ମାଲାମାଲ ହେବାକୁ ଯାଉଛି BCCI, ଆଇପିଏଲରୁ ମିଳିବ ୩୬ ହଜାର କୋଟି ଟଙ୍କା : ଜାଣନ୍ତୁ କିପରି…

Published By : Prameya-News7 Bureau | October 21, 2021 IST

ନୂଆଦିଲ୍ଲୀ ୨୧/୧୦ : ଇଣ୍ଡିଆନ ପ୍ରିମିୟର ଲିଗ IPLର ମାହୋଲ ଆସିବା ପରେ ଭାରତୀୟ କ୍ରିକେଟରେ ନୂଆ ନୂଆ ପ୍ରତିଭାଙ୍କୁ ସୁଯୋଗ ମିଳିଛି । ଏହା ସହିତ ଭାରତୀୟ ଟିମ ମଧ୍ୟ ବେଶ ଆଗକୁ ଯାଇଛି । ବିଶ୍ବ କ୍ରିକେଟରେ ଭାରତ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । କେବଳ ନୂଆ ନୁହେଁ ଭାରତୀୟ କ୍ରିକେଟ କଣ୍ଟେ୍ରାଲ ବୋର୍ଡ BCCI ମଧ୍ୟ ଆଉ କିଛି ବର୍ଷ ମଧ୍ୟରେ ଖୁବ ଆଗକୁ ଯିବ । ଏକ ତାଜା ରିପୋର୍ଟ ଅନୁଯାୟୀ, ଆସନ୍ତା ଆଇପିଏଲର ପ୍ରସାରଣ ପାଇଁ ମୋଟା ଅଙ୍କର ରାଶି କମାଇବାକୁ ଯାଉଛି ବିସିସିଆଇ । ଆକଳନ ଅନୁଯାୟୀ, ବିସିସିଆଇକୁ ୩୬ ହଜାର କୋଟି ଟଙ୍କାର ଜବରଦସ୍ତ ମୁନାଫା ହେବାକୁ ଯାଉଛି । ଏହା ବାଦ ଆଇପିଏଲରେ ସାମିଲ ହେବାକୁ ଥିବା ୨ ନୂଆ ଟିମରୁ ଯାହା ରୋଜଗାର ହେବ ତାହା ଅଲଗା ।

୨୦୨୨ଆଇପିଏଲରେ ୨ଟି ନୂଆ ଟିମ ସାମିଲ ହେବାକୁ ଯାଉଛି । ଏହା ହେଲେ ମ୍ୟାଚ ମଧ୍ୟ ବଢିବ । ଯାହା ଫଳରେ ପ୍ରସାରଣ ସଂସ୍ଥାକୁ ଅଧିକ ଲାଭ ମିଳିବ । ଏହି ଲାଭାଂଶାରୁ ବିସିସିଆଇକୁ ମୋଟା ଅଙ୍କର ଅର୍ଥ ମିଳିବ । ୨୦୨୨ ଆଇପିଏଲରେ ୧୦ଟି ଟିମ ସାମିଲ ହେବାକୁ ଯାଉଛି ଯାହା ଫଳରେ ମ୍ୟାଚ ସଂଖ୍ୟା ବୃଦ୍ଧି ପାଇଁ ମୋଟ ୭୪ଟି ଖେଳାଯାଇପାରେ । ୨ ନୂଆ ଟିମ ସାମିଲ ହେଲେ ବିସିସିଆଇକୁ ପ୍ରାୟ ୭ରୁ ୧୦ ହଜାର କୋଟି ଟଙ୍କାର ଫାଇଦା ମିଳିବ ।

ଆଇପିଏଲର ପ୍ରସାରଣ ଦାୟିତ୍ବ ବର୍ତ୍ତମାନ ଷ୍ଟାର ଇଣ୍ଡିଆ ନେଇଛି । ୨୦୧୮ ରୁ ୨୦୨୨ ମୋଟ ୫ ବର୍ଷ ପାଇଁ ୧୬ ହଜାର ୩୪୭ କୋଟି ଟଙ୍କା ଖର୍ଚ୍ଚ କରିଛି । ୨୦୨୨ ପରେ ଷ୍ଟାର ଇଣ୍ଡିଆର ପ୍ରସାରଣ କ୍ଷମତା ଶେଷ ହୋଇଯିବ । ୨୦୨୩ରୁ ୨୦୨୭ ପରବର୍ତ୍ତୀ ୫ ବର୍ଷ ପାଇଁ ବ୍ରଡକାଷ୍ଟିଂ ରାଇଟ୍ସ ପାଇଁ ନିଲାମୀ ପ୍ରକ୍ରିୟା ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.