ଆଙ୍କୋରଡା ପଞ୍ଚାୟତରେ ହିତାଧିକାରୀଙ୍କ ଘରକୁ ଯାଇ ଭତ୍ତା ବାଣ୍ଟିଲେ ଗୋଷ୍ଠୀ ଉନ୍ନୟନ ଅଧିକାରୀ

Published By : Prameya-News7 Bureau | June 18, 2021 IST

ସାନଖେମୁଣ୍ଡି ୧୮।୬: ରାଜ୍ୟ ସରକାର ଗରିବ ତଥା ଅସହାୟ ଲୋକମାନଙ୍କ ସାହାଯ୍ୟ ନିମନ୍ତେ ବିଭିନ୍ନ ପ୍ରକାରର ଯୋଜନା ପ୍ରଣୟନ କରିଛନ୍ତି । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ଅଧିନରେ ଥିବା ୨୫ ଗୋଟି ପଞ୍ଚାୟତର ମୋଟ୍ ୬୧୫ ଜଣ ହିତାଧିକାରୀଙ୍କ ନୂତନ ଭାବେ ବିଭିନ୍ନ ଭତ୍ତା ମଞ୍ଜୁର ହୋଇଛି । ଦିଗପହଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ ହଳଧର ଶବର ଗୁରୁବାର ପୂର୍ବାହ୍ନରେ ବ୍ଲକର ଆଙ୍କୋରଡା ପଞ୍ଚାୟତର କିଛି ଲୋକଙ୍କ ଘରକୁ ନିଜେ ଯିବା ସହ ଗରିବ ହିତାଧିକାରୀଙ୍କ ସମସ୍ୟା ବୁଝି ସେମାନଙ୍କ ନାଁରେ ମଞ୍ଜୁର ହୋଇଥିବା ଭତ୍ତା ବଣ୍ଟନ କରି ଶୁଭାରମ୍ଭ କରିଥିବା ଜଣାପଡିଛି ।

ଉଲ୍ଲେଖଯୋଗ୍ୟ ଯେ, ଦିଗପହଣ୍ଡି ବ୍ଲକର ୬୧୫ ଜଣ ହିତାଧିକାରୀଙ୍କୁ ନୂତନ ଭାବେ ବିଭିନ୍ନ ଭତ୍ତାରେ ସାମିଲ କରାଯାଇଥିବା ବେଳେ ଇନ୍ଦିରା ଗାନ୍ଧୀ ଜାତୀୟ ବାର୍ଦ୍ଧକ୍ୟ ଭତ୍ତା ଯୋଜନାରେ ୧୮୪ ଜଣ, ମଧୁବାବୁ ବାର୍ଦ୍ଧକ୍ୟ ଭତ୍ତା ଯୋଜନାରେ ୨୦୩ ଜଣ, ଇନ୍ଦିରା ଗାନ୍ଧୀ ଜାତୀୟ ବିଧବା ଭତ୍ତା ଯୋଜନାରେ ୫୨ ଜଣ, ଜାତୀୟ ଦିବ୍ୟାଙ୍ଗ ଭତ୍ତା ଯୋଜନାରେ ୭ଜଣ, ମଧୁବାବୁ ଦିବ୍ୟାଙ୍ଗ ଭତ୍ତା ଯୋଜନାରେ ୭୨ଜଣ, ମଧୁବାବୁ ବିଧବା ଭତ୍ତା ଯୋଜନାରେ ୮୪ଜଣ ଏବଂ ମଧୁବାବୁ ଅବିବାହିତା ଭତ୍ତା ଯୋଜନାରେ ୧୩ ଜଣ ରହିଥିବା ଜଣାପଡିଛି । କରୋନା ମହାମାରୀ ଯୋଗୁଁ ଭତ୍ତା ବଣ୍ଟନ ହିତାଧିକାରୀଙ୍କ ଘରକୁ ଯାଇ ଭତ୍ତା ପ୍ରଦାନ କରିବାକୁ ବ୍ଲକର ସମସ୍ତ ଗ୍ରାମପଞ୍ଚାୟତ ନିର୍ବାହୀ ଅଧିକାରୀମାନଙ୍କୁ ଜିଲ୍ଲାପାଳଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଯାହାଫଳରେ ବିଡ଼ିଓ ଶ୍ରୀ ଶବର ଘରକୁ ଘର ଯାଇ ଭତ୍ତା ପ୍ରଦାନ କରିଥିଲେ । ଏହି ଭତ୍ତା ପ୍ରଦାନ ସମୟରେ ଅନ୍ୟମାନଙ୍କ ମଧ୍ୟରେ ସହକାରୀ ଯନ୍ତ୍ରୀ ଇଂ.ଗଙ୍ଗାଧର ଲେଙ୍କା, ସରପଞ୍ଚ ଉଷାନ୍ତ ସାହୁ, ପିଇଓ ବାଉରୀ ବନ୍ଧୁ ବେହେରା, ଓ୍ବାର୍ଡସଭ୍ୟ ସନ୍ନ୍ୟାସୀ ପ୍ରଧାନ, କଂସ ଦୋରା ଏବଂ ଜିଆରଏସ ଜି.ଗଣେଶ ରେଡ୍ଡୀ ଉପସ୍ଥିତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.