କୋଭିଡ୍-୧୯କୁ ପ୍ରତିରୋଧ: କରୋନା ଜନିତ ସ୍ଥିତିରେ କୋଟ୍-ଗାଉନ୍ ନପିନ୍ଧିବାକୁ ଆଇନଜୀବୀଙ୍କୁ କହିଲେ ବାର୍ କାଉନସିଲ୍

Published By : Prameya-News7 Bureau | May 14, 2020 IST

ନୂଆଦିଲ୍ଲୀ, ୧୪|୦୫ : ଭାରତୀୟ ବାର୍ କାଉନସିଲ୍ ସାରା ଦେଶର ସମସ୍ତ ଓକିଲଙ୍କୁ ଭିଡିଓ କନଫରେନ୍ସିଂରେ ପକ୍ଷ ରଖିବା ସମୟରେ କୋଟ୍ ଓ ଲମ୍ବା ଗାଉନ୍ ନପିନ୍ଧିବା ପାଇଁ କହିଛି ।  କରେନା ସଂକ୍ରମଣ ରୋକିବା ପାଇଁ ବାର୍ କାଉନସିଲ୍ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି ।

ବାର୍ କାଉନସିଲର ଏହି ନିର୍ଦ୍ଦେଶନାମା ସୁପ୍ରିମକୋର୍ଟ ଗାଇଲାଇନର ଗୋଟିଏ ଦିନ ପରେ ସାମ୍ନାକୁ ଆସିଛି । ବୁଧବାର ସୁପ୍ରିମକୋର୍ଟ ସମସ୍ତ ଆଇନଜୀବୀଙ୍କୁ ଭିଡିଓ କନଫରେନ୍ସିଂ ସମୟରେ କୋଟ୍ ଓ ଲମ୍ବା ଗାଉନ୍ ନ ପିନ୍ଧିବା ପାଇଁ ନୋଟିଫିକେସନ ଜାରି କରିଥିଲେ ।

ବୁଧବାର ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ଏସ.ଏ.ବୋବଡେ କହିଥିଲେ ଯେ, ନ୍ୟାୟାଧୀଶ ଏବଂ ଓକିଲଙ୍କ ଗାଉନ୍ ଓ ଜ୍ୟାକେଟ୍ ବ୍ୟବହାର ଉପରେ ଖୁବଶୀଘ୍ର କଟକଣା ଜାରି ହେବ। କାରଣ କୋଟ୍ ଓ ଗାଉନ୍ ଦ୍ୱାରା ସଂକ୍ରମଣ ବ୍ୟାପିବାର ସମ୍ଭବନା ରହିଛି ।  ଜଷ୍ଟିସ୍ ଏସ.ଏ.ବୋବଡେ ଏହି ସୂଚନା ଦେଇଥିଲେ। ଏକ ମାମଲାର ଶୁଣାଣି ଅବସରରେ ଜଷ୍ଟିସ ବୋବଡେ ଏନେଇ ସୂଚନା ଦେଇଥିବା ବେଳେ ନୋଟିଫିକେସନ ମଧ୍ୟ ଜାରି କରାଯାଇଥିଲା ।

ବାର୍ କାଉନସିଲର ସମ୍ପାଦକ ଶ୍ରୀମନ୍ତ ସେନ୍ କହିଛନ୍ତି ଯେ, କାଉନସିଲ୍ କରୋନା ଭାଇରସ ସଂକ୍ରମଣ ରୋକିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛି । ତେଣୁ ଏହି ନିର୍ଦ୍ଦେଶକୁ ତୁରନ୍ତ ଲାଗୁ କରିବା ପାଇଁ କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.