Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||

ସାରଙ୍କୁ ପିସି ଦରକାର ! ଜିଲ୍ଲାପାଳଙ୍କ ନାଁରେ ପିସି ମାଗୁଛନ୍ତି ବିଡିଓ, କଥାବାର୍ତ୍ତାର ଅଡ଼ିଓ ଭାଇରାଲ…

8/11/2020 at 1:09 PM

କୋରାପୁଟ ୦୮।୧୧:  ଅଭିଯୋଗ ସାଂଘାତିକ । ସାରଙ୍କୁ ପିସି ଦରକାର । କେଉଁ ସାରଙ୍କୁ କେତେ ପିସି ଦରକାର । ଦେବ କିଏ ନେବ କିଏ । ଏହାର ଅଡିଓ ହୋଇଛି ଭାଇରାଲ । ଆଉ ଏହି ଖବର ଉପରେ ନ୍ୟୁଜ୍ ସେଭେନର ନଜର । ଜିଲ୍ଲାପାଳଙ୍କ ନାଁରେ ପିସି ମାଗୁଛନ୍ତି ବିଡିଓ । ବିଡିଓ ପିସି ମାଗୁଥିବା ନେଇ ସରପଂଚ ଓ ସାଂସଦଙ୍କ ପ୍ରତିନିଧିଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତାର ଅଡ଼ିଓ ଭାଇରାଲ ହୋଇଛି । ଆଉ ଏହାକୁ ନେଇ ଚର୍ଚ୍ଚା ।

ପିସି ବା ଚାନ୍ଦା ନଦେଲେ ପଂଚାୟତର ଉନ୍ନୟନ କାମ ହେବନି ବୋଲି ଖୁଲମ ଖୁଲା କହୁଛନ୍ତି ବିଡିଓ ମହାଶୟ । ଏମିତି ସଂଗୀନ ଅଭିଯୋଗ ଏବଂ କଥାବାର୍ତ୍ତାର ଅଡିଓ ଭାଇରାଲ ହୋଇଛି ଲକ୍ଷ୍ମୀପୁର ବିଡ଼ିଓ ଦିଲ୍ଲୀପ କୁମାର ପଟ୍ଟନାୟକଙ୍କ ନାଁରେ । ଦଶହରା ସମୟରେ ବିଭିନ୍ନ ପଂଚାୟତର ସରପଞ୍ଚଙ୍କଠାରୁ ଚାନ୍ଦା ମଗାଯାଇଥିବା ବେଳେ ଏହାର ଅଡିଓ ହୋଇଛି ଭାଇରାଲ। କେବଳ ସେତିକି ନୁହେଁ ବିଲ ପାସ କରିବାକୁ ୪୦ ପ୍ରତିଶତ ପିସି ମଗାଯାଉଥିବା ନେଇ ବ୍ଳକ କାର୍ଯ୍ୟାଳୟରେ ହଙ୍ଗାମା କରୁଛନ୍ତି ଠିକାଦାର। ଆଉ ଏହା ହେଉଛି ତାର ସେହି ଘଟଣାର ଦୃଶ୍ୟ ।

ଅଡିଓ ଭାଇରାଲ ହେବା ପରେ ନ୍ୟୁଜ୍ ସେଭେନର ପ୍ରତିନିଧି କିଛି ସରପଂଚଙ୍କ ପ୍ରତିକ୍ରିୟା ନେଇଛନ୍ତି । ସରପଂଚ ମଧ୍ୟ କ୍ୟାମେରା ସାମ୍ନାରେ ଏକଥାକୁ ସ୍ବୀକାର କରିଛନ୍ତି । ଏହି  ଦଶହରା ପାଇଁ  ୩୦ ହଜାର ଟଙ୍କା ଦିଅ। ନହେଲେ ପଂଚାୟତର ସବୁ ଉନ୍ନୟନ କାମ ବନ୍ଦ ହେବ। ଏହା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ। ଏମିତି କହି ପ୍ରତି ପଂଚାୟତର ସରପଞ୍ଚଙ୍କ ଠାରୁ ଦଶହରା ସମୟରେ ୩୦ ହଜାର ଟଙ୍କା ଲେଖାଏଁ ଚାନ୍ଦା ଆଦାୟ କରୁଛନ୍ତି। କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବିଡିଓ ଦିଲ୍ଲୀପ କୁମାର ପଟ୍ଟନାୟକ। ପରସ୍ଥିତିରେ ପଡି ପରେ ସେମାନେ ଏହା ଦେଇଥିବା ସ୍ଵୀକାର କରିଛନ୍ତି। ଆଉ ଏହାର ଅଡିଓ କ୍ଳିପ ଏବେ ସୋସିଆଲ ମିଡିଆରେ।

ବିଡ଼ିଓ ମହାଶୟଙ୍କ କାରନାମ ଖାଲି ଏତିକିରେ ସୀମିତ ନୁହେଁ । ପିସି କାରବାର ବିରୋଧରେ ଥିବା କଡା଼ ନିୟମକୁ ମଧ୍ୟ ଫୁ କରି ଦେଇଛନ୍ତି । ଏହି ମହିଳା ଜଣକ ହେଉଛନ୍ତି ରାଜଶ୍ରୀ ରାଉତରାୟ । ଭୁବନେଶ୍ୱର ସ୍ଥିତ ରାଜଶ୍ରୀ ଇଲେକ୍ଟ୍ରିକ କମ୍ପାନୀର ମାଲିକ । ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ ପଞ୍ଚଡା ଗ୍ରାମ ପଂଚାୟତରେ ୫ ଲକ୍ଷ ଟଙ୍କା ଅନୁଦାନରେ ଷ୍ଟ୍ରିଟ ଲାଇଟ୍ ଲଗାଇଛନ୍ତି । ହେଲେ ବିଲ ପାଇଁ ବାରମ୍ବାର ନେହୁରା ହେବା ସତ୍ତ୍ୱେ ବିଡିଓ ମହାଶୟ ତାଙ୍କ ବିଲ ପାସ କରୁନଥିବାରୁ  ପିଲା ଛୁଆଙ୍କୁ ନେଇ ବ୍ଲକ କାର୍ଯ୍ୟାଳୟ ଭିତରେ ପସିଛନ୍ତି ।ଆଉ ବିଲ ପାସ ପାଇଁ ହଙ୍ଗାମା କରୁଛନ୍ତି।  ବିଡିଓ ମହାଶୟ ୫୦ ହଜାର ଟଙ୍କା  ଆଗୁଆ ପିସି ନେଇଥିବା ବେଳେ ଏବେ ୪୦ ପ୍ରତିଶତ ପିସି ଦାବି କରୁଛନ୍ତି । ମାନେ ୫ ଲକ୍ଷ ଟଙ୍କା କାମ ପାଇଁ ୨ ଲକ୍ଷ ଟଙ୍କା ଲାଂଚ।

   Related Posts