଙ୍କୁ ନିଜ ବ୍ଲକରୁ ନେଇ ୧୦୦ କିଲୋମିଟର ଦୂରରେ ରଖାଯାଇଛି। ଏମାନେ କହିବା ଅନୁସାରେ ସେମାନେ ସେମାନଙ୍କ ନିଜ ବ୍ଲକରେ ରହିବେ। ଏନେଇ ଛେଣ୍ଡିପଦା ବିଡିଓଙ୍କୁ ଏମାନେ ଫୋନ କରିଥିଲେ। କିନ୍ତୁ ବିଡିଓ ମହୋଦ୍ବୟ ସେହି ମହିଳାଙ୍କୁ ଅଶ୍ଲୀଳ ଭାଷାରେ ଗାଳି ଗୁଲଜ କରୁଥିବା ସ୍ବର ଅଡିଓରେ ରହିଛି। ସୋସିଆଲ ମିଡିଆରେ ଏହି ଅଡିଓ ଓ ଭିଡିଓ ଭାଇରାଲ ହେବା ପରେ ବିଭିନ୍ନ ମହଲରେ ଏହି ଘଟଣାକୁ ନିନ୍ଦା କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.