ଆଇପିଏଲ ରଦ୍ଦ ହେଲେ ୧୦ ହଜାର କୋଟି ଟଙ୍କା କ୍ଷତି ସହିବ ବିସିସିଆଇ !

Published By : Prameya-News7 Bureau | March 13, 2020 IST

ନୂଆଦିଲ୍ଲୀ, ୧୩|୦୩:  ବିସିସିଆଇ କରୋନା ଭାଇରସ କାରଣରୁ ଆଇପିଏଲର ୧୩ମ ସିଜିନକୁ ଏପ୍ରିଲ ୧୫ ଯାଏଁ ଘୁଞ୍ଚାଇ ଦେଇଛି। ଏହି ସମୟ ମଧ୍ୟରେ ଦେଶରେ କରୋନା ଭାଇରସର ଆତଙ୍କ କମ ହେବ ନା ନାହିଁ ତାହା ଉପରେ ବିସିସିଆଇ ନଜର ରଖିବ। ଯଦି ଏହି ମାରାତ୍ମକ ଭାଇରସ ନିୟନ୍ତ୍ରଣକୁ ନଆସେ ତେବେ ଆଇପିଏଳ ରବ୍ଦ ହେବାର ମଧ୍ୟ ସମ୍ଭାବନା ରହିଛି। ଏଥିପାଇଁ ଆସନ୍ତା ମାସ ୧୫ ତାରିଖ ଯାଏଁ ଅପେକ୍ଷା କରିବାକୁ ହେବ।

{"id":237593,"width":753,"height":501,"sizeSlug":"large"}

ଆଇପିଏଲ ହେବା ନହେବାର ଆଶା ଓ ଆଶଙ୍କା ମଧ୍ୟରେ ଏହା ରବ୍ଦ ହେଲେ ବିସିସିଆଇର କେତେ ଟଙ୍କା କ୍ଷତି ହେବ ବୋଲି ପ୍ରଶ୍ନ ଆସେ। ତେବେ ଏକ ଆକଳନରୁ ଏହି କ୍ଷତିର ପରିମାଣ ୧୦ ହଜାର କୋଟି ବୋଲି ଜଣାପଡିଛି। ଏତତ୍ ବ୍ୟତୀତ ଆଇପିଏସ ଗଭର୍ଣ୍ଣିଂ କାଉନସିଲର ସ୍ପନସରସିପ୍, ମିଡିଆ ରାଇଟସ୍ ଓ ଫ୍ରାଞ୍ଚାଇଜ୍ ରେଭିନ୍ୟୁ ମଧ୍ୟ ପ୍ରଭାବିତ ହେବ। ଏହି କ୍ଷତିକୁ ବିସିସିଆଇ ଓ ଆୟୋଜକ ହିଁ ଭରଣା କରିବେ।

କ୍ରିକ୍ ଟ୍ରାକରର ରିପୋର୍ଟ ଅନୁସାରେ, ଆଇପିଏଲ ରବ୍ଦ ହେଲେ ବିସିସିଆଇକୁ ସବୁଠାରୁ ଅଧିକ କ୍ଷତି ହେବ। ଏହି କ୍ଷତି ଦଶ ହଜାର କୋଟି ହୋଇପାରେ। କାରଣ ଆଇପିଏଲରେ ବହୁ ପୂର୍ବରୁ ଖେଳାଳିଙ୍କ ନିଲାମ ପ୍ରକ୍ରିୟା ସରିଛି। ଟୁର୍ଣ୍ଣାମେଣ୍ଟ ରବ୍ଦ ହେଲେ ଟିକେଟ୍ ବିକ୍ରି ମଧ୍ୟ ପ୍ରଭାବିତ ହେବ। ଫଳରେ ଦର୍ଶକଙ୍କଠୁ ଟିକେଟ ବାବଦରେ ମିଳୁଥିବା ଟଙ୍କା ମଧ୍ୟ ବୋର୍ଡ ପାଇବ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.