Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ଜନ୍ମଦିନରେ କରୋନାକୁ ହରାଇଲେ କୋଭିଡ୍ ଆକ୍ରାନ୍ତ, କେକ୍ କାଟି ଶୁଭେଚ୍ଛା ଜଣାଇଲେ ହସ୍ପିଟାଲ ଷ୍ଟାଫ୍

24/05/2021 at 7:59 AM

ବ୍ରହ୍ମପୁର,୨୪/୦୫: ଜନ୍ମଦିନରେ କୋଭିଡକୁ ହରାଇଲେ । ବ୍ରହ୍ମପୁର ଜନାନା ହସ୍ପିଟାଲ୍‌ରେ ହୋଇଥିବା କୋଭିଡ୍‌ କେୟାର୍‌ ସେଣ୍ଟର୍‌ରୁ ଆସିଲା ଖୁସି ଖବର । ଶଙ୍କର ଦାସ ନାମକ ଜଣେ କୋଭିଡ୍‌ ପଜିଟିଭ୍‌ ରବିବାର ଏଠାରେ ସୁସ୍ଥ ହୋଇଛନ୍ତି । ରବିବାର ତାଙ୍କୁ ଘରକୁ ଡିସ୍‌ଚାର୍ଜ କରାଯାଇଛି । ତେବେ ଏହି ଅବସର ଥିଲା ଏକ ସ୍ୱତନ୍ତ୍ର ସମୟ । କାରଣ ମେ’ ୨୩ ତାରିଖ ଥିଲା ଶଙ୍କରଙ୍କ ଜନ୍ମଦିନ । ଏହା ଜାଣିପାରି ହସ୍ପିଟାଲ୍‌ ଷ୍ଟାଫ୍‌ କେକ୍‌ କାଟି ଜନ୍ମଦିନ ପାଳନ କରିବା ସହ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ । ତାଙ୍କ ଆରୋଗ୍ୟମୟ ଜୀବନ କାମନା କରିଥିଲେ ।

ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ମଧ୍ୟ ଏହି ଖୁସି ଖବର ଟ୍ୱିଟର୍‌ ଜରିଆରେ ସେୟାର୍‌ କରିଛନ୍ତି । ଶଙ୍କରଙ୍କୁ ‘ହାପି ବାର୍ଥ ଡେ’ ଜଣାଇବା ସାଙ୍ଗକୁ ସେ ଉଲ୍ଲେଖ କରିଛନ୍ତି ଯେ- ସେ ସୁସ୍ଥ ହୋଇଛନ୍ତି । ୯୫-୯୬ ପ୍ରତିଶତ ଅମ୍ଲଜାନ ସ୍ତର ସହ ସେ ଘରକୁ ଯାଉଛନ୍ତି । ଖ୍ରୀଷ୍ଟିଆନ୍‌ ହସ୍ପିଟାଲ୍‌ ଡେଡିକେଟେଡ୍‌ କୋଭିଡ୍‌ ହେଲ୍‌ଥ୍‌ ସେଣ୍ଟର୍‌ ଷ୍ଟାଫ୍‌ଙ୍କ ତରଫରୁ ସ୍ନେହର ଛୋଟିଆ ଉପହାରଟିଏ ।

ଜନାନା ହସ୍ପିଟାଲ୍‌ କୋଭିଡ୍‌ ୱାର୍ଡରେ ନିୟୋଜିତ ଷ୍ଟାଫ୍‌ ମଧ୍ୟ ଏଭଳି ଏକ ନିଆରା ଅବସରରେ ବେଶ୍‌ ଆନନ୍ଦିତ ଥିଲେ । ଜଣେ କୋଭିଡ୍‌ ପଜିଟିଭ୍‌ଙ୍କ ଉପଯୁକ୍ତ ଚିକିତ୍ସା ଫଳରେ ସେ ଆରୋଗ୍ୟ ଲାଭ କରି ଜନ୍ମଦିନରେ ଘରକୁ ଯିବା ଘଟଣା ଆନନ୍ଦ ଖେଳାଇ ଦେଇଥିଲା । ଡାକ୍ତର, ନର୍ସଙ୍କ ସମେତ ସମସ୍ତେ ଖୁସିର ଏହି ଅବସରରେ ସାମିଲ୍‌ ହୋଇଥିଲେ । ସତେ ଯେମିତି ସେମାନେ ପାଲଟିଯାଇଥିଲେ ଶଙ୍କରଙ୍କ ପରିବାର ସଦସ୍ୟ । ଜଣେ କୋଭିଡ୍‌ ରୋଗୀଙ୍କ ପ୍ରତି ଏତେ ସ୍ନେହ, ସହାନୁଭୂତି ଦେଖି ଶଙ୍କର ମଧ୍ୟ ବିହ୍ୱଳିତ ହୋଇ ଉଠିଥିଲେ । ଏହା ଡାକ୍ତରଖାନାରେ ଏକ ସକରାତ୍ମକ ବାତାବରଣ ସୃଷ୍ଟି କରିବାରେ ସହାୟକ ହୋଇଥିଲା ।

   Related Posts