ଆଇପିଏଲ ପ୍ରସ୍ତୁତି ତଦାରଖ କରିବାକୁ ୟୁଏଇ ଗସ୍ତ କରିବ ବିସିସିଆଇ ଟିମ୍, କ୍ୱାରେଣ୍ଟାଇନରେ ରହିବାକୁ ହେବ ୬ ଦିନ

Published By : Prameya-News7 Bureau | August 11, 2020 IST

ନୂଆଦିଲ୍ଲୀ, ୧୧|୦୮  ବିସିସିଆଇର ଏକ ପ୍ରତିନିଧିମଣ୍ଡଳ ଅଗଷ୍ଟ ତୃତୀୟ ସପ୍ତାହରେ ୟୁଏଇ ଗସ୍ତ କରିବେ । ପ୍ରତିନିଧି ମଣ୍ଡଳ ୟୁଏଇ ଗସ୍ତ କରି ଆଇପିଏଲ ଆୟୋଜନ ନେଇ ସମୀକ୍ଷା କରିବେ । ଆଇପିଏଲର ୧୩ତମ ସିଜିନ୍ ଚଳିତ ବର୍ଷ କରୋନା ଭାଇରସ ପାଇଁ ୟୁଏଇରେ ଖେଳାଯିବ । ଦୁବାଇର ତିନୋଟି ସହର ଆବୁଧାବି, ଦୁବାଇ ଓ ଶାରଜାହରେ ସେପ୍ଟେମ୍ବର ୧୯ରୁ ନଭେମ୍ବର ୧୦ ଯାଏଁ ମ୍ୟାଚ୍ ଖେଳାଯିବ ।

ଗଲ୍ଫ ଟାଇମ୍ସ ଅନୁସାରେ, ଆଇପିଏଲ ଚେୟାରମ୍ୟାନ ବୃଜେସ ପଟେଲ, ବିସିସିଆଇର ଅନ୍ତରୀଣ ସିଇଓ ହେମଙ୍ଗ ଅମିନ ଓ ଆଇପିଏଲର ସିଓଏ ୟୁଏଇ ଗସ୍ତ କରିବେ । ସେମାନେ ସେଠାରେ ପହଁଚି ହୋଟେଲରେ ପହଁଚି ରୁମରେ ୬ ଦିନ କ୍ୱାରେଣ୍ଚାଇନରେ ରହିବେ । ଏହାପରେ ସେମାନେ ବିଭିନ୍ନ ସ୍ଥାନ ଗସ୍ତ କରିବେ ।

ବିସିସଆଇକୁ ୟୁଏଇରେ ଆଇପିଏଲ ଆୟୋଜନ ନେଇ ଗ୍ରୀନ ସିଗନାଲ୍ ମିଳିଛି । ଲିଗରେ ଚଳିତ ବର୍ଷ ନୂଆ ଟାଇଟଲ୍ ପ୍ରାୟୋଜକ ଦେଖିବାକୁ ମିଳିବ । କାରଣ ଭିଭୋ ମୁଖ୍ୟ ପ୍ରାୟୋଜକରୁ ହଟିଯାଇଛି । ନୂଆ ପ୍ରାୟୋଜକ ପାଇଁ ବିସିସଆଇ ଆବେଦନ ଆମନ୍ତ୍ରିତ କରିଛି । ଯାହାର ଶେଷ ତାରିଖ ହେଉଛି ଅଗଷ୍ଟ ୧୪ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.