ଟି-୨୦ ବିଶ୍ୱକପ୍‌କୁ ନେଇ ରାଜନୀତି କରୁଛି ପାକିସ୍ତାନ, ତାଗିଦ୍‌ କଲା ଭାରତୀୟ କ୍ରିକେଟ୍‌ ବୋର୍ଡ

Published By : Prameya-News7 Bureau | March 01, 2021 IST

ନୂଆଦିଲ୍ଲୀ, ୦୧/୦୩: ଚଳିତ ବର୍ଷ ଭାରତରେ ଟି-୨୦ ବିଶ୍ୱକପ୍‌ ଆୟୋଜନ ହେବାକୁ ଯାଉଛି । ଏହାକୁ ନେଇ ପାକିସ୍ତାନ କ୍ରିକେଟ୍‌ ବୋର୍ଡ ଲଗାତାର ବୟାନବାଜି ଜାରି ରଖିଛି । ବିଶ୍ୱ‌ ଟି-୨୦ କପ୍‌ ବାହାନାରେ ଖରାପ ରାଜନୀତି କରୁଛି । ଯାହାକୁ ନେଇ ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ୍‌ ବୋର୍ଡ ବା ବିସିସିଆଇର ଜଣେ ଅଧିକାରୀ ପଡ଼ୋଶୀ କ୍ରିକେଟ୍‌ ବୋର୍ଡକୁ ମୁହଁତୋଡ଼ ଜବାବ ଦେଇଛନ୍ତି ।

କିଛିଦିନ ପୂର୍ବରୁ ପାକିସ୍ତାନ ଖରାପ ବୟାନ ଦେଉଛି । ଏହି ଦେଶ ଟି-୨୦ ବିଶ୍ୱକପ୍‌ ପୂର୍ବରୁ ପିକିସ୍ତାନର ଖେଳାଳୀ, ଫ୍ୟାନ୍ସ ଏବଂ ମିଡିଆକର୍ମୀଙ୍କ ପାଇଁ ଭିସାର ଗ୍ୟାରେଣ୍ଟି ଚାହୁଁଥିବା ଜଣାପଡ଼ିଛି । ନଚେତ୍‌ ଟୁର୍ଣ୍ଣାମେଣ୍ଟକୁ ଭାରତ ବଦଳରେ ୟୁଏଇରେ ଆୟୋଜନ କରିବାକୁ ପାକିସ୍ତାନ ଏକ ପ୍ରକାର ଦାବି କରିଛି ।

ଏକ ଖବର ସରବରାହ ସଂସ୍ଥା ଅନୁସାରେ, ବିସିସିଆଇ ଅଧିକାରୀ ଏନେଇ ଏହସାନ୍‌ ମନୀଙ୍କ ବୟାନକୁ ପିଲାଳିଆମି ବୋଲି କହିଛନ୍ତି । ସେ କହିଛନ୍ତି ଯେ, ମନୀ ସମସ୍ତ ନିୟମ ଜାଣିବା ସତ୍ତ୍ୱେ ବି ଏହାକୁ ନେଇ ରାଜନୀତିକରଣ କରୁଛନ୍ତି । ଆମର କେନ୍ଦ୍ର ସରକାରଙ୍କ ସ୍ପଷ୍ଟଭାବେ ନିୟମ ରହିଛି ଯେ, କୌଣସି ପ୍ରକାରର ଟିର୍ଣ୍ଣାମେଣ୍ଟ ପାଇଁ ଭାରତ ଆସୁଥିବା ସମସ୍ତ ଖାଳାଳୀ ଏବଂ ଷ୍ଟାଫ୍‌ମାନଙ୍କ ପାଇଁ ତୁରନ୍ତ ଭିସା ଦିଆଯାଇଥାଏ ।

ଅଧିକାରୀ ସ୍ପଷ୍ଟ କରିଛନ୍ତି ଯେ, କରୋନା ମହାମାରୀ ସମୟରେ ବିସିସିଆଇ ଅଧ୍ୟକ୍ଷ ସୈରଭ ଗାଙ୍ଗୁଲି ଏବଂ ଆଇସିସିର ପୂର୍ବ ଚେୟାରମ୍ୟାନ ଶଶାଙ୍କ ମନୋହର ପାକିସ୍ତାନକୁ ବହୁତ ସହଯୋଗ କରିଛନ୍ତି । ତଥାପି ଏହି ଦେଶର ବୟାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲା ଭଳି  । ଲାଗୁଛି ପାକିସ୍ତାନ ଏହି ଟୁର୍ଣ୍ଣାମେଣ୍ଟ୍‌ ଖେଳିବାକୁ ବୋଧେ ଚାହୁଁନାହିଁ । ତେଣୁ ସେ ଏହିପରି ବୟାନ ଦେଉଛି । ମନୀ ମନେରଖିବା ଉଚିତ୍‌ ଯେ, କୌଣସି ଦେଶର ଭିସା ଏହାର କ୍ରିକେଟ୍‌ ବୋର୍ଡ ଦେବାର ଅଧିକାର ନାହିଁ । ଏହା ଦେଶର ସରକାରଙ୍କ ନିର୍ଦ୍ଧାର୍ଯ୍ୟ କରନ୍ତି ।       

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.