ମହିମ ବର୍ମା ବାଧ୍ୟ ହୋଇ ଛାଡ଼ିଲେ ବିସିସିଆଇ ଉପାଧ୍ୟକ୍ଷ ପଦ : ଇସ୍ତଫା ଦେବାକୁ କ’ଣ ଥିଲା କାରଣ?

Published By : Prameya-News7 Bureau | April 14, 2020 IST

ନୂଆଦିଲ୍ଲୀ ୧୪/୪: ମହିମ୍ ବର୍ମା ଉତ୍ତରାସଙ୍ଘ କ୍ରିକେଟ ସଙ୍ଘର ସଚିବ ହେବା ପରେ ଭାରତୀୟ କ୍ରିକେଟ କଣ୍ଟୋଲ୍ ବୋର୍ଡ଼ର ଉପାଧ୍ୟକ୍ଷ ପଦ ଛାଡ଼ି ଦେଇଛନ୍ତି। ବର୍ମା କହିଥିଲେ ଯେ ଏହା ଔପଚାରିକତା ଥିଲା,ତାଙ୍କ ଟିମ୍ ଗତ ମାସରେ ରାଜ୍ୟରେ ନିର୍ବାଚନ ଜିତିଥିଲା। ବିସିସିଆଇ ତାଙ୍କ ଇସ୍ତଫାରେ ଆଧିକାରିକ ଭାବେ ସେତେବେଳେ ନିଷ୍ପତ୍ତି ନେବେ,ଯେତେବେଳେ ଏହାର ନିୟମିତ କାର୍ଯ୍ୟଧାରା ମୁମ୍ବାଇ ସ୍ଥିତ ମୁଖ୍ୟାଳୟରେ ଆରମ୍ଭ ହେବ।

{"id":253876,"sizeSlug":"large"}

ମହିମ୍ ବର୍ମା କହିଛନ୍ତି ଯେ ତାଙ୍କୁ ନିଜ ରାଜ୍ୟ ସଙ୍ଘର ମଧ୍ୟ ଦେଖାଶୁଣା କରିବାର ଅଛି ଯାହାର ସଞ୍ଚାଳନ ଏବେ ସୁଦ୍ଧା ଭଲ ଭାବେ ହୋଇପାରୁନଥିଲା। ସେ ସିଇଓ ରାହୁଲ ଜୋହରୀଙ୍କୁ ଇସ୍ତଫା ଦେଇ ଦେଇଛନ୍ତି। ତାଙ୍କର ବିଶ୍ବାସ ରହିଛି ଯେ ଏହାକୁ ସ୍ବୀକାର କରାଯିବ

{"id":253877,"sizeSlug":"large"}

ବର୍ମାଙ୍କୁ ପଦ ଛାଡ଼ିବାକୁ ପଡ଼ିଥିଲା,କାରଣ ବିସିସିଆଇ ସମ୍ବିଧାନ ଜଣେ ବ୍ୟକ୍ତିକୁ ଗୋଟିଏ ସମୟରେ ରାଷ୍ଟ୍ରୀୟ ଏବଂ ପ୍ରାନ୍ତୀୟ ସ୍ତରରେ ଦୁଇଟି ପଦରେ ରହିବାର ଅନୁମତି ଦେଇନଥାଏ।

{"id":253878,"width":588,"height":294,"sizeSlug":"large"}

ବର୍ମାଙ୍କୁ ଗତ ବର୍ଷ ଅକ୍ଟୋବର ୨୩ତାରିଖରେ ବିସିସିଆଇର ଉପାଧ୍ୟକ୍ଷ କରାଯାଇଥିଲା। ସୌରଭ ଗାଙ୍ଗୁଲିଙ୍କୁ ଅଧ୍ୟକ୍ଷ,ଜୟ ଶାହଙ୍କୁ ସଚିବ,ଜୟେଶ ଜର୍ଜଙ୍କୁ ସହ ସଚିବ ଏବଂ ବୃଜେଶ ପଟେଲଙ୍କୁ ଆଇପିଏଲ୍ ଚେୟାରମ୍ୟାନ୍ ମନୋନୀତ କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.