Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୭ କୋଭିଡ୍ ପଜିଟିଭ୍, ୩୩୭୧୯୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଓଡିଶା ହାତରୁ ଖସୁଛି ବନ୍ଧୁଗାଁ ବ୍ଲକ, ଲୋଭ ଦେଖାଇ ଗାଁ ଲୋକଙ୍କୁ ନିଜ ଆଡକୁ ଟାଣୁଛି ଆନ୍ଧ୍ର
  • ||
  • ଅଟୋକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ : ଜଣେ ମୃତ, ୩ ଗୁରୁତର
  • ||
  • ବାଇକକୁ ଧକ୍କା ଦେଲା ହାଇଓ୍ୱା, ଆରୋହୀ ମୃତ
  • ||
  • ଯୁବତୀଙ୍କୁ ଘରୁ ଉଠାଇ ନେଇ ୧୫ ଦିନ ଧରି ଦୁଷ୍କର୍ମ ! ଅଭିଯୁକ୍ତ ଦେଉଥିଲା ହତ୍ୟା ଧମକ, ଫଟୋ ଭାଇରାଲ ନେଇ କରୁଥିଲା ବ୍ଲାକମେଲିଂ…
  • ||
  • ତାତିରୁ ଏବେ ନିସ୍ତାର ନାହିଁ, ଆହୁରି ଛଟପଟ କରିବ ଖରା
  • ||
  • ବାରିପଦା : କୋଭିଡ ନିୟମକୁ ବେଖାତିର, ୫ଟି ଦୋକାନ ସିଲ୍‌
  • ||

ବିଚ୍ଛିନ୍ନାଞ୍ଚଳରେ ଚିତ୍ରକୋଣ୍ଡା ବିଡିଓ ଲରେମୋହନ କରସେଲ, ଲାଲ୍ କରିଡରରେ ପହଁଚି ବୁଝିଲେ ଲୋକଙ୍କ ସମସ୍ୟା

7/06/2019 at 2:22 PM

ମାଲକାନଗିରି ୭|୬: ଲାଲ୍ କରିଡରରେ ପହଁଚି ଲୋକଙ୍କ ସମସ୍ୟା ବୁଝିଲେ ସରକାରୀ ବାବୁ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳ ଧୂଳିପୁଟ ପଞ୍ଚାୟତରେ ପହଞ୍ଚି ଲୋକଙ୍କ ଦୁଃଖ ବୁଝିଛନ୍ତି ଚିତ୍ରକୋଣ୍ଡା ବିଡିଓ ।

୮ କିଲୋମିଟର ନଦୀ ନାଳ ଓ ପାହାଡ ରାସ୍ତା ପାରି ହୋଇ ସେଠାରେ ପହଂଚି ଥିଲେ ଚିତ୍ରକୋଣ୍ଡା ବିଡିଓ ଲରେମୋହନ କରସେଲ । ପଞ୍ଚାୟତବାସୀଙ୍କ ସହ ସମସ୍ତ ସମସ୍ୟାର ଆଲୋଚନା କରି ପ୍ରଥମେ ଗାଁକୁ ରାସ୍ତା ନିର୍ମାଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ବିଡିଓ ।

୨୦୦୮ ମସିହାରେ ମାଓବାଦୀମାନେ ମାଲକାନଗିରିର ପୂର୍ବତନ ଜିଲ୍ଲାପାଳ ଆର. ଭିନିଲ୍ କ୍ରିଷ୍ଣାଙ୍କ ଅପହରଣ ପରେ ଏହି ଅଞ୍ଚଳରେ କୌଣସି ସରକାରୀ ଅଧିକାରୀ ଆଉ ଆସିନଥିଲେ । ନକ୍ସଲ ଭୟରେ ଏହି ଅଞ୍ଚଳକୁ କେହି ଆସୁ ନଥିବା ବେଳେ ଏହି ଅଞ୍ଚଳକୁ ଲରେମୋହନ ପହଁଚି ଶୁଖିଲା ଓଠରେ ହସ ଭରିଛନ୍ତି ।

ଏହାସହ ମାଓ ଅଞ୍ଚଳରେ ମାଓବାଦୀ ଭୟ ଦେଖାଇ ଅନ୍ୟ ଅଧିକାରୀ ଉପାନ୍ତ ଅଞ୍ଚଳକୁ ଗସ୍ତ କରୁ ନଥିବା ବେଳେ ବିଡିଓ ମହାଶୟ ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିପାରିଥିବା ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।

   Related Posts