ସାଇକେଲ୍ ପାଇଁ ଶୁକ୍ରବାର : ଗାଡି ଛାଡି ସାଇକେଲରେ ଆସିଲେ ଅଫିସର, ନୋଟିସ୍ ମାନିଲେ କର୍ମଚାରୀ

Published By : Prameya-News7 Bureau | December 13, 2019 IST

ଭୁବନେଶ୍ବର ୧୩।୧୨: ପରିବେଶ ପ୍ରଦୂଷଣ ମୁକ୍ତ କରିବା ପାଇଁ ଅଭିନବ ପଦକ୍ଷେପ । ଶୁକ୍ରବାର ସାଇକେଲ ଧରି ଅଫିସ ଆସିଛନ୍ତି ସରକାରୀ ବାବୁ । ବିଡିଏ ଓ ବିଏମସି କର୍ମଚାରୀ ଶୁକ୍ରବାର ସାଇକେଲରେ ଅଫିସ ଆସିଛନ୍ତି । ବିଏମସି କମିଶନରଙ୍କ ସହ ଅତିରିକ୍ତ କମିଶନର ଓ ଡେପୁଟି କମିଶନର ମଧ୍ୟ ସାଇକେଲ ଧରି ଅଫିସ ଆସିଥିବା ଦେଖିବାକୁ ମିଳିଛି । ସପ୍ତାହର ପ୍ରତି ଶୁକ୍ରବାର ବିଡିଏ, ବିଏମ୍‍ସି, ସ୍ମାର୍ଟସିଟି କର୍ମଚାରୀ ସାଇକେଲରେ ଅଫିସ ଆସିବେ । ଏନେଇ ବିଡିଏ ଉପାଧ୍ୟକ୍ଷ ଓ ବିଏମସି କମିଶନରଙ୍କ ପକ୍ଷରୁ ନୋଟିସ୍ ଜାରି କରାଯାଇଛି ।

{"id":197140,"sizeSlug":"large"}

ଭୁବନେଶ୍ଵରକୁ ପ୍ରଦୂଷଣମୁକ୍ତ କରିବା ନେଇ ତିନି ପ୍ରମୁଖ ସରକାରୀ ଅନୁଷ୍ଠାନର ୧୫ ଶହ କର୍ମଚାରୀ ଅଣ୍ଟା ଭିଡ଼ିଛନ୍ତି । ବରିଷ୍ଠ ଅଧିକାରୀଙ୍କଠାରୁ ଆରମ୍ଭ କରି ସ୍ଥାୟୀ ଓ ଅସ୍ଥାୟୀ କର୍ମଚାରୀ ସମସ୍ତଙ୍କ ଲାଗି ଏହି ନିୟମ ଲାଗୁ କରାଯାଇଛି।

{"id":197141,"sizeSlug":"large"}

ଅନ୍ୟପଟେ ଏଣିକି ରାଜଧାନୀରେ ପଥୋତ୍ସବ ବଦଳରେ ପାର୍କ ଉତ୍ସବ ହେବ । ଖୁବଶୀଘ୍ର ବିଭିନ୍ନ ପାର୍କରେ ଏହି ଉତ୍ସବ ପାଳନ କରାଯିବ । ପାର୍କରେ ଯୋଗ, ପ୍ରାଣାୟମ ସହ ବିଭିନ୍ନ ପ୍ରକାର ଖେଳକୁଦ ଓ ପ୍ରତିଯୋଗିତା ହେବ ବୋଲି ବିଏମସି କମିଶନର ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.