Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

କରୋନା ଭୟରେ ଆଇପିଏଲରୁ ଓହରୁଥିବା ଖେଳାଳିଙ୍କୁ ବିସିସିଆଇର ସନ୍ଦେଶ- ଖେଳ ଜାରି ରହିବ…

26/04/2021 at 4:41 PM

ନୂଆଦିଲ୍ଲୀ ୨୬।୦୪: ଭାରତରେ ବଢୁଥିବା କରୋନା ସଂକ୍ରମଣ ମଧ୍ୟରେ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ସୁରକ୍ଷିତ ଜୈବ ନିରାପତ୍ତା ବଳୟରେ ମଧ୍ୟ ଖେଳାଳି ଚିନ୍ତିତ। ଭାରତର ଅନୁଭବୀ ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ଵିନଙ୍କ ବ୍ୟତୀତ କିଛି ଅଷ୍ଟ୍ରେଲିଆ ଖେଳାଳି ଲିଗ୍‌ରୁ ଓହରି ଯାଇଛନ୍ତି। କିନ୍ତୁ ବିସିସିଆଇ ସ୍ପଷ୍ଟ କରିଛି ଯେ, ଖେଳ ଜାରି ରହିବ।

ଦିଲ୍ଲୀ କ୍ୟାପିଟାଲ୍ସର ଅନୁଭବୀ ସ୍ପିନର ରବିଚନ୍ଦ୍ରନ ଅଶ୍ଵିନ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ରବିବାର ମ୍ୟାଚ୍ ଜିତିବା ପରେ ଟ୍ଵିଟ୍ କରିଥିଲେ ଯେ, ମୁଁ ସୋମବାରଠୁ ଚଳିତ ଆଇପିଏଲ୍‌ରୁ ବିରତି ନେଉଛି। ମୋ ପରିବାର କରୋନା ସହ ସଂଘର୍ଷ କରୁଛି ଏବଂ ଏହି ସଙ୍କଟ ସମୟରେ ସେମାନଙ୍କ ସହ ରହିବା ମୋର କର୍ତ୍ତବ୍ୟ। ଯଦି ସ୍ଥିତିରେ ସୁଧାର ଆସେ ତେବେ ମୁଁ ପୁଣି ଥରେ ଫେରିବି। ଧନ୍ୟବାଦ ଦିଲ୍ଲୀ କ୍ୟାପିଟାଲ୍ସ।

ରାଜସ୍ଥାନର ଦ୍ରୁତ ବୋଲର ଅଷ୍ଟ୍ରେଲିଆ ଖେଳାଳି ଆଣ୍ଡ୍ର୍ୟୁ ଟାଇ ବଢୁଥିବା ସଂକ୍ରମଣ କାରଣରୁ ନିଜ ଦେଶରେ ପ୍ରବେଶ ନିଷେଧ  ହେବା ଆଶଙ୍କାରେ ଆଇପିଏଲ୍‌ରୁ ଓହରି ଯାଇଛନ୍ତି। ଏହା ପରେ ପରେ ଅଷ୍ଟ୍ରେଲିଆର ଅନ୍ୟ ଖେଳାଳି କେନ ରିଚାର୍ଡସନ ଓ ଆଡମ ଜାମ୍ପା ମଧ୍ୟ ବ୍ୟକ୍ତିଗତ କାରଣ ଦର୍ଶାଇ ଆଇପିଏଲ୍‌ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଦୁଇ ଖେଳାଳି ରୟାକ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ତରଫରୁ ପ୍ରତିନିଧିତ୍ଵ କରୁଛନ୍ତି।

ଜଣେ ପରେ ଜଣେ ଖେଳାଳି ଆଇପିଏଲରୁ ଓହରିବା ଉପରେ ବିସିସିଆଇ କହିଛି, ଲିଗ୍ ଜାରି ରହିବ। ଯଦି କେହି ଖେଳ ଅଧାରୁ ଛାଡିବାକୁ ଚାହୁଁଛି ତେବେ ଆମର କୌଣସି ଆପତ୍ତି ନାହିଁ। ଆଇପିଏଲ୍‌ ଜାରି ରହିବ ବୋଲି ବିସିସିଆଇର ଜୈନକ ବରିଷ୍ଠ ଅଧିକାରୀ କହିଛନ୍ତି।

ବ୍ରିଟେନ୍‌ ଓ ନ୍ୟୁଜିଲାଣ୍ଡ ସମେତ ଅନେକ ଦେଶ ଭାରତରୁ ଯାତ୍ରା ଉପରେ କଟକଣା ଲଗାଇଛନ୍ତି। ଅଷ୍ଟ୍ରେଲିଆ ମଧ୍ୟ ଭାରତକୁ ଉଡାଣରେ ୩୦ ପ୍ରତିଶତ ହ୍ରାସ କରିଛି ଏବଂ ଆଗାମୀ ଦିନରେ ଏହି କଟକଣା ଆହୁରି କଡାକଡି ହେବାର ଆଶଙ୍କା ରହିଛି। ଏହି ଆଶଙ୍କାରେ ଅଷ୍ଟ୍ରେଲିଆର ଜଣେ ପରେ ଜଣେ ଖେଳାଳି ଆଇପିଏଲ୍‌ରୁ ଓହରିବାରେ ଲାଗିଛନ୍ତି।

   Related Posts