ବ୍ୟାପିଲାଣି ପାଇଖାନା ଦୁର୍ନୀତି ଗନ୍ଧ: ନିର୍ମାଣ ଟଙ୍କା ଆତ୍ମସାତ କରି ପକେଟ୍ ଗରମ କରୁଛନ୍ତି ସ୍ଥାନୀୟ ଅଧିକାରୀ, ବିଡିଓ ଏବଂ କନିଷ୍ଠ ଯନ୍ତ୍ରୀ ନିଲମ୍ବିତ

Published By : Prameya-News7 Bureau | January 17, 2021 IST

ମାଲକାନଗିରି ୧୭/୦୧ : ସ୍ବଚ୍ଛ ଭାରତ ମିଶନରେ ନିର୍ମାଣ ହେଉଥିବା ପାଇଖାନା ଦୁର୍ନୀତିରେ ନିଲମ୍ବିତ ହୋଇଛନ୍ତି ଝରିଗାଁ ବିଡିଓ ଦେବେନ୍ଦ୍ର ସିଂ ଧାରୁଆ । ସେହିପରି ଯୋଜନାରେ ଦୁର୍ନୀତି କରି ତଡ଼ା ଖାଇଛନ୍ତି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବିଡିଓ ଏବଂ କନିଷ୍ଠ ଯନ୍ତ୍ରୀ । ସେପଟେ ବଣ୍ଡା ଘାଟିର ନିରିହ ବଣ୍ଡା ମଣିଷଙ୍କ ଟଙ୍କା କିନ୍ତୁ ଚଳୁ କରିଦେଇଛନ୍ତି, ସରକାରୀ ଯୋଜନାକୁ ଚୂଡ଼ାନ୍ତ ରୂପରେଖ ଦେବାକୁ ଥିବା ସରକାରୀ ବାବୁ ।

{"id":393841,"sizeSlug":"large","linkDestination":"none"}

ବ୍ୟାପିଲାଣି ପାଇଖାନା ଦୁର୍ନୀତି ଗନ୍ଧ।  ପ୍ରଶାସନର ପୋଲ୍ ଖୋଲୁଛି। ନିଲମ୍ବିତ ହେଲେ ମାଲକାନଗିରି ଚିତ୍ରକୋଣ୍ଡା ବିଡିଓ ଏବଂ କନିଷ୍ଠ ଯନ୍ତ୍ରୀ। ସେପଟେ ଖୈରପୁର ବ୍ଲକରେ ପାଇଖାନା ଦୁର୍ନୀତିର ମାଳମାଳ ଅଭିଯୋଗ । ବିଶେଷ କରି ବଣ୍ଡା ଘାଟିର ପାଇଖାନାକୁ ଚଳୁ କରିଛନ୍ତି ସରକାରୀବାବୁ। ବଣ୍ଡା ଘାଟିରେ ୭ ହଜାରରୁ ଅଧିକ ଜନଜାତିର ଲୋକ ବସବାସ କରନ୍ତି । ଯେଉଁମାନଙ୍କ ପାଇଁ ନିର୍ମାଣ କରାଯାଇଛି ପାଇଖାନା । ମୁଦୁଲିପଡ଼ା ପଞ୍ଚାୟତର ପଡ଼େଇଗୁଡ଼ା ଗାଁରେ ଥିବା ଏହି ପାଇଖାନାଗୁଡ଼ିକୁ ଦେଖିଲେ ଜାଣିପାରିବେ ପାଇଖାନା କାହା ପାଇଁ ତିଆରି ହୋଇଛି ଫାଇଦା ପାଉଛି କିଏ।  ଏଠି ନିୟମର ଖୁଲ୍ଲା ଉଲ୍ଲଂଘନ ହୋଇଛି। ସରଳ ହିତାଧିକାରୀଙ୍କ ଘରେ ରେଡିମେଡ ପାଇଖାନା ବସେଇ ହେରାଫେରି କରାଯାଇଛି। ଏପରିକି ପାଇଖାନାରେ ପ୍ୟାନ ନାହିଁ କି ଟାଙ୍କି ବି ନାହିଁ, କିନ୍ତୁ କାନ୍ଥରେ ନାଁ ଲେଖି ବିଲ୍‌ ପାଶ କରାଯାଇଥିବାର ଅଭିଯୋଗ ହୋଇଛି ।

{"id":393842,"sizeSlug":"large","linkDestination":"none"}

କେବଳ ପଡ଼େଇଗୁଡ଼ା ନୁହେଁ, ବଣ୍ଡା ଘାଟିରେ ଥିବା ଅନ୍ୟ ଦୁଇଟି ପଞ୍ଚାୟତ ମୁଦୁଲିପଡ଼ା ଓ ଅଣ୍ଡ୍ରାହାଲରେ ମଧ୍ୟ ସମାନ ଦୁର୍ନୀତିର ଗନ୍ଧ। ଗାଁରେ ପାଇଖାନା ତ ନିର୍ମାଣ ହୋଇଛି, କିନ୍ତୁ ଶହ ଶହ ପାଇଖାନା ଭିତରେ ଏମିତି ଗୋଟିଏ ବି ପାଇଖାନା ଦେଖିବାକୁ ମିଳିନଥିଲା, ଯାହା ବ୍ୟବହାର ଉପଯୋଗୀ ଥିଲା । ପାଇଖାନା ନିର୍ମାଣ ଟଙ୍କାକୁ ଆତ୍ମସାତ କରି ପକେଟ ଗରମ କରିଛନ୍ତି ସ୍ଥାନୀୟ ଅଧିକାରୀ । ଘଟଣା ନେଇ ଆମେ ଖୈରପୁଟ ବିଡିଓଙ୍କ ସହ ଯୋଗାଯୋଗ କରିଥିଲୁ କିନ୍ତୁ ସେ ପ୍ରତିକ୍ରିୟା ରଖିନଥିଲେ। ସରକାରୀ ଅଧିକାରୀ ଏମିତି ମୁହଁ ବନ୍ଦ କରିଛନ୍ତି ଯେ ପେଟରୁ କିଛି ବାହାରୁନି, ଆଉ ଆକ୍ସନ ହେବ କଣ।

{"id":393843,"sizeSlug":"large","linkDestination":"none"}

ଗତକାଲି ପାଇଖାନା ଦୁର୍ନୀତିରେ ନବରଙ୍ଗପୁର ଝରିଗାଁ ବିଡିଓ ଏବଂ ଜେଇଇଙ୍କୁ ମଧ୍ୟ ନିଲମ୍ବିତ କରାଯାଇଥିଲା। ଯାହା ସୂଚନା ଦେଉଛି ଏହି ଦୁର୍ନୀତି ଏକାଧିକ ଜିଲ୍ଲୀକୁ ଲମ୍ବିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.