ସାନଖେମୁଣ୍ଡି୬/୮: ସାନଖେମୁଣ୍ଡି କୋଙ୍କରଡ଼ା ଏସ୍ବିଆଇ ବ୍ୟାଙ୍କରେ ଗର୍ଭବତୀ ମହିଳାଙ୍କ ଠିଆ ହେବା ଘଟଣା। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବ୍ୟାଙ୍କରେ ପହଁଞ୍ଚିଲେ ସ୍ଥାନୀୟ ପ୍ରଶାସନର ସାନଖେମୁଣ୍ଡି ବିଡ଼ିଓ ଏବଂ ସାନଖେମୁଣ୍ଡି ତହସିଲଦାର। ମ୍ୟାନେଜରଙ୍କ ସହ ଚାଲିଛି ଆଲୋଚନା । ସୂଚନାଥାଉକି କରୋନା ଭୟରେ ଗର୍ଭବତୀ ମହିଳାଙ୍କୁ ବ୍ୟାଙ୍କରେ ବସିବାକୁ ଦେଇ ନଥିଲେ। ଗଞ୍ଜାମ ସାନଖେମୁଣ୍ଡି ବ୍ଲକ୍ କୋଙ୍କରଡା ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରେ ଏମିତି ଘଟଥିବା ଅଭିଯୋଗ କରିଥିଲେ ମହିଳା ।
ସୂଚନା ଅନୁସାରେ ଏହି ବ୍ୟାଙ୍କ ଶାଖାକୁ ପ୍ରାୟ ଦିନ ୧୧ଟା ବେଳେ ଜଣେ ଗର୍ଭବତୀ ମହିଳା ସରକାର ଦେଉଥିବା ପୃଷ୍ଟିକର ଖାଦ୍ୟ ଟଙ୍କା ଉଠାଇବାକୁ ଯାଇଥିଲେ । ବ୍ରାଞ୍ଚରେ ମାତ୍ର ୫ ଜଣ ବ୍ୟକ୍ତି ଠିଆ ହୋଇଥିବା ବେଳେ ସେ ବସିବାକୁ ଚେୟାର ମାଗିଥିଲେ । କିନ୍ତୁ ବ୍ୟାଙ୍କ କର୍ତ୍ତୃପକ୍ଷ କରୋନା ଭୟରେ ଚେୟାରରେ ବସିବାକୁ ସିଧାସିଧା ମନା କରିଦେଇଥିବା ଅଭିଯୋଗ କରିଛନ୍ତି ମହିଳା । ମହିଳାଙ୍କ ସ୍ବାମୀ ଧାଡିରେ ଠିଆ ହୋଇଥିଲେ, ସାମାଜିକ ଦୂରତା ମଧ୍ୟ ମାନିବା ସହ ମାସ୍କ ବି ପିନ୍ଧିଥିଲେ ହେଲେ ଶେଷରେ ବ୍ୟାଙ୍କ କର୍ତ୍ତୃପକ୍ଷ ଏବେ ହୋଇପାରିବନି କହିବାରୁ ଶେଷରେ ନିରାଶ ହୋଇ ୧ ଘଣ୍ଟା ଠିଆ ହେବାପରେ ଫେରିଯାଇଥିଲେ ।